Categories: ବାଣିଜ୍ୟ

ହ୍ୟୁଣ୍ଡାଇର ନୂଆ କନେକ୍‌ଟେଡ ଏସ୍‌ୟୁଭି ‘ଭେନ୍ୟୁ’

ଭୁବନେଶ୍ୱର,୨୩-୫: ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ନୂଆ କନେକଟେଡ ଏସ୍‌ୟୁଭି ଭେନ୍ୟୁ ବଜାରକୁ ଆସିଛି। ଏହା କମ୍ପାନୀର ପ୍ରଥମ ସ୍ମାର୍ଟ ମୋବିଲିଟି ସଲ୍ୟୁଶନ୍ସ ହୋଇଥିବା ବେଳେ ଦେଶର ସମ୍ପୂର୍ଣ୍ଣ କନେକଟେଡ ଏସ୍‌ୟୁଭି ଭାବେ ଉନ୍ମୋଚିତ ହୋଇଛି। ଏହା ସଲିଡ ରୋଡ ପ୍ରେଜେନ୍ସ, ଉନ୍ନତ ଡ୍ରାଇଭିଂ ଅଭିଜ୍ଞତା ଏବଂ ନିରନ୍ତର ସଂଯୋଗ ସୁବିଧା ପ୍ରଦାନ କରିବାରେ ସହାୟକ ହୋଇ ପାରିବ। ପ୍ରଗତିଶୀଳ ଯୁବ ତଥା ସ୍ମାର୍ଟ ଭାରତୀୟଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ମଡେଲଟିକୁ ପ୍ରସ୍ତୁତ କରାଯାଇଥିବା କମ୍ପାନୀ ପ୍ରକାଶ କରିଛି। ଏଥିରେ ବ୍ଲୁ ଲିଙ୍କ ଟେକ୍ନୋଲୋଜି ପ୍ରଦାନ କରାଯାଇଛି। ୩୩ ନୂଆ ବୈଶିଷ୍ଟ୍ୟ ସହ ମଡେଲଟି ଆସିଥିବା ବେଳେ ଏହାର ୧୦ ଟି ସ୍ବତନ୍ତ୍ର ଫିଚର କେବଳ ଭାରତୀୟ ବଜାରର ଆବଶ୍ୟକତା ଆଧାରରେ ସ୍ଥାନିତ ହୋଇଛି। ଏହା କାପା ୧.୦ ଟର୍ବୋ ଜିଡିଆଇ ପେଟ୍ରୋଲ,୧.୨ ପେଟ୍ରୋଲ, ୧.୪ ଡିଜେଲ ଇଞ୍ଜିନ ବିକଳ୍ପ ସହ ଆସୁଛି। ଏହା ବାଦ ୭ ସ୍ପିଡ ଡୁଆଲ କ୍ଲଚ ଟ୍ରାନ୍ସମିଶନ ଏବଂ ଡିଜାଇନ ଦୃଷ୍ଟିକୋଣରୁ ଏହାକୁ ଦୃଢ କରି ପ୍ରସ୍ତୁତ କରାଯାଇଛି। ହ୍ୟୁଣ୍ଡାଇର ଗ୍ଲୋବାଲ ଅଭିବୃଦ୍ଧି ଯୋଜନାରେ ଭାରତ ଏକ ପ୍ରମୁଖ ବଜାର ହୋଇଥିବାରୁ ଏଠାରେ ନୂଆ ମଡେଲଟିର ବଜାର ପ୍ରବେଶ କରାଇ ଅତ୍ୟନ୍ତ ଆନନ୍ଦିତ ବୋଲି କମ୍ପାନୀର ଏମ୍‌ଡି ତଥା ସିଇଓ ଏସ୍‌.ଏସ୍‌.କିମ୍‌ କହିଛନ୍ତି।

Share