୧୧ଟି ୱାର୍ଡର ଉପନିର୍ବାଚନ ଫଳାଫଳ ଘୋଷିତ

ପୁରୁଷୋତ୍ତମପୁର,୪।୫(ଡିଏନଏ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ୮ଟି ପଞ୍ଚାୟତର ୮ଟି ୱାର୍ଡରେ ହୋଇଥିବା ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ନିର୍ବାଚନ ଅଧିକାରୀ ତଥା ବିଡିଓ ବିଜୟ କୁମାର ବେହେରା ଗୁରବାର ଭୋଟ ଗଣତିକରି ଘୋଷଣା କରିଛନ୍ତି। ଭାଟକୁମରଡା ପଞ୍ଚାୟତ ୱାର୍ଡ ନଂ ୧ର ପ୍ରାର୍ଥୀ ଅଙ୍କୁର ସାହୁ ୯୫ ଖଣ୍ଡ ଭୋଟ ପାଇଥିବା ବେଳେ ଦିଗାମ୍ବର ସାହୁ ୧୪୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ଗାଙ୍ଗଦହଣି ପଞ୍ଚାୟତ ୱାର୍ଡ ନଂ ୯ରେ ଇନ୍ଦିରା ସାମଲ ୧୦୨ ଖଣ୍ଡ ଭୋଟ ପାଇଥିବା ବେଳେ ରିନା ଭୂୟାଁ ୧୨୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେହିପରି ରଣଝାଲି ପଞ୍ଚାୟତ ୱାର୍ଡ ନଂ ୧୫ର ସୁୁଷମା ନାହାକ ୧୨୬ ଖଣ୍ଡ ଭୋଟ ପାଇଥିବା ବେଳେ ରମା ପ୍ରଧାନ ୧୮୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ଝାଡବାଇ ପଞ୍ଚାୟତ ୱାର୍ଡ ନଂ ୮ର ଏସ କମଳା ରେଡି, କେଏନପୁର ପଞ୍ଚାୟତ ୱାର୍ଡ ନଂ ୩ର ସତ୍ୟଭାମା ଗୌଡ, ପାଣ୍ଡିଆ ପଞ୍ଚାୟତ ୱାର୍ଡ ନଂ ୧୪ର କୁନୁ ପଲେଇ, ଶିକୁଳା ପଞ୍ଚାୟତ ୱାର୍ଡ ନଂ ୧୦ର ତନୁ ବେହେରା, ଶୋଳଘର ପଞ୍ଚାୟତ ୱାର୍ଡ ନଂ ୧୧ର ସସ୍ମିତା ବେହେରା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବାର ନିର୍ବାଚନ ଅଧିକାରୀ ଘୋଷଣା କରିଛନ୍ତି।