Categories: ବାଣିଜ୍ୟ

୧୦୦୦ କୋଟିର ୬ ଏନ୍‌ପିଏ ଆକାଉଣ୍ଟ ବିକିବ ପିଏନ୍‌ବି

ନୂଆଦିଲ୍ଲୀ,୧୭-୬: ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ୧୦୦୦ କୋଟି ଟଙ୍କାରୁ ଅଧିକ ୬ ଏନ୍‌ପିଏ ଆକାଉଣ୍ଟକୁ ବିକ୍ରି କରିବାକୁ ଘୋଷଣା କରିଛି। ବିକ୍ରି ହେବାକୁ ଥିବା ଆକାଉଣ୍ଟ ଗୁଡ଼ିକ ମଧ୍ୟରେ ବନ୍ଦନା ବିଦ୍ୟୁତ ଏବଂ ଭିସା ଷ୍ଟିଲ ରହିଛି। ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା(ଏନ୍‌ବିଏଫ୍‌ସି) ତଥା ଅନ୍ୟ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ଏହି ଖାତାକୁ ଅଧିଗ୍ରହଣ କରିବା ଲାଗି ନିଲାମରେ ଅଂଶଗ୍ରହଣ କରିବାକୁ ଆବେଦନ କରିପାରିବେ। ଚଳିତ ମାସ ୨୬ ତାରିଖ ଯାଏ ଏଥିପାଇଁ ସମୟ ଧାର୍ଯ୍ୟ ହୋଇଛି। ୨୭ରେ ଖାତାଗୁଡ଼ିକର ନିଲାମ ଡକାଯିବ। ପିଏନ୍‌ବି ପକ୍ଷରୁ ଏକ ନୋଟିସ ଜାରି କରି କୁହାଯାଇଛି ଯେ, ଭୋପାଳର ବନ୍ଦନା ବିଦ୍ୟୁତ ଷ୍ଟିଲ୍‌ ଲାଗି ୪୫୪.୦୨ କୋଟି ଟଙ୍କାର ସଂରକ୍ଷିତ ମୂଲ୍ୟ ରଖାଯାଇଥିବାବେଳେ କୋଲକାତାର ଭିସା ଷ୍ଟିଲ ପାଇଁ ୪୪୩.୭୬କୋଟି ଟଙ୍କା ଧାର୍ଯ୍ୟ ହୋଇଛି। ଅନ୍ୟ ୪ ଆକାଉଣ୍ଟ ହେଲା ଟେମ୍ପେଟେଶନ ଫୁଡ୍ସ, ହିଲିୟସ ଫଟୋଭୋଲ୍ଟିକ୍‌, କ୍ୟାବକମ୍‌ କେବଲ୍ସ ଓ ଜୁମ୍‌ ବଲ୍ଲଭ ଷ୍ଟିଲ୍‌।

Share