Categories: ବାଣିଜ୍ୟ

୧୨୩୪ କୋଟିର ୧୧ ଏନ୍‌ପିଏ ଆକାଉଣ୍ଟ ବିକିବ ପିଏନ୍‌ବି

ନୂଆଦିଲ୍ଲୀ,୯-୯: ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ୧୨୩୪ କୋଟି ଟଙ୍କାର ୧୧ ଏନ୍‌ପିଏ(ଅନାଦାୟ ଋଣ) ଆକାଉଣ୍ଟକୁ ବିକ୍ରି କରିବାକୁ ଯାଉଛି। ଏଥିପାଇଁ ବ୍ୟାଙ୍କ ପକ୍ଷରୁ ଆସେଟ୍‌ ରିକନଷ୍ଟ୍ରକ୍‌ଶନ କମ୍ପାନୀ/ଏନ୍‌ବିଏଫ୍‌ସି/ବ୍ୟାଙ୍କ/ଫାଇନାନ୍ସିଆଲ ଇନ୍‌ଷ୍ଟିଚ୍ୟୁଶନ୍ସ ଲାଗି ବିଡ୍‌ ଆହ୍ବାନ କରିଛି। ଏହି ଆକାଉଣ୍ଟ ମଧ୍ୟରେ ୪୪୧.୮୩ କୋଟି ଟଙ୍କାର ଭିସା ଷ୍ଟିଲ୍‌, ୪୧୪.୨୩ କୋଟି ଟଙ୍କାର ଇଣ୍ଡ୍‌ବାରାତ୍‌ ଏନର୍ଜି(ଉତ୍କଳ), ୧୧୩.୫୭ କୋଟି ଟଙ୍କାର ଆଷ୍ଟର ପ୍ରାଇଭେଟ ଲିମିଟେଡ ଓ ୧୦୦.୧୬ କୋଟି ଟଙ୍କାର ଓମ୍‌ ଶିବ୍‌ ଇଷ୍ଟେଟ୍ସ ରହିଛି। ପିଏନ୍‌ବି ପକ୍ଷରୁ କୁହାଯାଇଛି ଯେ, ଏହି ବିକ୍ରି ସମ୍ପୂର୍ଣ୍ଣ ନଗଦରେ ହେବ। ନିଲାମରେ ଭାଗ ନେବାକୁ ଥିବା ସମ୍ପୃକ୍ତ ପକ୍ଷ ବିକ୍ରି ହେବାକୁ ଥିବା କମ୍ପାନୀଗୁଡ଼ିକୁ ପର୍ଯ୍ୟବେକ୍ଷଣ କରିବା ସହ ତୁରନ୍ତ ପଦକ୍ଷେପ ନିଅନ୍ତୁ।

Share