ଲଣ୍ଡନ,୨୦ା୨(ପି.ଟି.): ବିଶ୍ୱର ବିକାଶଶୀଳ ଅର୍ଥନୀତି ମଧ୍ୟରୁ ବଛାଯାଇଥିବା ୧୦୦ଟି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତରୁ ୧୧ଟି ସ୍ଥାନ ପାଇଛି। ଟାଇମ୍ସ ହାୟର ଏଜୁକେଶନ୍ସ ଇମର୍ଜିଂ ଇକୋନୋମିଜ୍ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ ୨୦୨୦ରୁ ଏହା ଜଣାପଡିଛି। ମୋଟ ୪୭ଟି ଦେଶର ୫୩୩ ବିଶ୍ୱବିଦ୍ୟାଳୟକୁ ନେଇ ଏହି ସର୍ଭେ କରାଯାଇଥିବାବେଳେ ସେଥିରେ ଭାରତରୁ ୫୬ଟି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଥିଲା। ଶ୍ରେଷ୍ଠ ବିବେଚିତ ୧୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ଚାଇନାରୁ ସର୍ବାଧିକ ୩୦ଟି ରହିଥିବାବେଳେ ଦ୍ୱିତୀୟ ସ୍ଥାନରେ ଭାରତ ରହିଛି। ଏହି ତାଲିକାରେ ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ ସାଇନ୍ସ (ଆଇଆଇଏସ୍ସି) ୧୬ତମ ସ୍ଥାନରେ ରହିଥିବାବେଳେ ଏହା ପଛକୁ ରହିଛି ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)। ଭାରତୀୟ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ଦେଖାଇଛନ୍ତି। ଭାରତ ସରକାର ୨୦୧୭ରେ ଇନ୍ଷ୍ଟିଚ୍ୟୁଟ୍ସ ଅଫ ଏମିନେନ୍ସ ପ୍ରତିଷ୍ଠା କରିଥିଲେ। ଏଥିରେ ଅଂଶଗ୍ରହଣକାରୀ ବିଶ୍ୱବିଦ୍ୟାଳୟ ଅମୃତ ବିଶ୍ୱ ବିଦ୍ୟାପୀଠମ୍ ପ୍ରଥମ ଥର ପାଇଁ ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଛି। ଅନ୍ୟମାନଙ୍କ ମଧ୍ୟରେ ଆଇଆଇଟି ଖଡ଼ଗପୁର ୨୩ ସ୍ଥାନ ଉପରକୁ ଉଠି ୩୨ତମ ସ୍ଥାନରେ ପହଞ୍ଚିଥିବାବେଳେ ଆଇଆଇଟି ଦିଲ୍ଲୀ ୩୮ତମ, ଆଇଆଇଟି ମାଡ୍ରାସ ୬୩ତମ ସ୍ଥାନରେ ରହିଛି। ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ରୋପଡ୍ ଏବଂ ଇନ୍ଷ୍ଟିଚ୍ୟୁଟ୍ ଅଫ କେମିକାଲ ଟେକ୍ନୋଲୋଜି ପ୍ରଥମ ଥର ଏହି ର଼୍ୟାଙ୍କିଙ୍ଗ୍ରେ ପ୍ରବେଶ କରି ଶ୍ରେଷ୍ଠ ୧୦୦ ମଧ୍ୟରେ ସ୍ଥାନ ପାଇଛନ୍ତି।
Posted inଅନ୍ତର୍ଜାତୀୟ View All
‘ସୁନ୍ଦର ମୁହଁ’, ‘ମେସିନ୍ ଗନ୍ ପରି ଓଠ”, ଟ୍ରମ୍ପଙ୍କ ମନ୍ତବ୍ୟ ଶୁଣି ବିଶ୍ୱରେ ଚର୍ଚ୍ଚା
ନୂଆଦିଲ୍ଲୀ,୧୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିକଟରେ ତାଙ୍କର ହ୍ୱାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟେରୀ କାରୋଲିନ୍ ଲେଭିଟ୍ଙ୍କୁ ତାଙ୍କର “ସୁନ୍ଦର ମୁହଁ” ଏବଂ “ଓଠ”କୁ ନେଇ...
