୧୨ ବର୍ଷ ପରେ ଇରାକରେ ପୁଣି ତୁଷାରପାତ

ବାଗଦାଦ୍‌,୧୨।୨: ଇରାକରେ ପୁଣି ୧୨ ବର୍ଷ ପରେ ତୁଷାରପାତ ହୋଇଛି। ଫଳରେ ରାଜରାସ୍ତା ଧଳା ଚାଦରରେ ଘୋଡ଼ି ହେବା ଭଳି ଦୃଶ୍ୟ ସୃଷ୍ଟି ହୋଇଛି। ବାଗଦାଦ୍‌ ସହିତ କର୍ବଲା ସହରରେ ମଧ୍ୟ ତୁଷାରପାତ ହୋଇଛି। ଅନ୍ୟ କେତେକ ସହରରେ ମଧ୍ୟ ମଙ୍ଗଳବାର ସକାଳୁ ଏଭଳି ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। କେତେକ ଅଞ୍ଚଳରେ ବୁଧବାର ମଧ୍ୟ ତୁଷାରପାତ ହୋଇଥିବା କୁହାଯାଉଛି। ଖରାଦିନେ ଇରାକର ତାପମାତ୍ରା ୫୧ ଡିଗ୍ରୀ ଟିପିଥାଏ। ଏପରିସ୍ଥଳେ ମରୁଭୂମିରେ ତୁଷାରପାତ ଦୃଶ୍ୟ ଲୋକଙ୍କୁ ଆନନ୍ଦିତ କରିଛି। ସୂଚନାଯୋଗ୍ୟ, ୨୦୦୮ରେ ଇରାକରେ ଏଭଳି ତୁଷାରପାତ ହୋଇଥିଲା।

Share