୧୧ କେଜିରୁ ଊର୍ଦ୍ଧ୍ୱ ବ୍ରାଉନସୁଗାର ଜବତ : ଜଣେ ଗିରଫ

ଖୋର୍ଦ୍ଧା ଅଫିସ,୧୦ା୮ : ଖୋର୍ଦ୍ଧା ଜିଲା ଆଦର୍ଶ ଥାନା ପୋଲିସ ଶନିବାର ଜୟମଙ୍ଗଳ ଛକରୁ ୧୧ କେଜି ୮୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହା ସହ ବ୍ରାଉନସୁଗାର ବିକ୍ରି ଟଙ୍କା ୪ ହଜାର ୩ ଶହ ଜବତ ହୋଇଛି। ଏଥିରେ ଜୟମଙ୍ଗଳ ନୂଆ ସାହିର ନିରୋଜ କୁମାର ଜେନା (୨୮)ଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ପରେ ନିରୋଜଙ୍କୁ ଖୋର୍ଦ୍ଧା ସବ୍‌ଜେଲ ପଠାଇ ଦିଆଯାଇଛି।