ଭାରତୀୟ ଚାଉଳ ଉପରେ ଟାରିଫ୍ ଲଗାଇବାକୁ ଟ୍ରମ୍ପ୍ଙ୍କ ଧମକ
ଓ୍ବାଶିଂଟନ୍,୧୦ା୧୨:ଭାରତ ସମେତ ବିଭିନ୍ନ ଦେଶରୁ ରପ୍ତାନି ହେଉଥିବା ଚାଉଳ ଉପରେ ଅତିରିକ୍ତ ଟାରିଫ୍ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଧମକ ଦେଇଛନ୍ତି। ଭାରତ...
ବିଶ୍ୱର ପ୍ରଥମ ଦେଶ ଭାବେ ସୋସିଆଲ ମିଡିଆ ବ୍ୟାନ କଲା ଅଷ୍ଟ୍ରେଲିଆ, ଏତିକି ବର୍ଷରୁ କମ୍ ପିଲା…
ନୂଆଦିଲ୍ଲୀ,୯।୧୨: ପିଲାମାନଙ୍କୁ ସୋସିଆଲ ମିଡିଆର କୁପ୍ରଭାବରୁ ରକ୍ଷା କରିବା ପାଇଁ ଅଷ୍ଟ୍ରେଲିଆ ଏକ ଐତିହାସିକ ପଦକ୍ଷେପ ନେଇଛି। ବୁଧବାର ମଧ୍ୟରାତ୍ରିରୁ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍...
ପୁଣି ଭାଗ ଭାଗ ହୋଇଯିବ ପାକିସ୍ତାନ: ସ୍ୱତନ୍ତ୍ର ସିନ୍ଧୁଦେଶ ଦାବି କରାଚୀରେ ହିଂସା
ନୂଆଦିଲ୍ଲୀ,୮।୧୨: ୧୯୭୧ ମସିହାରେ ପୂର୍ବ ପାକିସ୍ତାନକୁ ହରାଇବା ପରେ ପାକିସ୍ତାନରେ ପୁଣି ଥରେ ପ୍ରାଦେଶିକ ବିଭାଜନ ନେଇ ଜୋରଦାର ଆଲୋଚନା ଚାଲିଛି। ଦେଶରେ ଉତ୍ତମ ଶାସନ...
ଜାପାନ ଭୂକମ୍ପରେ ୩୩ ଆହତ, ପ୍ରଧାନମନ୍ତ୍ରୀ ଗଠନ କଲେ ଏମରଜେନ୍ସି ଟାସ୍କ ଫୋର୍ସ
ଟୋକିଓ,୯।୧୨: ସୋମବାର ରାତିରେ ଜାପାନରେ ୭.୫ ତୀବ୍ରତାର ଭୂମିକମ୍ପ ହେବା ପରେ ଲୋକମାନେ ଏବେ ବି ଭୟଭୀତ ଅଛନ୍ତି। ଭୂମିକମ୍ପ ପରେ ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳରେ...
ଭାରତ ବିରୋଧରେ ପୁଣି ବିଷ ଓଗାଳିଲେ ମୁନିର
ଇସଲାମାବାଦ,୯।୧୨: ପାକିସ୍ତାନ ପ୍ରତିରକ୍ଷା ବାହିନୀର ମୁଖ୍ୟ (CDF), ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର କହିଛନ୍ତି ଯେ ପାକିସ୍ତାନ ଏକ ଶାନ୍ତିପ୍ରିୟ ଦେଶ ଏବଂ କାହାକୁ...
ବିମାନରେ ଗୀତା ପଢିଲେ ରୁଷିଆ ରାଷ୍ଟ୍ରପତି, ବନ୍ଧୁଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଦେଇଥିଲେ ବିଶେଷ ଉପହାର
ମସ୍କେ/ନୂଆଦିଲ୍ଲୀ,୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସମ୍ପ୍ରତି ତାଙ୍କର ଦୁଇ ଦିନିଆ ଭାରତ ଗସ୍ତ ଶେଷ କରିଛନ୍ତି। ତାଙ୍କ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ...
ପୁଟିନଙ୍କ ଭାରତ ଗସ୍ତକୁ ନେଇ ଚାଇନା ଦେଲା ଏମିତି ପ୍ରତିକ୍ରିୟା ଆମେରିକାକୁ ଲାଗିବ ବଡ଼ ଝଟକା
ବେଜିଂ,୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସାମ୍ପ୍ରତିକ ଭାରତ ଗସ୍ତ ପ୍ରତି ଚାଇନା ଏକ ସକାରାତ୍ମକ ମନୋଭାବ ପ୍ରକାଶ କରିଛି, କହିଛି ଯେ ଭାରତ, ଚାଇନା...
Archives


