Categories: ବାଣିଜ୍ୟ

୧୦% କମିପାରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ

ନୂଆଦିଲ୍ଲୀ,୨୫-୧: ଚଳିତ ଆର୍ଥତ୍କ ବର୍ଷରେ ପ୍ରତ୍ୟକ୍ଷ ଟିକସ ବାବଦ ସଂଗ୍ରହ ୧୦% କମିପାରେ। ଦେଶର କର୍ପୋରେଟ ଏବଂ ଆୟକର ସଂଗ୍ରହ ଗତ ୨ ଦଶନ୍ଧି ମଧ୍ୟରେ ପ୍ରଥମ ଥର ଲାଗି କମିପାରେ ବୋଲି ରୟଟର୍ସକୁ ପ୍ରାୟ ୧୨ ଟିକସ ଅଧିକାରୀ ବରିଷ୍ଠ ଟିକସ ଅଧିକାରୀ ସୂଚନା ଦେଇଛନ୍ତି। କର୍ପୋରେଟ ଆୟକର ହ୍ରାସ ଏବଂ ଅର୍ଥନୈତିକ ଅଭିବୃଦ୍ଧି କମିବା ଯୋଗୁ ଏଭଳି ସ୍ଥିତି ଉପୁଜିବାର ବିଶେଷ ସମ୍ଭାବନା ରହିଛି। ମାର୍ଚ୍ଚ ୩୧ ସୁଦ୍ଧା ପ୍ରତ୍ୟକ୍ଷ ଟିକସ ବାବଦକୁ ୧୩.୫ ଲକ୍ଷ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିବା ନେଇ ଲକ୍ଷ୍ୟ ରହିଛି। ଏହା ପୂର୍ବ ଆର୍ଥତ୍କ ବର୍ଷ ତୁଳନାରେ ପ୍ରାୟ ୧୭% ଅଧିକ। ଚାହିଦା କମିବାରୁ ଏହା ବ୍ୟାପାର ଉପରେ ପ୍ରଭାବ ପକାଇଛି। ଏହା ଫଳରେ କମ୍ପାନୀଗୁଡିକ ନିବେଶ ଏବଂ ନିଯୁକ୍ତି କମାଇଛନ୍ତି। ଜାନୁୟାରୀ ଶେଷ ସୁଦ୍ଧା ଟିକସ ବିଭାଗ ୭.୩ ଲକ୍ଷ କୋଟି ରାଜସ୍ବ ସଂଗ୍ରହ କରିଛି। ଗତ ଆର୍ଥତ୍କ ବର୍ଷ ସମାନ ସମୟ ତୁଳନାରେ ରାଜସ୍ବ ଆଦାୟ ୫.୫% କମିଛି। ଚଳିତ ବର୍ଷ ଟିକସ ସଂଗ୍ରହ ୧୧.୫ ଲକ୍ଷ କୋଟି ଟଙ୍କାରୁ କମିବ ବୋଲି ଅଧିକାରୀ କହିଛନ୍ତି।

Share