Categories: ବାଣିଜ୍ୟ

ୟୁପିଆଇ ପ୍ଲାଟ୍‌ଫର୍ମରେ ରେକରିଂ ପେମେଣ୍ଟ

ନୂଆଦିଲ୍ଲୀ,୧୨-୧ : ୟୁପିଆଇ ପ୍ଲାଟ୍‌ଫର୍ମରେ ଗ୍ରାହକମାନେ ଏବେ ରେକରିଂ ପେମେଣ୍ଟ ସୁବିଧା ପାଇବେ। ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଲାଗି ସରକାର ଏଭଳି ଏକ ସୁବିଧାର ଶୁଭାରମ୍ଭକୁ ଅନୁମତି ଦେଇଛନ୍ତି। ଏହି ସୁବିଧା ଦ୍ୱାରା ଉପଭୋକ୍ତା ଏବଂ ମର୍ଚ୍ଚାଣ୍ଟଙ୍କ ମଧ୍ୟରେ ସହମତି ଦ୍ୱାରା ମାସର ନିର୍ଦ୍ଧାରିତ ତାରିଖରେ ବକେୟା ଉପରେ ପ୍ରଦାନ କରାଯାଉଥିବା ରାଶି ଆପେ ଆପେ ଗ୍ରାହକଙ୍କ ଆକାଉଣ୍ଟରୁ କଟି ଯାଇଥାଏ। ବର୍ତ୍ତମାନ ଏହାର ଲିମିଟ୍‌ ୨୦୦୦ ଟଙ୍କା ରଖାଯାଇଛି।

Share