ହୋମଗାର୍ଡ ପରୀକ୍ଷାବେଳେ ଯୁବକ ଗୁରୁତର: ଗଞ୍ଜାମର ୪ ସ୍ଥାନରେ ଚାଲିଛି ପରୀକ୍ଷା

ଭଞ୍ଜନଗର,୭।୨(ବାବୁଲା ପ୍ରଧାନ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଶନିବାର ଖାଲିଥିବା ୧୩୫ ଟି ଗୃହରକ୍ଷୀ (ହୋମଗାର୍ଡ) ପଦବୀ ପୂରଣ ପାଇଁ ବିଭିନ୍ନ କେନ୍ଦ୍ରରେ ସାଧାରଣ ଡ୍ୟୁଟି ପାଇଁ ଦୌଡ ଏବଂ ଲମ୍ବ ଡିଆଁ ପରୀକ୍ଷା ଚାଲିଛି। ଆଜି ସକାଳ ୫ଟାରୁ ପରୀକ୍ଷା ଚାଲିଛି। ଏହା ପୁର୍ବରୁ ଆବେଦନକାରୀମାନଙ୍କ ସୁଗାର, ବିପି, ହାର୍ଟ ଯାଞ୍ଚ ହେଉଛି। ଗଞ୍ଜାମ ପୋଲିସ ଜିଲାର ଭଞ୍ଜନଗର, ଆସିକା, କବିସୂର୍ଯ୍ୟନଗର ଏବଂ ଛତ୍ରପୁର ରେ ଆଜି ଦୌଡ ଏବଂ ଲମ୍ବ ଡିଆଁ ପରୀକ୍ଷା ଚାଲିଛି । ଏମବିଏ, ବିଟେକ ଆବେଦନକାରୀ ପରୀକ୍ଷା ଦେଉଛନ୍ତି।
ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପରୀକ୍ଷା କଡ଼ାସୁରକ୍ଷା ମଧ୍ୟରେ ପରୀକ୍ଷା ଚାଲିଛି। ଗଞ୍ଜାମ ପୋଲିସ ଜିଲାରେ ୧୩୫ଟି ପଦବୀ ପାଇଁ ୭୫୦୦ରୁ ଉର୍ଦ୍ଧ୍ୱ ଆବେଦନ କରିଥିଲେ। ସେଥିମଧ୍ୟରୁ ଅଧିକାଂଶ ପ୍ରାର୍ଥି କଟି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଆଜି ପରୀକ୍ଷା ସରିବା ପରେ ଆଗାମୀ ଦିନରେ viva ପରୀକ୍ଷା ହେବ। ଏହାପରେ ଚୁଡାନ୍ତ ପରୀକ୍ଷା ଫଳ ପ୍ରକାଶିତ ହେବ।

ଚଳିତ ମାସ ଶେଷ ସୁଦ୍ଧା ଅନ୍ୟାନ୍ୟ ପ୍ରକ୍ରିୟା ଶେଷ କରି ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବା ସମ୍ଭାବନା ରହିଛି। ଏହିଭଳି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଖେଳ ପଡ଼ିଆରେ ମଧ୍ୟ ଆଜି କଡ଼ା ସୁରକ୍ଷା ମଧ୍ୟରେ ପରୀକ୍ଷା ଚାଲିଛି। ଏଠି ୧୦୪ ଜଣ ଆବେଦନକାରୀ ଭାଗ ନେଇଛନ୍ତି। ଭଞ୍ଜନଗର ଏଏସପି ରଞ୍ଜନ କୁମାର ଦେ, ଏସଡିପିଓ ଡ. ଦୀପକ କୁମାର ମିଶ୍ର, ଥାନା ଅଧିକାରୀ ଜୀବନାନନ୍ଦ ଜେନା, ତାରସିଂ ଥାନା ଅଧିକାରୀ ସୁଭଲକ୍ଷ୍ମି ପୂଜାରୀଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେ ପରୀକ୍ଷା ଚାଲିଛି।

