୧୨ ଜିଲାରେ ୧୪୭ ଟିମ୍‌ ମୁତୟନ: ‘ଅମ୍ଫନ୍‌’ ପାଇଁ ପ୍ରସ୍ତୁତ ଅଗ୍ନିଶମ ବିଭାଗ

କଟକ ଅଫିସ/ ଭୁବନେଶ୍ୱର,୧୯ା୫ (ବ୍ୟୁରୋ): ମହାବାତ୍ୟାର ରୂପ ନେଇଥିବା ‘ଅମ୍ଫନ’ର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଅଗ୍ନିଶମ ବିଭାଗ। ଫନୀ ବାତ୍ୟାକୁ ଯେପରି ସଫଳତାର ସହ ମୁକାବିଲା କରାଯାଇଥିଲା, ସେହିପରି ଏହି ବାତ୍ୟାକୁ ସାହସର ସହ ମୁକାବିଲା ପାଇଁ ଅଗ୍ନିଶମ କର୍ମଚାରୀମାନେ ପୂରା ପ୍ରସ୍ତୁତ ହୋଇ ରହିଛନ୍ତି। ରାଜ୍ୟର ମୋଟ ୩୩୮ ଫାୟାର ଷ୍ଟେଶନର ୫ ହଜାରରୁ ଅଧିକ କର୍ମଚାରୀଙ୍କୁ ୧୨ଜିଲାରେ ମୁତୟନ କରାଯାଇଛି। ବିଶେଷକରି ଅଧିକ ପ୍ରଭାବିତ ହେବାକୁ ଥିବା ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ ଯାଜପୁର ଜିଲା ଉପରେ ଅଧିକ ଫୋକସ ଦିଆଯାଉଥିବା କହିଛନ୍ତି ରାଜ୍ୟ ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ।
ସୋମବାର ବାତ୍ୟା ସଂକ୍ରାନ୍ତ ସୂଚନା ଦେଇ ସେଠୀ କହିଛନ୍ତି, ସମୁଦ୍ର ଉପକୂଳରେ ଥିବା ଗଜପତିରୁ ବାଲେଶ୍ୱର ପର୍ଯ୍ୟନ୍ତ ୧୨ଟି ଜିଲା ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖାଯିବ। ଏହିସବୁ ଜିଲାରେ ୧୧୯ଟି ଫାୟାର ଷ୍ଟେଶନ ରହିଥିବାବେଳେ ବର୍ତ୍ତମାନ ପରିସ୍ଥିତିରେ ୧୪୭ଟି ଟିମ୍‌ ମୁତୟନ ହୋଇଛନ୍ତି। ଏଥିମଧ୍ୟରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲାରେ ଅଗ୍ନିଶମ ବିଭାଗର ୫୪ଟି ଟିମ୍‌ ମୁତୟନ କରାଯାଇଛି। ପ୍ରତି ଜିଲା ଦାୟିତ୍ୱରେ ଜଣେ ଲେଖାଏ ସିନିୟର ଫାୟାର ଅଫିସର ରହିଛନ୍ତି। ସେମାନେ ଜିଲା ପ୍ରଶାସନ ସହ ସମନ୍ବୟ ରଖି କାର୍ଯ୍ୟ କରିବେ। ପଶ୍ଚିମାଞ୍ଚଳରେ ଯେଉଁଠି ଏହି ବାତ୍ୟା ପ୍ରଭାବିତ ହେବାର ନାହିଁ ସେଠାରୁ ୧୫ଟି ଟିମ୍‌କୁ ଅଣାଯାଇ ବାଲେଶ୍ୱରକୁ ୮ଟି ଓ ଭଦ୍ରକକୁ ୭ଟି ଟିମ୍‌ ପଠାଯାଇଛି। ଦକ୍ଷିଣାଞ୍ଚଳରେ ଥିବା ୧୫ଟି ଟିମ୍‌କୁ ଜଗତ୍‌ସିଂପୁର,କେନ୍ଦ୍ରାପଡା