୧୧ କେଭି ବିଦ୍ୟୁତ ତାର ପଡ଼ି ଜଳିଗଲା ବାଇକ୍‌

ଚାନ୍ଦବାଲି,୧୦।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମରା ନିକଟସ୍ଥ କଇଥଖୋଲା ବଜାରରେ ସୋମବାର ସକାଳେ ଏକ ଅଘଟଣ ଘଟିଛି। ସକାଳେ ୨ ଜଣ ବାଇକ୍‌ରେ ଯାଉଥିବା ସମୟରେ ୧୧ କେଭି ବିଦ୍ୟୁତ ତାର ସେମାନଙ୍କ ବାଇକ୍‌ ଉପରେ ଛିଡି ପଡିପଡ଼ିଥିଲା। ଏଥିରେ ବାଇକ୍‌ ଚାଳକ ସୁରେନ୍ଦ୍ର ଜେନା ଓ ଆରୋହୀ ଦୁର୍ଯ୍ୟୋଧନ ରାଉଳ ବିଦ୍ୟୁତ ସଂସ୍ପର୍ଶରେ ଆସି ରାସ୍ତା ତଳକୁ ଛିଟିକି ପଡିଥିଲେ। ମାତ୍ର ଘଟଣାସ୍ଥଳରେ ବାଇକ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଛି। ସୁରେନ୍ଦ୍ର ଓ ଦୁର୍ଯ୍ୟୋଧନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲା ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ପରିବାର ପକ୍ଷରୁ ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ଅବହେଳାକୁ ଦାୟୀ କରାଯାଇ ଧାମରା ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ପହଞ୍ଚି ଜଳି ଯାଇଥିବା ଗାଡ଼ିର ଅବଶିଷ୍ଟ ଅଂଶକୁ ଥାନାକୁ ନେଇଛି। ବିଦ୍ୟୁତ୍‌ ବିଭାଗ ପକ୍ଷରୁ ତାର ମରାମତି ପରେ ସରବରାହ ସ୍ବାଭାବିକ ହୋଇଛି ।