୧୦ ରାଜ୍ୟରେ ଘରକୁ ଘର ସର୍ଭେ ଲାଗି ପରାମର୍ଶ

ନୂଆଦିଲ୍ଲୀ,୯ା୬(ପି.ଟି.): କରୋନା ସଂକ୍ରମଣ ବଢ଼ୁଥିବା ୧୦ ରାଜ୍ୟର ୩୮ ଜିଲା ଅନ୍ତର୍ଗତ ୪୫ଟି ପୌରସଂସ୍ଥାରେ ଘରକୁ ଘର ସର୍ଭେ କରିବା ସହ କୋଭିଡ୍‌-୧୯ ପରୀକ୍ଷା ବଢ଼ାଇବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ପରାମର୍ଶ ଦେଇଛି। ମୃତ୍ୟୁହାର କମାଇବାକୁ ହେଲେ ଉକ୍ତ ଅଞ୍ଚଳଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିବାକୁ ହେବ। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପ୍ରୀତି ସୂଦନଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍ସ ଜରିଆରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୪୫ ମ୍ୟୁନିସିପାଲ ନିଗମର ଜିଲାପାଳ, ମ୍ୟୁନିସିପାଲ କମିଶନର, ଜିଲା ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟମାନେ ଯୋଗଦେଇଥିଲେ। ମହାରାଷ୍ଟ୍ର, ତେଲଙ୍ଗାନା, ତାମିଲନାଡୁ, ରାଜସ୍ଥାନ, ହରିୟାଣା, ଗୁଜରାଟ, ଜମ୍ମୁ-କଶ୍ମୀର, କର୍ନାଟକ, ଉତ୍ତରାଖଣ୍ଡ ଏବଂ ମଧ୍ୟପ୍ରଦେଶର ସର୍ବାଧିକ ସଂକ୍ରମିତ ୩୮ ଜିଲାର କରୋନା ସ୍ଥିତି ସମୀକ୍ଷା କରାଯାଇଥିଲା।

Share