Categories: ବାଣିଜ୍ୟ

ହ୍ବିସିଲ ବ୍ଲୋୟର ମାମଲାରେ ସଲିଲ ପାରେଖଙ୍କୁ କ୍ଲିନଚିଟ୍‌

ନୂଆଦିଲ୍ଲୀ,୧୧-୧: ଇନଫୋସିସ ସିଇଓ ସଲିଲ ପାରେଖ ବିଭିନ୍ନ ବେଆଇନ କାର୍ଯ୍ୟକଳାପରେ ସାମିଲ ଥିବା ହ୍ବିସିଲବ୍ଲୋୟର ଅଭିଯୋଗ ଆଣିଥିଲେ। ସିଇଓ ପାରେଖ ଏବଂ ସିଏଫ୍‌ଓ ନିଲଞ୍ଜନ ରାୟଙ୍କ ବିରୋଧରେ ଏହି ଅଭିଯୋଗରେ କୌଣସି ପ୍ରମାଣ ମିଳି ନ ଥିବା ଇନଫୋସିସ ପକ୍ଷରୁ ଶୁକ୍ରବାର କୁହାଯାଇଛି। ହ୍ବିସିଲବ୍ଲୋୟର ଆଣିଥିବା ଅଭିଯୋଗ ଯାଞ୍ଚ ବେଳେ ବୋର୍ଡ ଅଫ ଡାଇରେକ୍ଟର୍ସଙ୍କୁ କୌଣସି ତଥ୍ୟ ପ୍ରମାଣର ଆଧାର ମିଳି ନ ଥିବାରୁ ସଲିଲ ପାରେଖଙ୍କୁ କ୍ଲିନଚିଟ୍‌ ମିଳିଛି। କମ୍ପାନୀର ଲାଭକୁ ଅଧିକ ଦେଖାଇବା ଲାଗି ସିଇଓ ପାରେଖ ବେଆଇନ କାର୍ଯ୍ୟକଳାପର ସାହାରା ନେବା ସହ ବିଭିନ୍ନ ହେରଫେର କରିଥିବା ଅଭିଯୋଗରେ କୁହାଯାଇଥିଲା। ସିଇଓ ପାରେଖ ଏବଂ ସିଏଫ୍‌ଓ ରାୟ କମ୍ପାନୀକୁ ଆଗକୁ ନେବାରେ କାର୍ଯ୍ୟ କରୁଥିବା ଇନଫୋସିସ ଅଧ୍ୟକ୍ଷ ନନ୍ଦନ ନିଲକାନୀ କହିଛନ୍ତି।

Share