ୟୁପି ସୀମାରୁ ଫେରିଲା କଂଗ୍ରେସ ବସ୍‌

ଜୟପୁର,୨୧ା୫ (ପି.ଟି.): ଲକ୍‌ଡାଉନ ଯୋଗୁ ଅଟକି ରହିଥିବା ଶ୍ରମିକମାନଙ୍କୁ ଫେରାଇ ଆଣିବା ଲାଗି କଂଗ୍ରେସ ଦଳ ପକ୍ଷରୁ ପାଖାପାଖି ୪୦୦ ବସ୍‌ ପଠାଯାଇଥିଲା। ଉତ୍ତରପ୍ରଦେଶ ସରକାର ପ୍ରବେଶ ଅନୁମତି ନ ଦେବାରୁ ବସ୍‌ଗୁଡ଼ିକ ରାଜସ୍ଥାନ-ୟୁପି ସୀମାରୁ ଫେରିଛନ୍ତି। ଏବେ ରାଜନୀତି କରିବା ସମୟ ନୁହେଁ ବରଂ ଲୋକଙ୍କୁ ସାହାଯ୍ୟ କରିବା ସମୟ। ତେଣୁ କଂଗ୍ରେସ ପଠାଇଥିବା ବସ୍‌କୁ ଶ୍ରମିକ ନେବା ଲାଗି ଅନୁମତି ଦେବାକୁ ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରିଥିଲେ। ଅନେକ ଶ୍ରମିକ ଶହ ଶହ କିଲୋମିଟର ଚାଲି ଘରକୁ ଫେରୁଥିବା ସତ୍ତ୍ୱେ ରାଜନୈତିକ ଦ୍ୱନ୍ଦ୍ୱ ଯୋଗୁ କଂଗ୍ରେସ ପଠାଇଥିବା ବସ୍‌ ସୀମାରେ ୨୪ ଘଣ୍ଟା ଧରି ଅପେକ୍ଷା କରିବା ପରେ ଶ୍ରମିକ ନ ଆଣି ଫେରିଛି।

Share