Categories: ଜାତୀୟ

୧୦୦ ବିଲିୟନ ଡଲାର ନିବେଶ କରିବ ସୌଦି

ନୂଆଦିଲ୍ଲୀ,୩୦ା୯(ପି.ଟି.): ବିଶ୍ୱର ସର୍ବବୃହତ ତୈଳ ରପ୍ତାନିକାରୀ ରାଷ୍ଟ୍ର ସୌଦି ଆରବ ଭାରତର ପେଟ୍ରୋକେମିକାଲ, ଭିତ୍ତିଭୂମି ଓ ଖଣି ସେକ୍ଟରରେ ୧୦୦ ବିଲିୟନ ଡଲାର ପୁଞ୍ଜିନିବେଶ କରିବାକୁ ମନସ୍ଥ କରିଛି। ସୌଦି ପାଇଁ ଭାରତ ପୁଞ୍ଜି ବିନିଯୋଗର ଆକର୍ଷଣୀୟ ସ୍ଥାନ ବୋଲି ସୌଦି ରାଷ୍ଟ୍ରଦୂତ ଡ. ସୌଦ ବିନ୍‌ ମହମ୍ମଦ ଅଲ୍‌ ସାଟି କହିଛନ୍ତି। ତୈଳ, ଗ୍ୟାସ, ମାଇନିଂ ଭଳି ପ୍ରମୁଖ ସେକ୍ଟରରେ ସୌଦି ଆରବ ନୂଆଦିଲ୍ଲୀ ସହ ଦୀର୍ଘମିଆଦୀ ଭାଗିଦାରିତାରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛି।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିଃ ସହ ସୌଦିର ବୃହତ୍‌ ତୈଳ କମ୍ପାନୀ ଆରାମକୋ ଅଂଶୀଦାର ହେବାକୁ ପ୍ରସ୍ତାବ ଦେଇଥିବା ଅଲ୍‌ ସାଟି କହିଛନ୍ତି। ଆରାମକୋ ପଶ୍ଚିମ ଉପକୂଳରେ ଥିତ୍ବା ରିଲାଏନ୍ସର ତୈଳ ବିଶୋଧନାଗାର ଓ ପେଟ୍ରୋକେମିକାଲ ପ୍ରୋଜେକ୍ଟରେ ୪୪ ବିଲିୟନ ଡଲାର ନିବେଶ କରିବ। ସୌଦି ଯୁବରାଜ ମହମ୍ମଦ ବିନ୍‌ ସଲମାନଙ୍କ ଭିଜନ ୨୦୩୦ ଯୋଜନାରେ ଭାରତ ସହ ବ୍ୟବସାୟ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଛି।

Share