୧୦୨ ଅଭିଯୋଗ ଶୁଣିଲେ ଜିଲାପାଳ

କାମାକ୍ଷାନଗର,୧୮।୧୧(ଡି.ଏନ.ଏ.)-ଢେଙ୍କାନାଳ ଜିଲା କଙ୍କଡାହାଡ ବ୍ଲକ ପରିସରରେ ସୋମବାର ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଭୁମେଶ ଚନ୍ଦ୍ର ବେହେରା ଯୋଗଦେଇ ୧୦୨ଟି ଅଭିଯୋଗ ଶୁଣିଥିଲେ। ଏଥିରେ ସରକାରଙ୍କ ଗୃହ ନିର୍ମାଣ ଯୋଜନା ଭତ୍ତା, ଜମିବାଡି, ଶିକ୍ଷା, ପାନୀୟ ଜଳ, ପୋଲିସ ସମ୍ବନ୍ଧୀୟ ଆଦି ବିଭିନ୍ନ ସମସ୍ୟା ରହିଥିଲା। ଏହି ଅବସରରେ ଜିଲାପାଳ ଜଣେ ବ୍ୟକ୍ତିଙ୍କୁ ଜିଲା ରେଡକ୍ରସ୍‌ ପାଣ୍ଠିରୁ ୨ ହଜାର ଟଙ୍କା, ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ହଜାର ଟଙ୍କା, ୨ ଜଣ ଶାରୀରିକ ଅକ୍ଷମଙ୍କୁ ହୁଇଲି ଚେୟ୍ୟାର, ୩ ଜଣଙ୍କୁ ଅଭିଯୋଗ ଶୁଣି ଭତ୍ତା ମଞ୍ଜୁର କରି ପ୍ରଦାନ କରିଥିଲେ।
ଶିବିରରେ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁ, ଜିଲା ଆରକ୍ଷୀ ଅଧିକାରୀ ଅନୁପମା ଜେମ୍ସ, ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା, ଜିଲା ଚିକିତ୍ସାଧିକାରୀ ଡା. ନିରଞ୍ଜନ ମିଶ୍ର, ଜିଲା ଶିକ୍ଷା ଅଧିକାରୀ ସୁଧାନନ୍ଦ ପରିଡା, ଉପଜିଲାପାଳ ଇଂ. ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ଏସ୍‌ଡିପିଓ ସୁପ୍ରସନ୍ନ ମଲିକ, ବିଡିଓ ଦେବଦତ୍ତ ମହାନ୍ତି, ଜିଲା ମଙ୍ଗଳ ଅଧିକାରୀ ମାନସ କୁମାର ମିଶ୍ର, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଶନ୍ନ କୁମାର ମଲ୍ଲିକ, ଜିଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରା, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀ, ରେଞ୍ଜର ବିଭୂଦାନନ୍ଦ ମିଶ୍ର, ସତ୍ୟନାରାୟଣ ସାହୁ, ପୂର୍ତ୍ତ ଓ ଗୃହ ନିର୍ମାଣ ସହକାରୀ ଯନ୍ତ୍ରୀ ପ୍ରତାପ କୁମାର ହରିପାଲ, ପିଜିସିଏଲ ଅଧିକାରୀ ସିତାଶୁଂ ଶେଖର ଦାସ, ଶଶାଙ୍କ ଶେଖର ମିଶ୍ରଙ୍କ ସମେତ ବିଭିନ୍ନ ଜିଲା ଓ ଉପଖଣ୍ଡସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।