୧୧ ହଜାର ଲୋକଙ୍କ ପାଇଁ ଜଣେ ଡାକ୍ତର

ନୂଆଦିଲ୍ଲୀ,୨୪ା୩: ଭାରତରେ କରୋନା(କୋଭିଡ୍‌-୧୯) ସଂକ୍ରମଣ ସମ୍ପ୍ରତି ବଢ଼ିବାରେ ଲାଗିଛି। ଏଭଳି ସ୍ଥଳେ ଏକ ବିରାଟ ପ୍ରଶ୍ନ ଉଠିଛି ଯେ, ଭାରତର ସ୍ବାସ୍ଥ୍ୟସେବା କ୍ଷେତ୍ର କରୋନାକୁ ମୁକାବିଲା କରିବାକୁ ପ୍ରସ୍ତୁତ କି? ଭାରତରେ ଲୋକସଂଖ୍ୟା ଅନୁପାତରେ ଡାକ୍ତରଙ୍କ ସଂଖ୍ୟା ଏବଂ ହସ୍ପିଟାଲଗୁଡ଼ିକରେ ଉପଲବ୍ଧ ଶଯ୍ୟା ସଂଖ୍ୟା ଦେଖିଲେ ଏଭଳି ପ୍ରଶ୍ନ ଉଠୁଛି। ଜନସଂଖ୍ୟା-ଡାକ୍ତର ଅନୁପାତ ଦୃଷ୍ଟିରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ପକ୍ଷରୁ ଧାର୍ଯ୍ୟ ସଂଖ୍ୟାକୁ ଦେଖିଲେ ଭାରତକୁ ୧୦ଗୁଣ ଅଧିକ ଏଲୋପାଥିକ ଡାକ୍ତର ଆବଶ୍ୟକ। ଅସମାନତା ଦୂର କରିବା ପାଇଁ ଦେଶ ଅତିକମ୍‌ରେ ୫ ଲକ୍ଷ ଅଧିକ ସରକାରୀ ଡାକ୍ତର ଆବଶ୍ୟକ କରୁଥିବା କେନ୍ଦ୍ର ସରକାରଙ୍କ ତଥ୍ୟରୁ ଜଣାପଡ଼ିଛି।
୨୦୧୯ ଜୁନ୍‌ରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ହେଲ୍‌ଥ ପ୍ରୋଫାଇଲ ମାଧ୍ୟମରେ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଭାରତର ପ୍ରତି ୧୧,୦୮୨ ଲୋକଙ୍କ ପାଇଁ ଜଣେ ଏଲୋପାଥିକ ଡାକ୍ତର ରହିଛନ୍ତି। ସେହିପରି ୧,୮୪୪ ଲୋକଙ୍କ ପାଇଁ ଗୋଟିଏ ସରକାରୀ ହସ୍ପିଟାଲର ଶଯ୍ୟା ରହିଥିବାବେଳେ ୫୫,୫୯୧ ଲୋକଙ୍କ ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହସ୍ପିଟାଲ ରହିଛି। ଏହି ରିପୋର୍ଟରୁ ଜଣାପଡ଼ିଛି ଯେ, ଭାରତରେ ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଏଲୋପାଥିକ ଡାକ୍ତରଙ୍କ ଉପରେ ରହିଛି ୧.୩ ବିଲିୟନ(୧୩୦ କୋଟି) ଲୋକଙ୍କ ଚିକିତ୍ସା ଭାର। ଏହାକୁ ଆଧାର କଲେ ଜନସଂଖ୍ୟା ଓ ଡାକ୍ତର ଅନୁପାତ ହେଉଛି ୧:୧୧,୦୮୨। କିନ୍ତୁ ଏ କ୍ଷେତ୍ରରେ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ଧାର୍ଯ୍ୟ ଅନୁପାତ ହେଉଛି ୧:୧,୦୦୦, ଅର୍ଥାତ୍‌ ପ୍ରତି ୧ ହଜାର ଜନସଂଖ୍ୟା ପାଇଁ ଜଣେ ଡାକ୍ତର। ଭାରତର କେତେକ ଗରିବ ରାଜ୍ୟରେ ଡାକ୍ତର ସଂଖ୍ୟା ସ୍ଥିତି ଅତି ଖରାପ। ଉଦାହରଣ ସ୍ବରୂପ ବିହାରରେ ପ୍ରତି ୨୮,୩୯୧ ଜନସଂଖ୍ୟାରେ ଜଣେ ସରକାରୀ ଏଲୋପାଥିକ ଡାକ୍ତର ରହିଛନ୍ତି। ୨୦୧୩ରେ ସେଠାରେ ପ୍ରତି ୨୦,୨୦୭ ଜନସଂଖ୍ୟାରେ ଜଣେ ଡାକ୍ତର ଥିଲେ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟରୁ ହସ୍ପିଟାଲ ଭିତ୍ତିଭୂମି ଉପଯୁକ୍ତ ନ ଥିବା ଜଣାପଡ଼ିଛି। ସହର ଓ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟସେବା ମଧ୍ୟରେ ବ୍ୟାପକ ଅସମାନତା ଥିବାବେଳେ ଶଯ୍ୟା (ବେଡ୍‌) ସଂଖ୍ୟା ଚିନ୍ତାଜନକ ରହିଛି। ଭାରତରେ ୨୩ହଜାରରୁ ଊର୍ଦ୍ଧ୍ୱ ସରକାରୀ ହସ୍ପିଟାଲ ଏବଂ ପ୍ରାୟ ୭ ଲକ୍ଷ ୩୯ ହଜାର ଶଯ୍ୟା ରହିଛି। ସେଥିମଧ୍ୟରୁ ପ୍ରାୟ ୨୦ ହଜାର ହସ୍ପିଟାଲ ଗ୍ରାମାଞ୍ଚଳରେ ରହିଥିବାବେଳେ ପାଖାପାଖି ୩ ଲକ୍ଷ ଶଯ୍ୟା ରହିଛି। ସହରାଞ୍ଚଳରେ କମ୍‌ ଅର୍ଥାତ୍‌ ପ୍ରାୟ ୩,୭୦୦ ହସ୍ପିଟାଲ ରହିଛି। କିନ୍ତୁ ୪.୩ ଲକ୍ଷରୁ ଊର୍ଦ୍ଧ୍ୱ ଶଯ୍ୟା ରହିଛି। କେତେକ ରାଜ୍ୟର ସରକାରୀ ହସ୍ପିଟାଲଗୁଡ଼ିକରେ ଗୋଟିଏ ଶଯ୍ୟାରେ ୨ଜଣ ଚିକିତ୍ସିତ ହେଉଥିବା ତଥ୍ୟରୁ ଜଣାପଡ଼ିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ୨୦୧୭ ମାର୍ଚ୍ଚ ରିପୋର୍ଟକୁ ଦେଖିଲେ ଭାରତରେ ପ୍ରତି ୮୪ ହଜାର ଲୋକଙ୍କ ପାଇଁ ଗୋଟିଏ ଆଇସୋଲେଶନ ବେଡ୍‌ ରହିଥିବାବେଳେ ପ୍ରତି ୩୬ ହଜାର ଜନସଂଖ୍ୟା ପାଇଁ ଗୋଟିଏ କ୍ୱାରାଣ୍ଟାଇନ ବେଡ୍‌ ରହିଛି। ୨୦୧୭ରେ ଉତ୍ତରପ୍ରଦେଶର ୨,୯୦୪ ଜଣଙ୍କ ପାଇଁ ସରକାରୀ ହସ୍ପିଟାଲରେ ଗୋଟିଏ ଶଯ୍ୟା ରହିଥିଲା। କିନ୍ତୁ ୨୦୧୩ରେ ଗୋଟିଏ ଶଯ୍ୟା ୧୮୧ଜଣଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ଏଥିରୁ ସ୍ପଷ୍ଟ ଯେ, ଦିନକୁ ଦିନ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ଦୁର୍ବଳ ହୋଇପଡ଼ୁଥିବାବେଳେ ସରକାରୀ ବିଫଳତାକୁ ମଧ୍ୟ ସୂଚାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri