ହୋମ୍‌ଓ୍ବାର୍କ

ପିଲାମାନେ ହୋମ୍‌ଓ୍ବାର୍କକୁ କିପରି ସୁଚାରୁ ରୂପେ କରିବେ ସେ ନେଇ କେବଳ ସ୍କୁଲର ଶିକ୍ଷୟିତ୍ରୀ ଶିକ୍ଷକ ନୁହନ୍ତି, ମା’ବାପାଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାକୁ ସେମାନେ କେମିତି ବେଶ୍‌ ସରଳ ଭାବରେ ଶେଷ କରିବେ ସେ ନେଇ ଉପସ୍ଥାପନା..

ଟାଇମ୍‌ ଟେବୁଲ : ଅଧିକାଂଶ ମାତାପିତା ପିଲାଙ୍କ ଲାଗି ଟାଇମ୍‌ ଟେବୁଲ ପ୍ରସ୍ତୁତ କରିଥାନ୍ତି। ପିଲାଙ୍କୁ କୁହନ୍ତୁ ଯେ ସେ ବୁଦ୍ଧି ଖଟାଇ ନିଜର ଟାଇମ୍‌ ଟେବୁଲ ପ୍ରସ୍ତୁତ କରୁ। ସ୍କୁଲରୁ ଆସିବା ପରେ ଖେଳିବା,ଖାଇବା,ଶୋଇବାର ସମୟକୁ ମଧ୍ୟ ଟାଇମ୍‌ ଟେବୁଲରେ ସାମିଲ କରନ୍ତୁ। ଏପରି କରିବା ଦ୍ୱାରା ନିଜ ପସନ୍ଦର ହୋମ୍‌ଓ୍ବାର୍କ ଠିକ୍‌ ସମୟରେ କରିପାରିବ। ଏହାଦ୍ୱାରା ପିଲାଟିର ମାନସିକତା ବିକଶିତ ହୋଇଥାଏ। ହୋମ୍‌ଓ୍ବାର୍କ ପାଇଁ ନିର୍ଦ୍ଧାରିତ ସମୟ ଧାର୍ଯ୍ୟ କରନ୍ତୁ। ପିଲାର ପାଠପଢ଼ା ବୟସ ହିସାବରେ ୧୫ମିନିଟ୍‌,୩୦ମିନିଟ୍‌ କିମ୍ବା ଏକଘଣ୍ଟା ସମୟ ନିର୍ଦ୍ଧାରଣ କରିପାରିବେ।
ପାଖାପାଖି ରୁହନ୍ତୁ : କେତେକ ପିଲା ହୋମ୍‌ଓ୍ବାର୍କ କରିବା ସମୟରେ ଅନ୍ୟମନସ୍କ ରହିଥାଆନ୍ତି। ତେଣୁ ହୋମ୍‌ଓ୍ବାର୍କ କରିବା ବେଳେ ପିଲା ଉପରେ ନଜର ରଖନ୍ତୁ। ଆପଣ ସେଠାରେ ନିଜର କିଛି କାମ ବି ସମ୍ପାଦନ କରିପାରିବେ। ହେଲେ ଏହାଦ୍ୱାରା ପିଲାଟିର ଏକାଗ୍ରତା ଯେପରି ଭଙ୍ଗ ନ ହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଯେତେବେଳେ ସେ ତା’ର ହୋମ୍‌ଓ୍ବାର୍କ କରୁଛି ସେତେବେଳେ ଆପଣ ନିଜ ପସନ୍ଦର ବହି ପଢ଼ିପାରିବେ। ଏହାଦ୍ୱାରା ପିଲା ଆପଣଙ୍କୁ ଦେଖି ସେ ନିଜ କାମ କରିବ। ଫଳରେ ଆପଣ ତା’ପାଖରେ ରହିବା ସହ ପିଲା ଉପରେ ନଜର ରଖିପାରିବେ।
ଶିକ୍ଷକଙ୍କ ସହ ସମ୍ପର୍କରେ ରୁହନ୍ତୁ: ଶିକ୍ଷକଙ୍କ ସହ ସବୁବେଳେ ଅଭିଭାବକମାନେ ସମ୍ପର୍କରେ ରୁହନ୍ତୁ। ଏହାଦ୍ୱାରା ପିଲା ସମ୍ବନ୍ଧିତ ସବୁ ବିଷୟରେ ଜାଣିପାରିବେ। ପ୍ୟାରେଣ୍ଟସ-ଟିଚର ମିଟିଂ ସବୁବେଳେ ଆଟେଣ୍ଡ କରନ୍ତୁ।
ମୂଳଦୁଆ ହେବ ମଜଭୁତ : ପିଲାର ମୂଳଦୁଆ କିପରି ମଜଭୁତ ହେବ ଚେଷ୍ଟା କରନ୍ତୁ। ପାଠକୁ ପିଲା ନିଜେ ପଢ଼ି କେତେ ମନେରଖୁଛି ତାହା ଦେଖନ୍ତୁ। ଏହି ସମୟରେ ତା’ ଉପରେ ବିରକ୍ତି ଭାବ ପ୍ରକାଶ ନ କରି ଥଣ୍ଡା ମିଜାଜରେ ତାକୁ ବୁଝାନ୍ତୁ। ହୋମ୍‌ଓ୍ବାର୍କ କରିବା ବେଳେ କିଛି ଅସୁବିଧା ସୃଷ୍ଟି ହୋଇଥାଏ। ସେଥିରେ ନିଜେ ବ୍ୟସ୍ତବିବ୍ରତ ହୋଇ ନ ପଡ଼ି ପିଲାଟିକୁ ସହଯୋଗ କରନ୍ତୁ।
କେଉଁ ଜିନିଷଠାରୁ ଦୂରେଇରହିବେ : କଥା ବହୁତ ସାମାନ୍ୟ କିନ୍ତୁ ଏହା ଉପରେ ଧ୍ୟାନ କମ୍‌ ଦେଇଥାନ୍ତି। ପିଲା ଯେଉଁଠି ପାଠ ପଢ଼ୁଛି ସେ ସ୍ଥାନରେ ଟିଭି,କମ୍ପ୍ୟୁଟର,ମୋବାଇଲ ଫୋନ୍‌ ରଖନ୍ତୁ ନାହିଁ। ପଢ଼ିବା ପାଇଁ ଅଲଗା ସ୍ଥାନ ଚୟନ କରନ୍ତୁ। ମା’ମାନେ ସାଧାରଣତଃ ପିଲାକୁ ହୋମ୍‌ଓ୍ବାର୍କ ଦେଇ ଟିଭି ଦେଖନ୍ତି କିମ୍ବା ମୋବାଇଲ ଫୋନ୍‌ ବ୍ୟବହାର କରିଥାନ୍ତି। ଏଥିରୁ ବିରତ ରୁହନ୍ତୁ। ପିଲା ପାଠ ପଢ଼ୁଥିବା ସ୍ଥାନ ଶାନ୍ତ ହେବା ନିହାତି ଜରୁରୀ।
ପିଲାକୁ ସାହାଯ୍ୟ କରନ୍ତୁ ନାହିଁ : ଅଭିଭାବକମାନେ ସାଧାରଣତଃ ପିଲାର ଅଧିକ ହୋମ୍‌ଓ୍ବାର୍କ ଦେଖି ତାକୁ ପ୍ରତିଟି ଷ୍ଟେପ୍‌ରେ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତି। କିଛିି ହୋମ୍‌ଓ୍ବାର୍କ ବାଣ୍ଟି ନିଅନ୍ତି, ଉଦାହରଣ ସ୍ବରୂପ ତା’ର ଆସାଇନ୍‌ମେଣ୍ଟ, ପ୍ରୋଜେକ୍ଟ ଆଦି ନିଜେ କରିବାକୁ ବସି ପଡ଼ନ୍ତି। ଏକଥା ଧ୍ୟାନ ରଖନ୍ତୁ ଯେ ଏସବୁ କାମ ପିଲାର, ଆପଣଙ୍କର ନୁହେଁ। ଆପଣଙ୍କ ହେଉଥିବା ହୋମ୍‌ଓ୍ବାର୍କ ସେ ଆପଣଙ୍କ ଉପରେ ନିର୍ଭରଶୀଳ ହୋଇଯିବ। ପ୍ରଥମେ ସେ ତାକୁ କିପରି କରିପାରୁଛି ଲକ୍ଷ୍ୟ କରନ୍ତୁ। ଯଦି କିଛି ସମସ୍ୟା ଦେଖାଦିଏ ତାକୁ ସମାଧାନ କରିବାକୁ ସହଯୋଗର ହାତ ବଢ଼ାନ୍ତୁ।

ଏମାନେ କ’ଣ କରନ୍ତି..
ପାଠ ପଢ଼ାଇବା ସହ ହୋମ୍‌ଓ୍ବାର୍କ ଉପରେ ଗୁରୁତ୍ୱ ଦିଏ : (ନୀହାରିକା ମହାନ୍ତି, ଶିକ୍ଷୟିତ୍ରୀ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଖଣ୍ଡଗିରିବାରି, ଭୁବନେଶ୍ୱର)
ପିଲାମାନଙ୍କୁ ପାଠ ପଢ଼ାଇବା ବେଳେ ହୋମ୍‌ଓ୍ବାର୍କ ପ୍ରତି ମୁଁ ସବୁବେଳେ ଗୁରୁତ୍ୱ ଦିଏ। କାରଣ କେବଳ ସ୍କୁଲରେ ପାଠ ପଢ଼ିଦେଲେ ହେବ ନାହିଁ, ଘରେ ପିଲାଟି କିପରି ପଢ଼ିଥିବା ପାଠକୁ ଅଭ୍ୟାସ କରିବ ସେଥିପାଇଁ ହୋମ୍‌ଓ୍ବାର୍କ ଦିଆଯାଏ। ହେଲେ ଏକାଥରେ ପିଲାମାନଙ୍କ ଉପରେ ହୋମ୍‌ଓ୍ବାର୍କ ବୋଝ ଲଦିଦେବା ଅପେକ୍ଷା ନିୟମିତି ପଢ଼ାଯାଉଥିବା ପାଠ ଅନୁସାରେ ହୋମ୍‌ଓ୍ବାର୍କ ଦେଲେ ତାହାକୁ ସେମାନେ ସୁଚାରୁ ରୂପେ ତୁଲାଇପାରନ୍ତି। ମୁଁ କ୍ଲାସ୍‌ ଆରମ୍ଭ କରିବା ପରେ ସବୁବେଳେ ପ୍ରତ୍ୟେକ ପିଲା ପୂର୍ବଦିନ ଦିଆଯାଇଥିବା ହୋମ୍‌ଓ୍ବାର୍କ ଠିକ୍‌ ଭାବରେ କରିଛି କି ନାହିଁ ତାହା ତଦାରଖ କରିଥାଏ। କେବଳ ସେତିକି ନୁହେଁ, ହୋମ୍‌ଓ୍ବାର୍କ କରିବା ସମୟରେ ସେମାନଙ୍କର କିଛି ଅସୁବିଧା ହେଉଛି କି ନାହିଁ ତାହା ପଚାରି ବୁଝିନିଏ। ପିଲାମାନେ ହୋମ୍‌ଓ୍ବାର୍କ କରିବା ନେଇ କେବଳ ଶିକ୍ଷୟିତ୍ରୀଶିକ୍ଷକ ନୁହନ୍ତି ମା’ବାପା ମଧ୍ୟ ସଚେତନ ରହିବା ନିହାତି ଦରକାର।
ହୋମ୍‌ଓ୍ବାର୍କକୁ ନେଇ ସବୁବେଳେ ସଚେତନ ଥାଏ (ରଶ୍ମିତା ମହାନ୍ତି, ଗୃହିଣୀ, ତେଲେଙ୍ଗାପେଣ୍ଠ, କଟକ)
ପିଲାମାନଙ୍କୁ ପାଠ ପଢ଼ାଇବା ବେଳେ ମୁଁ ହୋମ୍‌ଓ୍ବାର୍କ ପ୍ରତି ସବୁବେଳେ ସଚେତନ ଥାଏ। କାରଣ ପିଲାମାନେ ସ୍କୁଲରୁ ଫେରିବା ପରେ ସେହିଦିନ କ’ଣ ହୋମ୍‌ଓ୍ବାର୍କ ଦିଆଯାଇଛି ତାହା ପଚାରି ବୁଝିନିଏ। କାରଣ ତାହାକୁ ସେମାନେ କରିବା ସମୟରେ ମୁଁ ଯେହେତୁ ତଦାରଖ କରେ, ତେଣୁ ମୋତେ ସେଥିପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହେବାକୁ ପଡ଼େ। ହୋମ୍‌ଓ୍ବାର୍କ କରିବା ସମୟରେ ପିଲାମାନେ ଯଦି କିଛି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହାକୁ ଦୂର କରିବାକୁ ଚେଷ୍ଟାକରେ। ସେମାନେ ପାଠକୁ ହୋମ୍‌ଓ୍ବାର୍କକୁ ଭଲ ଭାବରେ ବୁଝି ତା’ପରେ ଆଗେଇବାକୁ ମୁଁ ସେମାନଙ୍କୁ ସବୁବେଳେ କହିଥାଏ। କେବଳ ସେତିକି ନୁହେଁ, ସ୍କୁଲରେ ମୋ ପିଲାମାନେ କିପରି ପାଠ ପଢ଼ୁଛନ୍ତି ତାହା ନିୟମିତ ସମୟ ଅନ୍ତରାଳରେ ସ୍କୁଲରୁ ପଚାରି ବୁଝିନିଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri