Categories: ବାଣିଜ୍ୟ

ହ୍ୟୁଣ୍ଡାଇର ୭ ଆକର୍ଷଣୀୟ ଫାଇନାନ୍ସ ସୁବିଧା

ନୂଆଦିଲ୍ଲୀ,୧୬।୬: ଦେଶର ପ୍ରମୁଖ ଯାନ ନିର୍ମାତା କମ୍ପାନୀ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ୭ ଆକର୍ଷଣୀୟ ଫାଇନାନ୍ସ ସୁବିଧା ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଗ୍ରାହକଙ୍କୁ ସର୍ବୋତ୍ତମ ସେବା ଯୋଗାଣ ଲାଗି ଏଭଳି ସୁବିଧା ଆରମ୍ଭ କରାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି। ସାରା ଦେଶରେ ଗ୍ରାହକ ଏହାର ଲାଭ ନେଇପାରିବେ। ଏଥିଲାଗି କମ୍ପାନୀ ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ଇଣ୍ଡସ ଇଣ୍ଡ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ୟେସ ବ୍ୟାଙ୍କ ସମେତ ମହିନ୍ଦ୍ରା ଓ ଚୋଳ ମଣ୍ଡଳ ଫାଇନାନ୍ସ ଭଳି ଏନ୍‌ବିଏଫ୍‌ସି ସହ ଯୋଡ଼ିହୋଇଛି। କମ୍ପାନୀର ଫାଇନାନ୍ସ ସ୍କିମ୍‌ଗୁଡିକ ମଧ୍ୟରେ ଦୀର୍ଘମିଆଦୀ, ନୂ୍ୟନ ଡାଉନ ପେମେଣ୍ଟ, ମୋରାଟୋରିୟମ ସ୍କିମ୍‌, ୩ କିମ୍ବା ୬ ମାସର ନିମ୍ନ ଇଏମ୍‌ଆଇ ସ୍କିମ୍‌, ଷ୍ଟେପ ଅପ୍‌ ସ୍କିମ୍‌, ବାଲୋନ ସ୍କିମ୍‌ ଏବଂ ଇଏମ୍‌ଆଇ ଆସ୍ୟୁରାନ୍ସ ସ୍କିମ୍‌ ରହିଛି। ଚଳିତ ମାସ ଲାଗି ଏହା ଉପଲବ୍ଧ ହେବ। କମ୍ପାନୀ ଏହାର ଅନ୍‌ଲାଇନ ପୋର୍ଟାଲ ଦ୍ୱାରା ଗ୍ରାହକଙ୍କୁ କାର ବୁକିଂ କରିବାର ସୁବିଧା ମଧ୍ୟ ପ୍ରଦାନ କରୁଛି। ହ୍ୟୁଣ୍ଡାଇ କେୟାର ଆପ୍ଲିକେଶନ ଦ୍ୱାରା ଲୋକମାନେ ସର୍ଭିସ ପାଇଁ ବୁକିଂ ମଧ୍ୟ କରିପାରିବେ।

Share