Categories: ଫୁରସତ

୧୨ମିନିଟରେ ଖାଇଲେ ୬୫ ପ୍ରକାର ଖାଦ୍ୟ

ଇଂଲଣ୍ଡର ଆଦାମ ମୋରାନ୍‌ ଜଣେ ୟୁ ଟ୍ୟୁବର୍‌। ସେ ତାଙ୍କ ଚ୍ୟାନେଲ୍‌ ‘ବିୟର୍ଡ ମିଟ୍ସ ଫୁଡ୍‌’ ପାଇଁ ବେଶ୍‌ ପରିଚିତ। ଏହି ଚ୍ୟାନେଲ୍‌ରେ ସେ ବିଭିନ୍ନ ଖାଦ୍ୟ ଖାଇବାର ଭିଡିଓ ଅପ୍‌ଲୋଡ୍‌ କରିଥାଆନ୍ତି। ନିକଟରେ ସେ ୧୨ ମିନିଟ୍‌ରେ ୪୦୦୦ କ୍ୟାଲୋରୀ ବିଶିଷ୍ଟ ୬୫ ପ୍ରକାରର ଜଳଖିଆ ଖାଇ ରେକର୍ଡ କରିଛନ୍ତି। ‘ଟର୍ମିନେଟର ୨’ ନାମକ ଏହି ଫୁଡ ଚ୍ୟାଲେଞ୍ଜରେ ୮ ପ୍ରକାରର ଇଂଲିଶ ବ୍ରେକଫାଷ୍ଟ ଆଇଟମ୍‌, ଯେଉଁଥିରେ ବାକୋନ୍‌, ସସେଜ୍‌, ଅଣ୍ଡା, ଅନେକ ବେକ୍‌ଡ ବିନ୍ସ ଓ ଟୋଷ୍ଟ ଥିଲା। ଏହି ସବୁ ଖାଦ୍ୟ ଖାଉଥିବାର ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। କାରଣ ଏତେ ପ୍ରକାରର ଏତେ ସବୁ ଖାଦ୍ୟକୁ ସେ ବେଶ୍‌ ଆରାମ୍‌ରେ ଖାଇ ଶେଷ କରି ଦିଅନ୍ତି। ଆଦାମ୍‌ ପୂର୍ବରୁ ଭାରତୀୟ ଖାଦ୍ୟ ଖାଇବାର ଚ୍ୟାଲେଞ୍ଜ ନେଇ ବି ସଫଳ ହୋଇଛନ୍ତି। ସେଥିରେ ସେ ଭାଜି, ପକୋଡା, ତନ୍ଦୁରି କବାବ, ବ୍ରେଡ ଓ ଆହୁରି ଅନେକ ପ୍ରକାରର ଭାରତୀୟ ଖାଦ୍ୟ ଖାଇଥିଲେ।

Share