ଓ ଯାଜପୁରରେ ନିୟୋଜିତ କରାଯାଇଛି। ପ୍ରତ୍ୟେକ ଟିମ୍‌ରେ ୮ଜଣ ସଦସ୍ୟ ରହିଛନ୍ତି। ପ୍ରତ୍ୟେକ ଟିମ୍‌କୁ ଗୋଟିଏ ପାୱାର ବୋଟ୍‌, ପାୱାର ଲାଇଟ୍‌ ସହ ଅତ୍ୟାଧୁନିକ ସରଞ୍ଜାମ ଯୋଗାଇ ଦିଆଯାଇଛି। ସେହିପରି ଏସବୁ ଜିଲାରେ ଥିବା ଫାୟାର ଷ୍ଟେଶନଗୁଡିକରେ ୩ଟି ଲେଖାଏ ଟିମ୍‌ ଗଠନ କରାଯାଇଛି। ପଠାଯାଇଥିବା ସ୍ବତନ୍ତ୍ର ଟିମ୍‌ ସହ ସ୍ଥାନୀୟ ଟିମ୍‌ ସମନ୍ବୟ ରଖି କାର୍ଯ୍ୟ କରିବେ। ତୁରନ୍ତ ଭାଙ୍ଗି ପଡିଥିବା ଗଛକୁ କାଟି ସଫା କରିବେ। ଜାତୀୟ ରାଜପଥ ଓ ରାଜ୍ୟ ରାଜପଥକୁ ପ୍ରଥମେ ପ୍ରାଥମିକତା ଦିଆଯିବ। ସେଠାରେ ଭାଙ୍ଗିପଡ଼ିଥିବା ଗଛକୁ ତୁରନ୍ତ କାଟି ସଫା କରାଯିବା ପରେ ଅନ୍ୟ ରାସ୍ତାକୁ ସ୍ବାଭାବିକ କରାଯିବ। ପରବର୍ତ୍ତୀ ସମୟରେ ଘର ଓ ବିଲ୍ଡିଂ ଉପରେ ପଡିଥିବା ଗଛ କଟାଯିବ। ବିଦ୍ୟୁତ୍‌ ଟାଓ୍ବାର ଓ ଖୁଣ୍ଟ ମଧ୍ୟ ଭାଙ୍ଗିବାର ସମ୍ଭାବନା ରହିଛି। ଏ କ୍ଷେତ୍ରରେ ମଧ୍ୟ ସେସୁକୁ ସହଯୋଗ କରାଯିବ। ସ୍ଥିତିର ମୁକାବିଲା ପାଇଁ ପର୍ଯ୍ୟାପ୍ତ ଟାଓ୍ବାର ଲାଇଟ୍‌ ମହଜୁଦ ରହିଛି। ଏହାଦ୍ୱାରା ସହରର ମୁଖ୍ୟ ସ୍ଥାନ ଓ ଆବଶ୍ୟକ ହେଉଥିବା ସ୍ଥାନକୁ ଆଲୋକ ଯୋଗାଇ ଦିଆଯିବ। ଭୁବନେଶ୍ୱର ଫାୟାର ଷ୍ଟେଶନରେ ୫୦ଜଣ ଓ ନରାଜରେ ୪୦ ଜଣଙ୍କୁ ଜରୁରିକାଳୀନ ସ୍ଥିତି ପାଇଁ ଷ୍ଟାଣ୍ଡ୍‌ବାଇ ରଖାଯାଇଛି। ସେହିଭଳି ଢେଙ୍କାନାଳ ଓ ଗଞ୍ଜାମରେ ଅଧିକ ୧୦ଟି ଲେଖାଏ ଟିମ୍‌ ପ୍ରସ୍ତୁତ ହୋଇରହିଛନ୍ତି। ଯେଉଁଠି ଆବଶ୍ୟକତା ପଡିବ ସେମାନଙ୍କୁ ସେଠାକୁ ପଠାଯିବ। ଲଗାଣ ବର୍ଷା ଯୋଗୁ ଉପୁଜିବାକୁ ଥିବା ଜଳବନ୍ଦୀକୁ ଏଡ଼ାଇବା ପାଇଁ ମଧ୍ୟ ପ୍ରସ୍ତୁତ ରହିଛି ଅଗ୍ନିଶମ ବିଭାଗ। ଜଳ ନିଷ୍କାସନ ପାଇଁ ପୁରୀ, କଟକ ଓ ଭୁବନେଶ୍ୱରରେ ୧୦ଟି ଲେଖାଏ ଉଚ୍ଚ କ୍ଷମତାସମ୍ପନ୍ନ ପାଣି ପମ୍ପସେଟ୍‌ ପ୍ରସ୍ତୁତ ରଖାଯାଇଛି ବୋଲି ରାଜ୍ୟ ମୁଖ୍ୟ ଅଗ୍ନିଶମ ଅଧିକାରୀ ସେଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri