Categories: ଫୁରସତ

୧୧୭ତମ ଜନ୍ମଦିବସ ପାଳିଲେ ବୃଦ୍ଧା

ଟୋକିଓ: ଜାପାନର ଜଣେ ବୃଦ୍ଧା ରବିବାର ୧୧୭ତମ ଜନ୍ମଦିବସ ପାଳନ କରିଛନ୍ତି। ସେ ବିଶ୍ୱର ସବୁଠୁ ବୟସ୍କ ମହିଳା ଭାବେ ପରିଗଣିତ ହୋଇଛନ୍ତି। କେନ୍‌ ତନାକା ନାମକ ଏହି ବୃଦ୍ଧା ଜଣକ ୧୯୦୩ ଜାନୁଆରୀ ୬ରେ ଜନ୍ମଗ୍ରହଣ କରିଥିଲେ। ସେମାନେ ୮ ଭାଇ ଭଉଣୀ ହୋଇଥିବା ବେଳେ ୧୯ ବର୍ଷ ବୟସରେ ହିଦେଓ ତନାକାଙ୍କୁ ବିବାହ କରିଥିଲେ କେନ୍‌। ତାଙ୍କର ୪ ସନ୍ତାନ। ସ୍ବାମୀ ଏବଂ ବଡ଼ ଝିଅଙ୍କ ମୃତ୍ୟୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହୋଇଥିଲା। ଏହା ପରେ କେନ୍‌ ଏକ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ବିଶେଷକରି ଜାପାନରେ ହିଁ ଅଧିକାଂଶ ଲୋକ ୧୦୦ ବର୍ଷରୁ ଅଧିକ ବଞ୍ଚିଥାନ୍ତି। ଗତ ଜୁଲାଇରେ ୧୧୭ ବର୍ଷୀୟା ଆଉ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଦେଶ ତୁଳନାରେ ଜାପାନର ଲୋକଙ୍କୁ କମ୍‌ ରୋଗ ହୋଇଥାଏ। ତେଣୁ ସେମାନେ ଦୀର୍ଘାୟୁ ହୋଇଥାନ୍ତି ବୋଲି ଏକ ରିପୋର୍ଟରୁ ପ୍ରକାଶ।

Share