୧୨୩ କୋଟି ଟଙ୍କା ଜିଏସ୍‌ଟି ଠକେଇ

କଟକ ଅଫିସ, ୨୪ା୧:ସାମଗ୍ରୀ କିଛି କିଣାବିକା ନ ହୋଇ କାଗଜରେ ୧୧୮୦ କୋଟି ଟଙ୍କାର କାରବାର ଦର୍ଶାଯାଇଛି। ଜାଲ୍‌ କାଗଜପତ୍ର ମାଧ୍ୟମରେ କୋଟି କୋଟି ଟଙ୍କାର ବ୍ୟବସାୟ ଦେଖାଇ ୧୨୩ କୋଟି ଟଙ୍କାର ଜିଏସ୍‌ଟି ଠକେଇ କରିଛନ୍ତି ବ୍ୟବସାୟୀ। ଏହି ଅସାଧୁ ବ୍ୟବସାୟୀମାନେ ୨୮ଟି ଜାଲ୍‌ ବ୍ୟବସାୟ ପ୍ରତିଷ୍ଠାନ ଜରିଆରେ ୪୯୩ କୋଟି ଟଙ୍କାର ଦ୍ରବ୍ୟ କିଣିଥିବା ଏବଂ ୬୮୭ କୋଟି ଟଙ୍କାରେ ବିକ୍ରୟ କରିଥିବା ଜାଲ ବିଲ୍‌ରେ ଦର୍ଶାଇଛନ୍ତି। ତେବେ ବୁଧବାର ରାଜ୍ୟ ସରକାରଙ୍କ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ବିଭାଗ ଏହି ଘଟଣାରେ ରାଉରକେଲାର ୨ଜଣ ଅସାଧୁ ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନେ ହେଲେ ରାଉରକେଲାର ଅମିତ ବେରିୱାଲ୍‌ (ଜି.ଏସ୍‌. ୟୁନିଟ୍ରେଡେ, ସିଭିଲ ଟାଉନ୍‌ଶିପ୍‌ର ମାଲିକ), ରାଉରକେଲା ବାସନ୍ତୀ କଲୋନୀର ସୁବାସ ଚନ୍ଦ୍ର ସ୍ବାଇଁ (ବିବି ଆସୋସିଏଟ୍‌ର ମାଲିକ)। ଅମିତ ଓ ସୁବାସ ଉଭୟ ଏହି ଠକେଇର ମୁଖ୍ୟ କାର୍ପଟଦାର ବୋଲି ଏନଫୋର୍ସମେଣ୍ଟ ବିଭାଗ ସୂଚନା ଦେଇଛି। ଏନଫୋର୍ସମେଣ୍ଟ ବିଭାଗ ପ୍ରାୟ ୨ମାସ ଧରି ଉଭୟଙ୍କ ଉପରେ ନଜର ରଖିଥିଲା। ସବିଶେଷ ପ୍ରମାଣ ମିଲିବା ପରେ ବୁଧବାର ରାଉରକେଲାର ୩୫ଟି ସ୍ଥାନରେ ଚଢାଉ କରି ଉଭୟଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଗୁରୁବାର ରାଉରକେଲା ଜେଏମ୍‌ଏଫ୍‌ସିରେ ହାଜର କରାଯାଇଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍‌ ପଠାଯାଇଥିବା ବାଣିଜ୍ୟକର ଓ ଜିଏସ୍‌ଟି କମିଶନର ସୁଶୀଲ କୁମାର ଲୋହାନୀ ଗୁରୁବାର ବାଣିଜ୍ୟକର ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଅମିତ ଓ ସୁବାସ କିଛି ଗୃହିଣୀ, କ୍ରେନ୍‌ ଚାଳକ, ଟାକ୍ସି ଚାଳକ, ପାନ ଦୋକାନୀ, ଦିନମଜୁରିଆ, ଘରୋଇ ଶିକ୍ଷକ ଓ ବେକାର ଯୁବକଙ୍କୁ ରୋଜଗାର ଦେବା ଆଳରେ ସେମାନଙ୍କଠାରୁ ଆଧାରକାର୍ଡ଼, ପାନକାର୍ଡ଼, ବ୍ୟାଙ୍କ ଖାତା ନମ୍ବର, ଫଟୋ ଆଦି ସଂଗ୍ରହ କରି ୨୮ଟି ଜାଲ କମ୍ପାନୀ ନାମରେ ଜିଏସ୍‌ଟି ପଞ୍ଜୀକରଣ କରିଥିଲେ। ଏପରି କି ସେମାନଙ୍କ ବ୍ୟାଙ୍କ ଖାତା ଅଭିଯୁକ୍ତମାନେ ଚଳାଉଥିଲେ ଓ ଏକ ବ୍ଲାଙ୍କ ଚେକ୍‌ବୁକ୍‌ରେ ସେମାନଙ୍କ ଦସ୍ତଖତ କରି ଏମାନେ ବ୍ୟବହାର କରୁଥିଲେ। ଏହି କମ୍ପାନୀ ସବୁ ଲୁହା ବ୍ୟବସାୟ କରୁଥିବା ଦର୍ଶାଯାଇଥିବାବେଳେ ସେମାନେ ରାଜ୍ୟ ବାହାରେ ଏହାକୁ ବିକ୍ରି କରିଥିବା ଜିଏସ୍‌ଟି କାଗଜପତ୍ରରେ ଦର୍ଶାଇଥିଲେ। ମାତ୍ର ପ୍ରକୃତରେ କୌଣସି ସାମଗ୍ରୀ କ୍ରୟ କିମ୍ବା ବିକ୍ରୟ ହୋଇ ନ ଥିବାବେଳେ ସେମାନେ ଏହି ୨୮ଟି କମ୍ପାନୀର ବିଲ୍‌ ଜରିଆରେ କୋଟି କୋଟି ଟଙ୍କାର ଇନ୍‌ପୁଟ୍‌ ଟାକ୍ସ ଦର୍ଶାଇଥିଲେ। ପରେ ଏହାକୁ ବାହାର ରାଜ୍ୟର ବ୍ୟବସାୟୀଙ୍କୁ ହସ୍ତାନ୍ତର କରିଥିଲେ। ପରେ ଏହା ମାଧ୍ୟମରେ ଚୋରା ସାମଗ୍ରୀକୁ ବୈଧ ରୂପେ ବିକ୍ରି କରୁଥିଲେ। ଅନ୍ୟପକ୍ଷରେ ଓଡ଼ିଶାର ଏହି କମ୍ପାନୀଗୁଡିକ ବାହାର ବ୍ୟବସାୟୀଙ୍କଠାରୁ ସଲାସୁତରାରେ ଜିଏସ୍‌ଟି ଅର୍ଥ ହାତେଇଥିଲେ ମଧ୍ୟ ସରକାରଙ୍କୁ ଟାକ୍ସ ଦେଇ ନ ଥିଲେ। ଉକ୍ତ ବ୍ୟବସାୟକୁ ଯଥାର୍ଥ ଦର୍ଶାଇବା ଲାଗି ଅଭିଯୁକ୍ତମାନେ କିଛି ବ୍ୟାଙ୍କରେ ଏହିସବୁ ପ୍ରତିଷ୍ଠାନ ନାମରେ ଥିବା ଜମାଖାତାରେ କୋଟିକୋଟି ଟଙ୍କାର କାରବାର କରିଥିଲେ। ତେବେ ଗିରଫ ଅଭିଯୁକ୍ତ ବ୍ୟବସାୟୀଙ୍କଠାରୁ ଟ୍ୟାକ୍ସ ଅର୍ଥ ସହ ଜରିମାନା ଆଦାୟ ପାଇଁ ପଦକ୍ଷେପ ନିଆଯାଉଛି। ଏଥିସହିତ ବାହାର ରାଜ୍ୟରେ ଏହି ଠକେଇରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଗିରଫ କରିବା ଲାଗି ମଧ୍ୟ ପଦକ୍ଷେପ ନିଆଯାଉଛି ବୋଲି କମିଶନର ଲୋହାନୀ କହିଛନ୍ତି। କିଛିମାସ ତଳେ ଏହିପରି ଭାବେ ୧୩୮ କୋଟି ଟଙ୍କାର ଜିଏସ୍‌ଟି ଠକେଇ କରି ୪ଜଣ ଗିରଫ ହୋଇଥିଲେ। ସେମାନଙ୍କ ଭିତରୁ ୨ଜଣ ମୁଖ୍ୟ ଅଭିଯୁକ୍ତ ରାଉରକେଲାର ଥିଲେ। ଗିରଫ ୨ଜଣଙ୍କୁ ମିଶାଇ ମୋଟ୍‌ ୭ଜଣଙ୍କୁ ଏପରି ଠକେଇ ଅଭିଯୋଗରେ ଗିରଫ କରାଯାଇଛି।

କେମିତି ସନ୍ଦେହ ଘେରକୁ ଆସିଲେ
ଦୀର୍ଘଦିନ ହେବ ରାଜ୍ୟ ସରକାରଙ୍କ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ବିଭାଗ ଏହିଭଳି ଜାଲ ଟିକଶ ଠକେଇ ଉପରେ ନଜର ରଖିଥିଲା। ତେବେ ରେଜିଷ୍ଟ୍ରେଶନ ହୋଇଥିବା ୨୮ଟି ଡିଲର ଓଡ଼ିଶାର ବିଭିନ୍ନ ଜିଲାର ହୋଇଥିବାବେଳେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ରାଉରକେଲାର ୨ଟି ବ୍ୟାଙ୍କ ଶାଖାରେ ରହିଥିଲା। ତେଣୁ ଏନ୍‌ଫୋର୍ସମେଣ୍ଟ ଟିମ୍‌ର ସନ୍ଦେହ ସୃଷ୍ଟି ହୋଇଥିଲା। ଏ ନେଇ ଅଧିକ ତଦନ୍ତ କରିବାରୁ ଏହି ସମସ୍ତ ବ୍ୟାଙ୍କ ଖାତା ୨ଜଣ ନିର୍ଦ୍ଦିଷ୍ଟ ବ୍ୟକ୍ତି ହିଁ ବ୍ୟବହାର କରୁଥିବା ଜଣାପଡିଥିଲା। ଏହାପରେ ତାଙ୍କୁ ଚିହ୍ନଟ କରାଯାଇ ପ୍ରାୟ ୨୮ଟି ଡିଲର ଉପରେ ଚଢାଉ କରାଯାଇଥିଲା। ସେମାନଙ୍କ କମ୍ପ୍ୟୁଟର ଜବତ କରାଯାଇ ଯାଞ୍ଚ କରାଯିବାରୁ ଠକେଇର ସବିଶେଷ ତଥ୍ୟ ମିଳିଥିଲା। ଏନେଇ ତାଙ୍କୁ ଗିରଫ କରାଯାଇଥିଲା।
ଲୋକେ ସଚେତନ ହେବା ଆବଶ୍ୟକ
ବିଭିନ୍ନ ସମୟରେ କେତେଜଣ ଅସାଧୁ ବ୍ୟକ୍ତି ସାଧାରଣ ଲୋକଙ୍କୁ ରୋଜଗାରର ଲୋଭ ଦେଖାଉଛନ୍ତି। ଚାକିରି କରାଇଦେବା କିମ୍ବା ଟଙ୍କା ଦେବା ଲୋଭ ଦେଖାଇ ସେମାନଙ୍କ ନିକଟରୁ ପାନ୍‌କାର୍ଡ, ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ, ଫଟୋ ଆଦି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନେଉଛନ୍ତି। ପରେ ସେମାନେ ଏହାକୁ ବ୍ୟବହାର କରି ସେମାନଙ୍କ ନଁାରେ ଜାଲ ଡିଲରଶିପ ଖୋଲୁଛନ୍ତି ଓ ଏଥିରେ କୋଟି କୋଟି ଟଙ୍କାର ନେଣଦେଣ କରୁଛନ୍ତି। ଏମିତିକି ସେମାନଙ୍କ ବ୍ୟାଙ୍କ ଖାତା ନିଜ ନିୟନ୍ତ୍ରଣରେ ରଖୁଛନ୍ତି, ଯେଉଁଥିପାଇଁ ସାଧାରଣ ଲୋକଟି ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ତେଣୁ ଲୋକେ ଏଥିପ୍ରତି ସଚେତନ ହେବା ଅତ୍ୟନ୍ତ ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri