୧୦ ବର୍ଷ ତଳେ ଶାହାରୁଖ୍‌ କହିଥିଲେ ଏହି କଥା

ମୁମ୍ବାଇ : ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାଁ ନିଜର ୨୮ ବର୍ଷ ଫିଲ୍ମ କ୍ୟାରିୟର ମଧ୍ୟରେ ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇ ଚାଲିଛନ୍ତି। ଏଗୁଡ଼ିକୁ ମଧ୍ୟରୁ ଗୋଟିଏ ହେଲା ‘ ମାଇଁ ନେମ୍‌ ଇଜ୍‌ ଖାନ୍‌’। ଏହି ଫିଲ୍ମରେ ଶାହାରୁଖ୍‌ କାଜୋଲଙ୍କ ସହ ନଜର ଆସିଥିଲେ। ଚଳିତମାସ ୧୨ ତାରିଖରେ ଏହି ଫିଲ୍ମକୁ ୧୦ ବର୍ଷ ପୂରିଛି। ଏହି ଖାସ୍‌ ଦିନରେ ଜାଣନ୍ତୁ କିଛି ରୋଚକ କଥା…


ଏହି ଫିଲ୍ମରେ ଟ୍ୟାଗ୍‌ ଲାଇନ୍‌ ‘ମାଇଁ ନେମ୍‌ ଇଜ୍‌ ଖାନ୍‌ ଖାନ୍‌ ଆଣ୍ଡ୍‌ ଆଇ ଆମ୍‌ ନଟ୍‌ ଏ ଟେରିରିଷ୍ଟ’ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା। କରଣ ଜୋହରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ସିଦ୍ଧାର୍ଥ ମାଲ୍‌ହୋତ୍ରା ଏବଂ ବରୁଣ ଧାଓ୍ବନ ସହାୟତା କରିଥିଲେ। ରିଲିଜ୍‌ ହେବା ପରେ ଫିଲ୍ମଟି ବଲିଉଡ୍‌ରେ ସମସ୍ତ ରେକର୍ଡ ଭାଙ୍ଗିଥିଲା। ଏପରିକି ଫିଲ୍ମଟି ୭୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା।

ଯଦି ଶାହାରୁଖ୍‌ଙ୍କ ଫିଲ୍ମ କ୍ୟାରିୟର କଥା କହିବା ତେବେ ୨୦୧୯ରେ ତାଙ୍କର କୌଣସି ଫିଲ୍ମ ରିଲିଜ୍‌ ହୋଇନାହିଁ। ଏହା ପୂର୍ବରୁ ଫିଲ୍ମ ‘ଜିରୋ’ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍‌ ହୋଇଥିଲା।

Share