Categories: ବାଣିଜ୍ୟ

୧୧ରୁ ଭୁବନେଶ୍ୱର ଇଣ୍ଟରନ୍ୟାଶନାଲ ଟ୍ରେଡ୍‌ ଫେୟାର

ଭୁବନେଶ୍ୱର,୫-୧୦: ଭୁବନେଶ୍ୱର ଇଣ୍ଟରନ୍ୟାଶନାଲ ଟ୍ରେଡ୍‌ ଫେୟାର ଚଳିତ ମାସ ୧୧ରୁ ୨୧ ଯାଏ ସ୍ଥାନୀୟ ଜନତା ମଇଦାନଠାରେ ଅନୁଷ୍ଠିତ ହେବ। ୨୫ ରାଜ୍ୟ ଏବଂ ୧୦ ଦେଶର ବ୍ୟବସାୟୀମାନେ ଏଠାରେ ସେମାନଙ୍କ ସାମଗ୍ରୀ ପ୍ରଦର୍ଶନ ଏବଂ ବିକ୍ରି କରିବେ। ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ଏବଂ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଏହା ଆୟୋଜନ କରାଯାଉଥିବା ଏହାର ଏମ୍‌ଡି ସୁଜିତ ଗୁପ୍ତା କହିଛନ୍ତି। ରାଜ୍ୟପାଳ ଗଣେଶି ଲାଲ ଏବଂ କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏହାର ଶୁଭାରମ୍ଭ କରିବେ। ଏଥିରେ ୫୦୦ ଷ୍ଟଲ ରହିବ। ଏଠାରେ ଫର୍ନିଚର, ଇଣ୍ଟେରିୟର, ହୋମ ଡେକର, କିଚେନ ଆପ୍ଲାଏନ୍ସ, କୁକେରି, ହେଲ୍‌ଥ ପ୍ରଡକ୍ଟ, ଜୁଏଲେରି, ହ୍ୟାଣ୍ଡିକ୍ରାଫ୍ଟ ଏବଂ ହ୍ୟାଣ୍ଡଲୁମ ସାମଗ୍ରୀ ଉପଲବ୍ଧ ହେବ। ଜିଇଏମ୍‌ ଏବଂ ନାରେଡ୍‌କୋ ଓଡ଼ିଶା ମିଳିତ ହୋଇ ବିଲଡିଂ ଏକ୍ସପୋ ମଧ୍ୟ ଆୟୋଜନ କରିବେ ବୋଲି ସୂଚନା ରହିଛି।

Share