ହ୍ରଦ ଉପରେ ରହିଛି ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଗାଁ

ପଶ୍ଚିମ ଆଫ୍ରିକାର ବୋନିନ୍‌ କ୍ଷେତ୍ରରେ ଏଭଳି ଏକ ଗାଁ ରହିଛି, ଯାହା ସମ୍ପୂର୍ଣ୍ଣ ଭାବେ ହ୍ରଦ ଉପରେ ବସିଛି। ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାନ୍‌ଭି ନାମକ ଗାଁ ନୌକା ଉପରେ ଭାସମାନ ଅବସ୍ଥାରେ ରହିଛି। ଅଧିକାଂଶ ଲୋକଙ୍କ ଘର ହ୍ରଦର ଠିକ୍‌ ମଧ୍ୟବର୍ତ୍ତୀ ସ୍ଥାନରେ ଅବସ୍ଥିତ। ହ୍ରଦରେ ଗଢ଼ିଉଠିଥିବା ଗାନ୍‌ଭି ଗାଁକୁ ଆଫ୍ରିକାର ସବୁଠୁ ବଡ଼ ଗାଁ ବୋଲି କୁହାଯାଏ। ପର୍ଯ୍ୟଟକମାନେ ଏହି ଗାଁକୁ ଦେଖିବାକୁ ଦୂର ଦୂରାନ୍ତରୁ ଆସିଥାନ୍ତି। କିଛି ଲୋକଙ୍କ କହିବା କଥା, ଷୋଡ଼ଶ କିମ୍ବା ସପ୍ତଦଶ ଶତାବ୍ଦୀରେ ତୋଫିନୁ ସମୁଦାୟ ଲୋକମାନେ ନିଜକୁ ସୁରକ୍ଷିତ ରଖିବାକୁ ଏଭଳି ଗାଁର ନିର୍ମାଣ କରିଥିଲେ। ଫୋନ୍‌ ନାମକ ଜନଜାତି ଏମାନଙ୍କୁ ନିଜ ଗୁଲାମ କରିବାକୁ ଆସିଥିଲେ। କିନ୍ତୁ ନିଜ ଧାର୍ମିକ ମାନ୍ୟତା କାରଣରୁ ପାଣିରେ ପ୍ରବେଶ କରିପାରିଲେ ନାହଁି। ଏତେ ବର୍ଷ ଧରି ପାଣି ଉପରେ ଘର କରି ରହିଯାଇଥିବାରୁ ତୋଫିନୁ ସମ୍ପ୍ରଦାୟ ଭୂସ୍ଥଳକୁ ଆସିବାକୁ ଇଚ୍ଛାପ୍ରକାଶ କରୁନାହାନ୍ତି। ଏହି ହ୍ରଦ ଭିତରେ ସେମାନେ ନିଜର ସମସ୍ତ ସୁଖ ସୁବିଧା ହାସଲ କରିବାରେ ଲାଗିଛନ୍ତି। ପାଣି ଭିତରେ ଦୋକାନ, ରେଷ୍ଟୁରାଣ୍ଟ୍‌ ଆଦିକୁ ଖୁବ୍‌ ସୁନ୍ଦର ଢଙ୍ଗରେ ତିଆରି କରିଛନ୍ତି। ପରିବା ବିକ୍ରି ପାଇଁ ପ୍ରତିଦିନ ନୌକାରେ ବ୍ୟବସାୟୀମାନେ ଘର ଘର ବୁଲନ୍ତି। ନଚେତ୍‌ କେତେବେଳେ ଘର ସବୁ ବୁଲି ବୁଲି ଦୋକାନ ପାଖକୁ ଚାଲିଆସିଥାଏ।

Share