Categories: ବାଣିଜ୍ୟ

ୟୁନାଇଟେଡ ବ୍ୟାଙ୍କର ଆର୍ଥତ୍କ ଫଳାଫଳ

କଲିକତା,୧୫-୫: ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଆର୍ଥତ୍କ ଫଳାଫଳ ଘୋଷଣା କରାଯାଇଛି। ୨୦୧୮-୧୯ ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ବ୍ୟାଙ୍କର କାରବାର ୨.୦୮ ଲକ୍ଷ କୋଟି ଟଙ୍କା ଟପିଛି। ଶେଷ ଶେଷ ତ୍ରୈମାସରେ ଏହା ୯୫.୧୮ କୋଟି ଟଙ୍କାର ନେଟ୍‌ ଲାଭ ହାସଲ କରିଛି। ଲଗାତାର ଭାବେ ସାତ ତ୍ରୈମାସ ଧରି ଏହା କ୍ଷତି ସହି ଆସୁଥିଲା। ଆଲୋଚ୍ୟ ତ୍ରୈମାସରେ ଏହା ୫୪୦ କୋଟି ଟଙ୍କାର ପରିଚାଳନା ଲାଭ ହାସଲ କରିଛି। ତୃତୀୟ ତ୍ରୈମାସ ତୁଳନାରେ ବ୍ୟାଙ୍କ ଚତୁର୍ଥ ତ୍ରୈମାସାରେ ପରିଚାଳନା ଲାଭରେ ୪୧% ଅଭିବୃଦ୍ଧି ହାସଲ କରିଛି। ୨୦୧୮-୧୯ ଆର୍ଥତ୍କ ବର୍ଷରେ ବ୍ୟାଙ୍କର ଲାଭ ୧୪୧୨ କୋଟି ଟଙ୍କା ରହିଛି ଯାହା ୨୦୧୭-୧୮ରେ ୧୦୨୪ କୋଟି ଟଙ୍କା ରହିଥିଲା। ଏଥିରେ ୩୮% ଅଭିବୃଦ୍ଧି ହୋଇଛି। ଏହାର କାସା ଜମାରେ ଉନ୍ନତି ହୋଇଛି। ବ୍ୟାଙ୍କ ୧୯୭୫ କୋଟି ଟଙ୍କାର ନେଟ ସୁଧଜନୀତ ଆୟ ଲାଭ କରିଛି। ସେହିଭଳି ଅଣସୁଧଜନିତ ଆୟ ୨୩୮୫ କୋଟି ଟଙ୍କା ରହିଛି। ନେଟ ଏବଂ ମୋଟ ଏନ୍‌ପିଏରେ ଗତ ଚାରି ତ୍ରୈମାସ ଧରି ଏହା ଉନ୍ନତି କରୁଥିବା ସୂଚନା ଦେଇଛି।

Share