ୟୁନିଟ୍‌-୧ ମାର୍କେଟରୁ ଯୁବକଙ୍କୁ ଅପହରଣ: ୧୫ ଦିନ ପରେ ବି ଅମରଙ୍କର ମିଳୁନି ପତ୍ତା

ଭୁବନେଶ୍ୱର,୧୫।୯(ବ୍ୟୁରୋ): କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ୍‌-୧ ମାର୍କେଟରୁ ଜଣେ ଯୁବକ ସନ୍ଦେହଜନକ ଭାବେ ନିଖୋଜ ହୋଇଯାଇଛନ୍ତି। ଯୁବକ ଜଣକ ପେଟ୍ରୋଲ ଟାଙ୍କି ନିକଟରେ ବାଇକ ପାର୍କିଂ କରି ମାର୍କେଟ ଭିତରକୁ ଯାଉଥିବା ଦୃଶ୍ୟ ସିସିଟିଭି ଫୁଟେଜରେ ରହିଛି। ହେଲେ ସେ ଆଉ ଫେରି ନ ଥିବାରୁ ତାଙ୍କୁ ହାଟ ଭିତରୁ ହିଁ ଯୋଜନାବଦ୍ଧ ଭାବେ ଅପହରଣ କରାଯାଇଥିବା ନେଇ ପରିବାର ଲୋକେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ନିଖୋଜ ଯୁବକ ହେଲେ କେନ୍ଦୁଝର ଜିଲା ପବିତ୍ରଡ଼ିହା ଗ୍ରାମର ଅମର କୁମାର ଚାଉଡ଼ା(୩୨)। ଅଗଷ୍ଟ ୩୧ ତାରିଖରେ ଏହି ଘଟଣା ଘଟିଥିବାବେଳେ ପୋଲିସ କେବଳ ମିସିଂ ମାମଲା ରୁଜୁ କରି ଚୁପ୍‌ ବସିଛି। ଅମର ହାଟ ଭିତରୁୁ କୁଆଡେ ଗଲେ ଓ ତାଙ୍କୁ କିଏ ଅପହରଣ କଲା ତାହାକୁ ନେଇ ଏବେ ନାନା ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ପୋଲିସ ଯୁବକଙ୍କ ମୋବାଇଲ୍‌ ଫୋନ୍‌ କଲ୍‌ ଡିଟେଲ୍ସ ଯାଞ୍ଚ କରିଥିଲେ ମଧ୍ୟ କିଛି ବି ସୁରାକ ମିଳୁ ନ ଥିବା କହୁଛି। ଇତିମଧ୍ୟରେ ଘଟଣାକୁ ୧୫ ଦିନ ବିତିଯାଇଛି। ହାଟ ଓ ନିକଟରେ ଲାଗିଥିବା ସିସିଟିଭି ଫୁଟେଜରୁ ଅମରଙ୍କ ସମ୍ପର୍କରେ କିଛି ବି ସୂଚନା ମିଳିପାରୁ ନ ଥିବାରୁ ପରିବାର ଲୋକେ ଏବେ ଆଶଙ୍କାରେ ରହିଛନ୍ତି। ଅମର ଜୀବିତ ନା ତାଙ୍କ ସହ ଅନ୍ୟ କିଛି ଘଟଣା ଘଟିଛି ସେହି ଚିନ୍ତାରେ ସେମାନେ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି। ଥାନାକୁ ବାରମ୍ବାର ଦୌଡ଼ି ନିରାଶ ହେବା ପରେ ପୋଲିସ କମିଶନରଙ୍କୁ ଭେଟି ପୁଅକୁ ଖୋଜି ଦେବାକୁ ଗୁହାରି କରିଛନ୍ତି। ଅନ୍ୟପକ୍ଷରେ ପରିବାର ଲୋକେ ଅମରଙ୍କ ଫଟୋ ବସ୍‌ଷ୍ଟାଣ୍ଡ, ରେଲ୍‌ଓ୍ବେ ଷ୍ଟେଶନ ଆଦି ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଲଗାଇଛନ୍ତି। ଅମରଙ୍କ ସମ୍ପର୍କରେ କେହି ସୂଚନା ଦେଲେ ୨୦ ହଜାର ଟଙ୍କା ପୁରସ୍କାର ଦେବେ ବୋଲି ସେଥିରେ ଉଲ୍ଲେଖ କରିଛନ୍ତି।
