୧୦ରୁ ଊର୍ଦ୍ଧ୍ୱ ତାଳଗଛ ଜଳିଗଲା

ପଡିଆ,୧୯ା୫(ଡି.ଏନ.ଏ.)-ମାଲକାନଗିରି ଜିଲା ପଡିଆ ବ୍ଲକ କଲୋନୀରେ ବର୍ଷାପବନ ହୋଇ ଏକ ଦୁର୍ଘଟଣା ଘଟିଯାଇଛି। କଲୋନୀ ପଛପଟେ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାର ଛିଡିପଡି ୧୦ ତାଳଗଛ ପୋଡିଯାଇଛି। ଖବରରୁ ଜଣାପଡିଛି ରବିବାର ସନ୍ଧ୍ୟାରେ ଉକ୍ତ ଅଞ୍ଚଳରେ ବର୍ଷା ସହ ପବନ ହୋଇଥିଲା। ଏହି ସମୟରେ ୧୧ କେଭି ବିଦ୍ୟୁତ୍‌ ତାର ଶର୍ଟ ହୋଇଯାଇଥିଲା। ଫଳରେ ଏହା ସଂଷ୍ପର୍ଶରେ ଆସି ୧୦ରୁ ଊର୍ଦ୍ଧ୍ୱ ତାଳଗଛ ଜଳିଯାଇଥିଲା। ନିଆଁର ପ୍ରକୋପ ଦେଖି ଅଞ୍ଚଳବାସୀ ଭୟଭୀତ ହୋଇପଡିଥିଲେ। ଖବରପାଇ ଅଗ୍ନଶମ ଅଧିକାରୀ ବୀରେନ୍ଦ୍ର କୁମାର ସିଂ କର୍ମଚାରୀଙ୍କ ସହ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ଏଥିଯୋଗୁ କୌଣସି ଧନଜୀବନ ହାନି ହୋଇନାହିଁ।