Categories: ବାଣିଜ୍ୟ

୧୦ରୁ ଏଚ୍‌-୧ବି ଭିଜାର ପ୍ରିମିୟମ ପ୍ରୋସେସିଂ

ନୂଆଦିଲ୍ଲୀ,୯-୬: ଆମେରିକା ନାଗରିକତା ଏବଂ ଆପ୍ରବାସନ ସେବା(ୟୁଏସ୍‌ସିଆଇଏସ୍‌) ଆସନ୍ତା ୧୦ରୁ ଅବଶିଷ୍ଟ ଏଚ୍‌-୧ବି ଭିଜା ଆବେଦନରୁ ପ୍ରିମିୟମ ପ୍ରୋସେସିଂ ଆରମ୍ଭ କରିବ। ଏ ସମ୍ପର୍କରେ ଶୁକ୍ରବାର ବିଳମ୍ବିତ ରାତିରେ ଘୋଷଣା କରାଯାଇଛି। ଗତ ଏପ୍ରିଲ ପହିଲାରୁ ପ୍ରଥମ ପର୍ଯ୍ୟାୟରେ ଆର୍ଥିକ ବର୍ଷ ୨୦୨୦ ଲାଗି ଚେଞ୍ଜ ଅଫ୍‌ ଷ୍ଟାଟସ୍‌ ଥିବା ଆବେଦନଗୁଡ଼ିକର ପ୍ରଥମେ ସମାଧାନ କରାଯାଇଛି। ଅପ୍ସନ ଟ୍ରେନିଂ ପ୍ରୋଗ୍ରାମ ଅନ୍ତର୍ଗତରେ ଆମେରିକାରେ କାମ କରୁଥିବା ଏଫ୍‌-୧ ଭିଜାଧାରୀ ଛାତ୍ରୀଛାତ୍ର ଏମାନଙ୍କ ମଧ୍ୟରେ ରହିଛନ୍ତି। ସେମାନଙ୍କୁ ନିଯୁକ୍ତିଦାତା ଏଚ୍‌-୧ବି ଓ୍ବର୍କ ଭିଜା ସ୍ପନ୍ସର କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଜୁନରୁ ଆରମ୍ଭ ହେବା କଥା। ଉକ୍ତ ଯୋଜନାରେ ସ୍ପନ୍ସରିଂ ଏମ୍ପ୍ଲୟି ୧୪୧୦ ଡଲାର ଶୁଳ୍କ ପ୍ରଦାନ କରି ପ୍ରିମିୟମ ପ୍ରୋସେସିଂରେ ଅପ୍‌ଡେଟ କରିପାରିବେ। ଏହି ବ୍ୟବସ୍ଥାରେ ଭିଜା ପ୍ରଦାନ ବ୍ୟବସ୍ଥାକୁ ତ୍ୱରାନ୍ବିତ କରାଯାଇଥାଏ। ଭାରତୀୟ ଆଇଟି ପେସାଦାରଙ୍କ ନିକଟରେ ଏହା ଅତ୍ୟନ୍ତ ଲୋକପ୍ରିୟ ହୋଇଛି। ପ୍ରିମିୟମ ପ୍ରୋସେସିଂ ଅନ୍ତର୍ଗତରେ ଏଚ୍‌-୧ବି ଭିଜା ଆବେଦନ ସମ୍ପର୍କିତ ଯାଞ୍ଚ ୧୫ ଦିନ ମଧ୍ୟରେ କରାଯାଇଥାଏ। ଆର୍ଥିକ ବର୍ଷ ୨୦୨୦ ଲାଗି ୨.୦୧ ଲକ୍ଷ ଏଚ୍‌-୧ବି ଭିଜା ଆବେଦନ ମିଳିଛି, କିନ୍ତୁ ୮୫ହଜାର ବାର୍ଷିକ କୋଟା ଧାର୍ଯ୍ୟ ହୋଇଛି।

Share