ସୂଚନାନୁଯାୟୀ, ଅମର ୧୬ ବର୍ଷ ହେବ ଗାଁର ସାଙ୍ଗଙ୍କ ସହ ଭୁବନେଶ୍ୱର ଆସି ସିସି କ୍ୟାମେରା ଲଗାଇବା କାର୍ଯ୍ୟ କରନ୍ତି। ନୟାପଲୀ ବେହେରାସାହିରେ ଜଣେ ସାଙ୍ଗର ମାଉସୀ ପୁଅଙ୍କ ସହ ରହୁଥିଲେ। ଘଟଣା ଘଟିଥିବା ରାତିରେ ସେ ରୋଷେଇ ସାରି ୟୁନିଟ୍‌-୧ ମାର୍କେଟକୁ ଯାଉଥିବା ରୁମ୍‌ମେଟ୍‌ଙ୍କୁ କହି ବାହାରିଥିଲେ। ଘରୁ ଯିବା ସମୟରେ ମଧ୍ୟ ସେ ମା’ଙ୍କ ସହ କଥା ହେଉଥିଲେ। ମାର୍କେଟରୁ ପରିବା ସହ ଜୋତା ଷ୍ଟାଣ୍ଡ୍‌ ଓ ଅନ୍ୟ ସାମଗ୍ରୀ କିଣିବାକୁ ଯାଉଥିବା କହିଥିଲେ। ମାର୍କେଟରୁ ଫେରି କଲ୍‌ କରିବୁ ବୋଲି ମା’ କହିଥିଲେ। ବହୁ ଡେରି ହେବାରୁ ରୁମ୍‌ମେଟ୍‌ ଜଣକ ଖାଇସାରି ଶୋଇପଡିଥିଲେ। ଅମର ପାଇଁ ମଧ୍ୟ ଭାତ ତରକାରି ଘୋଡ଼େଇ ରଖିଦେଇଥିଲେ। ହେଲେସେ ସକାଳୁ ଉଠିବା ପରେ ଅମର ଆସି ନ ଥିବା ଓ ଖାଦ୍ୟ ସେମିତି ଥୁଆ ହୋଇଥିବା ଦେଖି ତାଙ୍କ ମୋବାଇଲ୍‌ ଫୋନ୍‌କୁ କଲ୍‌ କରିବାରୁ ବନ୍ଦ ଥିବା ଜଣାପଡିଥିଲା। ଶେଷରେ ଏ ସମ୍ପର୍କରେ ସେ ତାଙ୍କ ପରିବାର ଲୋକଙ୍କୁ ଜଣାଇବାପରେ ସେମାନେ ଭୁବନେଶ୍ୱର ଆସି ଥାନାରେ ଅଭିଯୋଗ କରିବା ସହ ଖୋଜାଖୋଜି ଆରମ୍ଭ କରିଥିଲେ। ମାର୍କେଟ ନିକଟରୁ ତାଙ୍କର ବାଇକ ମିଳିଥିଲା। ତାଙ୍କର ଶେଷ ଫୋନ୍‌ କଲ୍‌ ମାର୍କେଟରେ ହିଁ ହୋଇଥିବା ଜଣାପଡିଛି। ତେଣୁ ଅମରଙ୍କୁ ଅପହରଣ କରାଯାଇଥିବା ପରିବାର ଲୋକେ ଆଶଙ୍କା କରୁଛନ୍ତି। ଏନେଇ ନୟାପଲୀ ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ କହିଛନ୍ତି, ଅମରଙ୍କ ନିଖୋଜ ନେଇ ଅଭିଯୋଗ ପରଠାରୁ ତଦନ୍ତ ଚାଲିଛି। ହେଲେ ତାଙ୍କର କୌଣସି ପତ୍ତା ମିଳୁନି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri