୧୨୬ ବର୍ଷ ବୟସରେ ଆଖି ବୁଜିଲେ ପୃଥିବୀର ବୟସ୍କା ମହିଳା: ରହିଛନ୍ତି ୨୦୦ରୁ ଅଧିକ ନାତିନାତୁଣୀ

ଦଖନା,୩୦।୧: ପୃଥିବୀର ବୟସ୍କା ମହିଳାଙ୍କର ୧୨୬ ବର୍ଷ ବୟସରେ ମୃତ୍ୟୁ ଘଟିଛି। ତାଙ୍କର ୨୦୦ରୁ ଅଧିକ ନାତିନାତୁଣୀ ଥିବା କୁହାଯାଉଛି। ଉଜ୍‌ବେକିସ୍ତାନର ଏହି ବୟସ୍କା ମହିଳା ଫାତିମା ମିର୍ଜୋକୁଲଓ୍ବାଙ୍କର ଅନ୍ତିିମ ସଂସ୍କାର ଇତିମଧ୍ୟରେ ଦଖନା ସହରରେ ଶେଷ ହୋଇଛି। ପାସପୋର୍ଟ ଅନୁସାରେ ଫାତିମାଙ୍କ ଜନ୍ମ ୧୮୯୩ ମାର୍ଚ୍ଚ ୧୩ରେ ହୋଇଥିଲା। ସେ ଜୀବନଯାପନ ପାଇଁ ସ୍ଥାନୀୟ ଏକ କପା ଫାର୍ମରେ କାମ କରୁଥିଲେ। ସେ ପୂର୍ବରୁ ସରକାରି ଚାକିରି କରିଥିଲେ। ତେବେ ଅବସର ଗ୍ରହଣ ପରେ କପା ଫାର୍ମରେ କାମ କରତିବାକୁ ପସନ୍ଦ କରିଥିଲେ। ୧୯୯୧ରେ ଦେଶ ସ୍ବତନ୍ତ୍ର ହେବା ଘଟଣା ସେ ଆଖିରେ ଦେଖିଛନ୍ତି। କପା ଚାଷ ପ୍ରତି ତାଙ୍କର ବେଶ୍‌ ରୁଚି ରହିଥିଲା।

Share