Categories: ଜାତୀୟ

୧୦୦ କୋଟିର ବ୍ରାଉନ୍‌ ସୁଗାର ଜବତ

ଇମ୍ଫାଲ,୧ା୭:ମଣିପୁରର ଥୋଉବାଲ ଜିଲାରୁ ୧୧୧.୨ କେ.ଜି.ର ବ୍ରାଉନ୍‌ ସୁଗାର ଜବତ ହୋଇଛି। ଲିଲୋଙ୍ଗ ଗ୍ରାମରେ ବ୍ରାଉନ୍‌ ସୁଗାର ପ୍ରସ୍ତୁତି ଚାଲିଥିବାବେଳେ ନାର୍କୋଟିକ୍ସ ଆଣ୍ଡ ଆଫେୟାର୍ସ ଅଫ୍‌ ବର୍ଡର ସମେତ ମଣିପୁର ପୋଲିସ ଶନିବାର ବିଳମ୍ବିତ ରାତିରେ ସେଠାରେ ଚଢ଼ାଉ କରି ଏହାକୁ ଜବତ କରିଥିବା ଜଣାପଡ଼ିଛି। ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ୧୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏନେଇ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିବା ସହ ଉକ୍ତ ଫ୍ୟାକ୍ଟ୍ରିକୁ ସିଲ୍‌ କରିଦିଆଯାଇଛି। ସ୍ଥାନୀୟ ସ୍ବେଚ୍ଛାସେବୀ ସଂସ୍ଥା ‘ଅଞ୍ଜୁମନ୍‌’ ସହାୟତାରେ ଏହି ଧରପଗଡ଼ କରାଯାଇଥିବା ପୋଲି ସୂଚନା ଦେଇଛି।

Share