୧ରୁ ଲାଗୁହେବ ଫାଷ୍ଟ ଟ୍ୟାଗ୍‌ ଆଇନ

କେନ୍ଦୁଝର ୨୩।୧୧ (ସ୍ବ.ପ୍ର./ଡି.ଏନ.ଏ.)- କେନ୍ଦ୍ର ସରକାରଙ୍କ ନୂତନ ଆଇନ ଅନୁଯାୟୀ ପ୍ରତ୍ୟେକ ଗାଡିରେ ଫାଷ୍ଟ ଟ୍ୟାଗ୍‌ (ଚିପସ) ନ ଲଗାଇଲେ ଟୋଲ ଗେଟ୍‌ରେ ଦୁଇଗୁଣ ଜରିମାନା ଆଦାୟ କରାଯିବ। ଏହି ବ୍ୟବସ୍ଥା ଡିସେମ୍ବର ୧ରୁ ଲାଗୁ ହେବାକୁ ଯାଉଛି । ତଦନୁଯାୟୀ କେନ୍ଦୁଝର ଜିଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥରେ ଆସନ୍ତା ୧ତାରିଖଠାରୁ ସମସ୍ତ ଟୋଲ ପ୍ଲାଜାରେ ଇ-ଟୋଲ ଆଦାୟ ହେବ। ରାଜପଥର ହସନପୁର, ଖଣ୍ଟଘର,ବନାଯୋଡି ଟୋଲ ପ୍ଲାଜାରେ ‘ଫାଷ୍ଟ ଟ୍ୟାଗ’ ବ୍ୟବସ୍ଥା ପ୍ରଚଳନ କରାଯାଉଥିବା ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି। ଫାଷ୍ଟଟ୍ୟାଗ ବ୍ୟବହାର କରୁ୍‌ତ୍ଥିବା ଗାଡି ଟୋଲ ଗେଟ ଅତିକ୍ରମ କରିବା ମାତ୍ରେ ଯାନବାହନର ଝରକା କାଚରେ ଲାଗିଥିବା ଆର୍‌ଏଫ୍‌ଆଇଡିଭିତ୍ତିିକ ଫାଷ୍ଟ ଟ୍ୟାଗ ସହ ଲିଙ୍କ୍‌ ଥିବା ବ୍ୟାଙ୍କ ଆକାଉଣ୍ଟରୁ ଆପେ ଆପେ ରାଜପଥ ବାବଦକୁ ଶୁଳ୍କ କଟିଯିିବ। ତେବେ ବର୍ତ୍ତମାନ ଦୁଇଗୁଣ ଜରିମାନା ଆଦାୟକୁ କୋହଳ କରାଯାଇଥିବା କୁହାଯାଉଛି । ଦେଶର ସମସ୍ତ ଟୋଲ ଗେଟରେ ଏହି ବ୍ୟବସ୍ଥା ଲାଗୁ ହେବାକୁ ଯାଉଥିବାରୁ ଏ ନେଇ ଲୋକଙ୍କୁ ଅଧିକ ସଚେତନ କରାଯାଉଛି।
ଉଲ୍ଳେଖନୀୟ ଯେ, ଦୁଇ ଚକିଆ, ତିନି ଚକିଆ ଓ ଟ୍ରାକ୍ଟର ବ୍ୟତୀତ ଏବେ ଯେଉଁ ସବୁ ଗାଡି ନୂଆ ଆସୁଛି ସେଥିରେ ଫାଷ୍ଟ ଟ୍ୟାଗ ଲାଗି ଆସୁଛି ା ବ୍ୟାଙ୍କ ଆକାଉଣ୍ଟ ସହିତ ଏସବୁ ଚିପସ୍‌ର ଲିଙ୍କ୍‌ ରହୁଛି । ଗାଡି ଟୋଲ୍‌ ଗେଟ ପାଖରେ ପହଞ୍ଚିବାର ପ୍ରାୟ ୩୦୦ ମିଟର ପୂର୍ବରୁ ଟୋଲ ଗେଟରେ ଥିବା କମ୍ପୁୁଟର ସହିତ ଏହାର ଯୋଗାଯୋଗ ସ୍ଥାପନ ହୋଇପାରିିବ ା ଫଳରେ ଗାଡିକୁ ଆଉ ଅଧିକ ସମୟ ଠିଆ ହୋଇ ରହିବାକୁ ପଡିବ ନାହିଁ ା ଟୋଲଗେଟ୍‌ରେ ଲାଗିଥିବା ଫାଟକ ଆପେ ଖୋଲିଯିବଏବଂ ଫି ବାବଦକୁ ଟଙ୍କା ସିଧାସଲଖ ଲିଙ୍କ୍‌ ଯୋଗେ ବ୍ୟାଙ୍କ ଆକାଉଣ୍ଟରୁ କଟିଯିବ ା ଏହାଦ୍ୱାରା ଟୋଲ ଗେଟ୍‌ରେ ଟ୍ରାଫିକ୍‌ ଜାମ ହେବ ନାହିଁ , ପ୍ରଦୂଷଣ ମାତ୍ରା କମିବ ଏବଂ ଶୁଳ୍କ ଆଦାୟରେ ସ୍ବଚ୍ଛତା ରକ୍ଷା ସହ ସରକାର୍‌ଙ୍କ ଡିଜିଟାଲ ବା ଇ -ଅର୍ଥ କାରବାରକୁ ଏଥିରୁ ପ୍ରୋତ୍ସାହନ ମିଳିବ । କେନ୍ଦୁଝରଠାରେ ଥିବା ଜାତୀୟ ରାଜପଥ ପ୍ରାଧିକରଣ ପ୍ରକଳ୍ପ ନିର୍ଦ୍ଦେଶକ ଆର. ଭେଙ୍କଟେଶ୍ୱରଲୁ ଏଠାରେ ଏହି ସୂଚନା ପ୍ରଦାନ କରିଛନ୍ତି ା ଏହାବାଦ ଜାତୀୟ ରାଜପଥ ଦେୟ ନିୟମ ୨୦୦୮ ମୁତାବକ ଟୋଲ ପ୍ଲାଜାରେ କେବଳ ଫାଷ୍ଟ ଟ୍ୟାଗ ବ୍ୟବହାରକାରୀ ଗାଡି ପାଇଁ ସ୍ବତନ୍ତ୍ର ଲେନ ବ୍ୟବସ୍ଥା ସଂରକ୍ଷିତ ହୋଇ ରହିବ ା ଫାଷ୍ଟ ଟ୍ୟାଗ ଲାଗି ନ ଥିବା ଗାଡି ଏହି ଲେନରେ ଯାତାୟାତ କରିପାରିବେ ନାହିଁ ା ଏବେ ଟୋଲ ପ୍ଲାଜା ନିକଟରେ ପ୍ରିପେଡ ଫାଷ୍ଟ ଟ୍ୟାଗ ଚାଳକଙ୍କୁ ଯୋଗାଇଦେବା ବ୍ୟବସ୍ଥା କରାଯାଇଛି ା ମୋବାଇଲ ଭଳି ଏହାକୁ ମଧ୍ୟ ରିଚାର୍ଜ କରି ବ୍ୟବହାର କରାଯାଇ ପାରିବ ବୋଲି ସେ କହିଥିଲେ।