୧୦ ହଜାର ଟଙ୍କା ପାଇଁ ନବବଧୂଙ୍କୁ ହତ୍ୟା ଅଭିଯୋଗ : ସ୍ବାମୀ ଓ ଶାଶୁ ଥାନାରେ ଅଟକ

ନୟାଗଡ଼ ଅଫିସ,୪ା୧୦: ନୟାଗଡ଼ ଜିଲା ଶରଣକୁଳ ଥାନା ଚଢ଼େୟାପଲ୍ଲୀ ଗ୍ରାମରେ ଜଣେ ନବବଧୂଙ୍କୁ ଯୌତୁକ ବାବଦରେ ବାକି ଥିବା ୧୦ ହଜାର ଟଙ୍କା ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ମୃତା ମହିଳାଙ୍କ ମାଆ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୁକ୍ତ ସ୍ବାମୀ ଓ ଶାଶୁଙ୍କୁ ଥାନାରେ ଅଟକ ରଖିଛି। ଥାନାରୁ ମିଳିଥିବା ସୂଚନା ଅନୁସାରେ ୭ମାସ ତଳେ ରଣପୁର ଥାନା ଖତିଆ ଗ୍ରାମର ଝୁମା ସାହୁଙ୍କ ଦ୍ୱିତୀୟ ଝିଅ ପୁଷ୍ପାଞ୍ଜଳି ଚଢ଼େୟାପଲ୍ଲୀ ଗ୍ରାମର କରୁଣାକର ନାୟକଙ୍କୁ ବିବାହ କରିଥିଲେ। ବିବାହ ସମୟରେ ଯୌତୁକ ବାବଦରେ ନଗଦ ୨୦ ହଜାର ଟଙ୍କା ଦାବି କରାଯାଇଥିବା ବେଳେ ଝୁମା ୧୦ ହଜାର ଟଙ୍କା ଦେଇଥିଲେ। ସେହିଭଳି ବିଭିନ୍ନ ଆସବାବପତ୍ର ଓ ସୁନା ଜିନିଷ ଦେଇଥିଲେ। ବିବାହର ମାସ ପରେ ସ୍ବାମୀ କରୁଣାକର ଓ ଶାଶୁ ଅଇଁଠା ନାୟକ ବାକି ଥିବା ୧୦ ହଜାର ଟଙ୍କା, ସୁନା ଚେନ୍‌ ଓ ଗୋଟିଏ ଗାଡ଼ି ଆଣିବା ପାଇଁ ପୁଷ୍ପାଞ୍ଜଳିଙ୍କ ଉପରେ ଚାପ ପକାଇଥିଲେ। ପୁଷ୍ପାଞ୍ଜଳି ବାପଘରକୁ ଏହା ଜଣାଇବା ପରେ ସେମାନେ ପରେ ଦେବେ ବୋଲି କହିଥିଲେ। ପରେ ଶାଶୁ ଘର ଲୋକେ ପୁଷ୍ପାଞ୍ଜଳିଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ। ଏପରି କି ଅନେକ ସମୟରେ ପୁଷ୍ପାଞ୍ଜଳିଙ୍କୁ ଖାଇବାକୁ ଦେଉ ନ ଥିବା ମଧ୍ୟ ଥାନାରେ ଅଭିଯୋଗ ହୋଇଛି। ଗୁରୁବାର ଅପରାହ୍ନରେ ଚଢ଼େୟାପଲ୍ଲୀ ଗ୍ରାମର କେତେକ ଲୋକ ପୁଷ୍ପାଞ୍ଜଳିଙ୍କ ଦେହ ଖରାପ ହେବାରୁ ଶାଶୁ ଘର ଲୋକ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ନେଇ ଝୁମାଙ୍କୁ ଖବର ଦେଇଥିଲେ। ଝୁମା ଓ ତାଙ୍କ ପରିବାର ଲୋକ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚତ୍ ପୁଷ୍ପାଞ୍ଜଳିଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ। ଯୌତୁକ ଟଙ୍କା ନ ଦେବାରୁ ଝିଅକୁ ଶାଶୁଘର ଲୋକ ମାରିଦେଇଥିବା ନେଇ ଝୁମା ଥାନାରେ ଅଭିଯୋଗ କରିଛନ୍ତି। କରୁଣାକରଙ୍କ କହିବା କଥା, ଖରାବେଳେ ସେ ତାଜାରୁ ଆଚାର କାଢ଼ୁଥିବା ବେଳେ ତଳେ ପଡ଼ିଯାଇଥିଲେ। ପରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଦୁଇ ପରିବାରଙ୍କ ମଧ୍ୟରେ ଘଟଣାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଟାଉନ ପୋଲିସ ପହଞ୍ଚତ୍ ଏହାର ସମାଧାନ କରିବା ସହିତ ଶରଣକୁଳ ପୋଲିସକୁ ଖବର ଦେଇଥିଲା। ଶରଣକୁଳ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଏହାର ତଦନ୍ତ କରିଥିଲା। ଏ ନେଇ ଥାନାରେ ଏକ ମାମଲା (୮୮/୧୯) ରୁଜୁ କରାଯାଇ ସ୍ବାମୀ ଓ ଶାଶୁଙ୍କୁ ଅଟକ ରଖାଯାଇଥିବା ଥାନା ଅଧିକାରୀ କିରଣ ହେମ୍ବ୍ରମ ପ୍ରକାଶ କରିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri