ହୋଲ୍ଡିଂ ଟିକସ ଆଦାୟର ଶୁଭାରମ୍ଭ କଲେ କିନ୍ନର

ଭୁବନେଶ୍ୱର, ୮ା୨(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ବକେୟା ହୋଲ୍ଡିଂ ଟିକସ ଆଦାୟ କରିବାର ନୂଆ ରଣନୀତି ଭାବେ ଟି.ଜି. ସ୍ବୀକୃତି ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ଏକ ବୁଝାମଣାପତ୍ର ମାଧ୍ୟମରେ ଦାୟିତ୍ୱ ଦିଆଯାଇଥିଲା। ଶୁକ୍ରବାର କିନ୍ନର କର୍ମଚାରୀମାନେ କର୍ମକ୍ଷେତ୍ରକୁ ଓହ୍ଲାଇବା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ବିଏମ୍‌ସି ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ମୁଖ୍ୟଅତିଥି ଭାବେ ଯୋଗଦେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି ଯେ, ବକେୟା ହୋଲ୍ଡିଂ ଟିକସ ଆଦାୟ କରିବାକୁ ଏଭଳି ଭିନ୍ନ ଧରଣର କାର୍ଯ୍ୟକ୍ରମ ଦ୍ୱାରା ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ସାଧନ ହେବ। ପ୍ରଥମଟି ହେଲା, ସାମାଜିକ ସ୍ରୋତରେ କିନ୍ନରମାନଙ୍କୁ ସାମିଲ କରାଇ ସେମାନଙ୍କର ଆର୍ଥିକ ସ୍ଥିତିକୁ ଦୃଢ କରିବା, ଦ୍ୱିତୀୟଟି ବିଏମ୍‌ସିର ବକେୟା ଟିକସ ଆଦାୟକୁ ବଢାଇବା। ଯାହା ବିଏମ୍‌ସିର ବିକାଶକୁ ତ୍ୱରାନ୍ବିତ କରିବ। ଏହି ଅବସରରେ ଟି.ଜି. ସ୍ବୀକୃତି ଗ୍ରୁପ୍‌ର ୟୁନିଫର୍ମଧାରୀ ୧୦ ଜଣ ସଦସ୍ୟାଙ୍କୁ ପରିଚୟ ପତ୍ର ପିନ୍ଧାଇଥିଲେ କମିଶନର ଚୌଧାରୀ, ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲ୍ଲିକ୍‌, ଅବନୀକାନ୍ତ ପଟ୍ଟନାୟକ ଏବଂ ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର। ଏହାପରେ ସମ୍ପୃକ୍ତ ଗ୍ରୁପ୍‌ ନିଜ ନିଜର ନାରା ବା ସ୍ଲୋଗାନ୍‌ ‘ଟ୍ୟାକ୍ସ ଦିଜିଏ ଦୁଆ ଲିଜିଏ’ କହିଥିଲେ। ପରେ ସେମାନେ ସ୍ଥାନୀୟ ଶହୀଦନଗରକୁ ଯାଇ ଟିକସ ବକେୟା ଥିବା ୪ ମାଲିକଙ୍କୁ ଭେଟିଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣ ମାଲିକଙ୍କଠାରୁ ବକେୟା ରାଶି ୬୬,୨୪୬ ଟଙ୍କା ଆଦାୟ କରିଥିଲେ।
ଟି.ଜି. ସ୍ବୀକୃତି ଗ୍ରୁପ୍‌ର ସଭାପତି ମେଘନା ସାହୁ କହିଛନ୍ତି ଯେ, ଆଜିର ଦୁନିଆରେ କିନ୍ନରମାନଙ୍କୁ ଅନେକ କ୍ଷେତ୍ରରେ ହତାଦର କରାଯାଉଛି। ସେମାନଙ୍କୁ ଉପଯୁକ୍ତ ରୋଜଗାର ପନ୍ଥା ନ ମିଳୁଥିବା ବେଳେ ବିଏମ୍‌ସି ପକ୍ଷରୁ ଏପରି ସୁଯୋଗ ଆମ ପାଇଁ ଆର୍ଥିକ ମାନଦଣ୍ଡ ଦୃଢ କରିବାରେ ସହଯୋଗ କରିବ ଭାବି ଆମେ ଏହାକୁ ଆପଣାଇଛୁ। ଆମ ଗ୍ରୁପ୍‌ର ସମସ୍ତ ସଦସ୍ୟା ବିଏମ୍‌ସିର ଏହି ଆଭିମୁଖ୍ୟ ପୂରଣ କରିବାକୁ ସର୍ବଦା ଚେଷ୍ଟା କରିବୁ, ଯାହା ଉଭୟଙ୍କ ପାଇଁ ମଙ୍ଗଳକର ହେବ। ତେବେ ବିଏମ୍‌ସିର ବକେୟା ରାଶି ବର୍ତ୍ତମାନ ସୁଦ୍ଧା ୧୧ କୋଟିରୁ ଅଧିକ ରହିଥିବା ବେଳେ ଏହାକୁ ଆଦାୟ କରିବାକୁ ଅଣ୍ଟା ଭିଡ଼ିଛି ଉକ୍ତ ଗ୍ରୁପ୍‌। ବୁଝାମଣା ପତ୍ର ଅନୁଯାୟୀ, ଅଧିକରୁ ଅଧିକ ଆଦାୟ କରିପାରିଲେ ନିର୍ଦ୍ଧାରିତ ସ୍ଲାବ୍‌ ଅନୁସାରେ ଏହି ଗ୍ରୁପ୍‌କୁ ଅଧିକ ପ୍ରୋତ୍ସାହନ ରାଶି ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri