Categories: ବାଣିଜ୍ୟ

୧୦୦ ଲକ୍ଷ କୋଟିର ଭିତ୍ତିଭୂମି ନିର୍ମାଣ ନେଇ ଟାସ୍କଫୋର୍ସ ଗଠନ

ନୂଆଦିଲ୍ଲୀ,୨୫-୮: କେନ୍ଦ୍ର ସରକାର ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଆସନ୍ତା ୫ ବର୍ଷରେ ୧୦୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ। ଏଥିପାଇଁ ଅଗ୍ରାଧିକାର ଭିତ୍ତିରେ ଭିତ୍ତିଭୂମିଗୁଡ଼ିକର ଚିହ୍ନଟ ପାଇଁ ସରକାରଙ୍କ ପକ୍ଷରୁ ଏକ ଆନ୍ତଃମନ୍ତ୍ରିସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କହିଛନ୍ତି ଯେ, ଆର୍ଥିକ ବ୍ୟାପାର ଅଧୀନରେ ଏହି ଟାସ୍କଫୋର୍ସ କାମ କରିବ। ପ୍ରକଳ୍ପଗୁଡ଼ିକର ନିର୍ମାଣରେ ହେଉଥିବା ଖର୍ଚ୍ଚ ଓ କାର୍ଯ୍ୟ ଉପରେ ତୀକ୍ଷ୍ନ ନଜର ରଖାଯିବ ଏବଂ ସେଗୁଡ଼ିକୁ ତ୍ୱରାନ୍ବିତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଭିତ୍ତିଭୂମି ଓ ଗୃହ ପ୍ରକଳ୍ପଗୁଡ଼ିକୁ ଯେପରି ତ୍ୱରାନ୍ବିତ ଭାବେ ଅର୍ଥ ମିଳିବ ସେଥିଲାଗି ଏକ ସଂସ୍ଥା ଗଠନ କରାଯିବ ବୋଲି ସେ କହିଛନ୍ତି।

Share