ୟୁକ୍ରେନରେ ଫସିଛନ୍ତି ଶତାଧିକ ଓଡ଼ିଆ ଛାତ୍ରୀଛାତ୍ର

କଟକ ଅଫିସ,୧ା୪: ୟୁକ୍ରେନରେ ଶତାଧିକ ଓଡ଼ିଆ ଡାକ୍ତରୀ ଛାତ୍ରୀଛାତ୍ର ଫସି ରହିଛନ୍ତି। ଲକଡାଉନ୍‌ ଘୋଷଣା ବଳବତ୍ତର ଥିବାରୁ ସେଠାରେ ଜୀବନଯାପନ ମୁସ୍କିଲ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ସେମାନେ ଘରକୁ ଫେରିବା ସମ୍ଭବପର ହୋଇପାରୁ ନ ଥିବା ବେଳେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଲେଣି। ଯାହାକୁ ନେଇ ସେମାନଙ୍କ ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି। ୟୁକ୍ରେନସ୍ଥିତ ଭାରତୀୟ ଦୂତବାସଙ୍କ ସହ ବିଭିନ୍ନ ବିଶ୍ୱବିଦ୍ୟାଳୟର ବରିଷ୍ଠ ପଦାଧିକାରୀଙ୍କ ଆଲୋଚନା ଜାରି ରହିଛି। ଓଡ଼ିଆଙ୍କ ସମେତ ସେଠାରେ ଥିବା ୧୦ହଜାରରୁ ଅଧିକ ଭାରତୀୟ ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ପ୍ରଚେଷ୍ଟା ଚାଲିଛି ବୋଲି ଜଣେ ଛାତ୍ର କହିଛନ୍ତି।
ୟୁକ୍ରେନରେ କରୋନା ଭାଇରସ୍‌ ପ୍ରଭାବକୁ ନେଇ ଲକଡାଉନ ଘୋଷଣା ହୋଇଛି। ମଙ୍ଗଳବାର ସୁଦ୍ଧା ଏଠାରେ ୫୪୯ଜଣ କରୋନା ଆକ୍ରାନ୍ତ ହୋଇ ସାରିଲେଣି। ଦିନକୁ ଦିନ ଏହି ସଂଖ୍ୟା ବୃଦ୍ଧି ପାଉଛି। ସୂଚନା ଅନୁଯାୟୀ, କଟକ, ଭୁବନେଶ୍ୱର, ଜଗତସିଂହପୁର, ଯାଜପୁର, ରାଉରକେଲା ପ୍ରଭୃତି ଅଞ୍ଚଳର ବହୁ ଛାତ୍ରୀଛାତ୍ର ୟୁକ୍ରେନରେ ପଢ଼ୁଛନ୍ତି। ୧୫୦ରୁ ଊର୍ଦ୍ଧ୍ୱ ଓଡ଼ିଆ ଛାତ୍ରୀଛାତ୍ର ୟୁକ୍ରେନର ଭିନିତସ୍ୟା ନ୍ୟାଶନାଲ ମେଡିିକାଲ ବିଶ୍ୱବିଦ୍ୟାଳୟରେ ଡାକ୍ତରୀ ଶିକ୍ଷା ଗ୍ରହଣ କରୁଛନ୍ତି। ଏବେ ଲକଡାଉନ ଯୋଗୁ ସେମାନେ ଅସୁବିଧାରେ ପଡ଼ିଛନ୍ତି। ସେମାନଙ୍କୁ ୟୁକ୍ରେନ ପଠାଇଥିବା ଘରୋଇ ସଂସ୍ଥା ଏବେ ବନ୍ଦ। ଏହି ସଂସ୍ଥା ମାଧ୍ୟମରେ ସେମାନେ ସିଧାସଳଖ ୟୁକ୍ରେନ ମୁଦ୍ରା ବ୍ୟବହାର କରିବାର ସୁବିଧା ପାଉଥିଲେ। ହେଲେ ସଂସ୍ଥା ବନ୍ଦ ରହିଥିବାରୁ ନେଣଦେଣ ପ୍ରଭାବିତ ହୋଇଛି। ଫଳସ୍ବରୂପ ଛାତ୍ରୀଛାତ୍ରମାନେ ଆର୍ଥିକ ସଙ୍କଟ ଆଡ଼କୁ ମୁହାଁଉଛନ୍ତି। ସେଠାରେ ଥିବା କଟକର ଡ. ସୁଶୀଲ ଦାଶ କହିଛନ୍ତି ଯେ, ସମସ୍ତ ଓଡ଼ିଆ ଛାତ୍ରୀଛାତ୍ର ଏବେ ଏକଜୁଟ ଅଛନ୍ତି। ଯାହା ବି ସମସ୍ୟା ଆସିବ ତାହାକୁ ସମ୍ମୁଖୀନ କରିବା ପାଇଁ ପ୍ରସ୍ତୁତ। ବର୍ତ୍ତମାନ ପରିସ୍ଥିତିରେ ସଂକ୍ରମଣଠାରୁ ଦୂରେଇ ରହିବାକୁ ବିଶେଷ ପ୍ରାଧାନ୍ୟ ଦେଉଛୁ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri