୧୨ ଚୋରା ବାଇକ ଜବତ: ୨ ଗିରଫ

କଟକ ରୋଡ଼, ୩୧।୫(ଡି.ଏନ୍‌.ଏ.): ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରୁ ବାଇକ ଚୋରି କରୁଥିବା ଏକ ଗ୍ୟାଙ୍ଗର ୨ ଅଭିଯୁକ୍ତଙ୍କୁ ବଡ଼ଗଡ଼ ପୋଲିସ ଶୁକ୍ରବାର ଗିରଫ କରିଛି। ସେମାନେ ହେଲେ ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା ଅଞ୍ଚଳର ପିଣ୍ଟୁ ବେହେରା ଓ କଟକ ଜିଲା ବାଙ୍କୀ ଥାନା କଳାପଥର ଗ୍ରାମର ଗଦାଧର ବଳିଆର ସିଂହ। ଏମାନଙ୍କ ନିକଟରୁ ପୋଲିସ ୧୨ଟି ବାଇକ ଜବତ କରିଛି। ଏହି ଗ୍ୟାଙ୍ଗର ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଥିବା ଥାନାର ଜଣେ ଅଧିକାରୀ କହିଛନ୍ତି।