Categories: ବାଣିଜ୍ୟ

୧୦୦୦ ଏୟାରକୁଲର ଦେଲା ସିମ୍ଫୋନି

ନୂଆଦିଲ୍ଲୀ,୧-୫: କୋଭିଡ୍‌-୧୯ ଯୁଦ୍ଧରେ ପ୍ରମୁଖ ଏୟାରକୁଲର ମାନୁଫାକଚର କମ୍ପାନୀ ସିମ୍ଫୋନି ସାମିଲ ହୋଇଛି। ଗୁଜରାଟ ସରକାରଙ୍କୁ ଏହା ୧୦୦୦ ଏୟାରକୁଲର ଦାନ କରିଥିବା ସୂଚନା ଦେଇଛି। ଗୁଜରାଟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗରେ ଏହି କୁଲରଗୁଡିକ ବ୍ୟବହାର କରାଯିବା କାର୍ଯ୍ୟକ୍ରମ ରହିଛି। କୋଭିଡ୍‌ ପ୍ରଭାବିତ ସ୍ଥାନ, ଟ୍ରିଟ୍‌ମେଣ୍ଟ ସେଣ୍ଟର, କ୍ୱାରାଣ୍ଟାଇନ ସେଣ୍ଟର, ହେଲ୍‌ଥ କେୟାର ଫାସିଲିଟିଗୁଡିକରେ ଏଗୁଡିକ ଲଗାଯିବ। କରୋନା ବିରୋଧରେ ସମସ୍ତେ ଆଗେଇ ଆସିବାକୁ କମ୍ପାନୀ ପକ୍ଷରୁ ଆହ୍ବାନ କରାଯାଇଛି। ଗୁଜରାଟ ସରକାରଙ୍କ ସହ ମିଳିତ ହୋଇ କାମ କରୁଥିବାରୁ ଅତ୍ୟନ୍ତ ଖୁସି ବୋଲି କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଆଚଲ ବାକେରି କହିଛନ୍ତି।

Share