୧୩୫ଟି ପଦବୀ ମଧ୍ୟରୁ ୧୦୧ ପୁରୁଷ ଏବଂ ୩୪ ଜଣ ମହିଳା ଗୃହରକ୍ଷୀ ଚୟନ ହେବେ। ସେଥିମଧ୍ୟରୁ ସାମୁଦ୍ରିକ ଥାନା ପାଇଁ ୧୫ ଜଣ, ସାଧାରଣ ଡ୍ୟୁଟି ୫୫ ଜଣ, କମ୍ପ୍ୟୁଟର ୪୦, ଡ୍ରାଇଭର ୧୦, ରୋଷେୟା ୬, ବୈଦ୍ୟୁତିକ ମିସ୍ତ୍ରୀ ୨, ମେସ ସହାୟକ ୨ ଓ ଧୋବୀ, ବାରିକ, ଦରଜୀ, ପାଣି ପାଇପ ମିସ୍ତ୍ରୀ, ମୋଚି ପଦବୀ ପାଇଁ ଜଣେ ଲେଖାଁଏ ନିଯୁକ୍ତି ହେବେ। ଆସ୍କା, ପୁରୁଷୋତ୍ତମପୁର, ଭଞ୍ଜନଗର , ଛତ୍ରପୁର କେନ୍ଦ୍ରରେ ଆଜି ସାଧରଣ ଡ୍ୟୁଟି ପାଇଁ ପରୀକ୍ଷା ଚାଲିଛି। ଭଞ୍ଜନଗର କେନ୍ଦ୍ରରେ ୨୦୦ ମିଟର ଦୌଡ଼ିବା ସମୟରେ ଜଣେ ପ୍ରାର୍ଥୀ ତଳେ ପଡ଼ି ଗୁରୁତର ଭାବେ ଆହତ ହୋଇଛନ୍ତି। ସେହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ କେଳାପଙ୍କା ଗ୍ରାମର ସୁନିଲ କୁମାର ପରିଡ଼ା। ତାଙ୍କର ଡାହାଣ ହାତ ଖଞ୍ଜା ଖସିଯାଇଛି । ଏହାପରେ ସେଠାରେ ଉପସ୍ଥିତ ଥିବା ଅଧିକାରୀମାନଙ୍କ ସହାୟତାରେ ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ନିଆଯାଇଛି। ଅଧିକାରୀମାନେ ମେଡ଼ିକାଲରେ ରହି ତାଙ୍କର ସ୍ବାସ୍ଥ୍ୟାବସ୍ଥା ତଦାରଖ କରୁଛନ୍ତି।

ଆଜି ସାଧାରଣ ଡ୍ୟୁଟି ସରିବା ପରେ ଆଗାମୀ ଦିନରେ ଆଗାମୀ ଦିନରେ ଅନ୍ୟାନ୍ୟ            ଟ୍ରେଡ ଯଥା କମ୍ପ୍ୟୁଟର, ଡ୍ରାଇଭର, ରୋଷେୟା ସମେତ ଅନ୍ୟାନ୍ୟ ପରୀକ୍ଷା ହେବ। ଅପରପକ୍ଷେ ଆଜି ପରୀକ୍ଷା ଦେବା ସମୟରେ କେତେକ ଆବେଦନକାରୀ ଏଠାରେ କହିଛନ୍ତି ଯେ ଆମେ ସାଧାରଣ ଡ୍ୟୁଟିି ପାଇଁ ଆବେଦନ କରିଥିଲୁ। ଆସିଛି କମ୍ପ୍ୟୁଟର ପାଇଁ। ଆଉ କିଛି ଜଣ କମ୍ପ୍ୟୁଟର ପାଇଁ ଆବେଦନ କରିଥିବା ବେଳେ ସେମାନଙ୍କ ସାଧାରଣ ଡ୍ୟୁଟି ପାଇଁ ଆସିଛି। ତେଣୁ ଉକ୍ତ ପରୀକ୍ଷାର୍ଥୀ ମାନେ ନିଜର ସଫଳତା ନେଇ ଦ୍ବନ୍ଦରେ ଅଛନ୍ତି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ବର୍ଷ ପରେ କୁମ୍ଭ ରାଶିରେ ସୃଷ୍ଟି ହେଲା ‘ଅଦ୍ଭୁତ ଯୋଗ’: ଏହି ୩ ରାଶିଙ୍କର ଅଚାନକ ଘଟିବ…

୬ ଫେବୃଆରୀ, ୨୦୨୬ ଠାରୁ, ସୁଖ, ସମୃଦ୍ଧି ଏବଂ ପ୍ରେମର ଗ୍ରହ ଶୁକ୍ର, ତାଙ୍କ ବନ୍ଧୁ ଶନିଙ୍କ ରାଶି କୁମ୍ଭରେ ପ୍ରବେଶ କରିଛନ୍ତି। ଏଠାରେ, ଏହା ତାଙ୍କ…

ଆଉ U19 ବିଶ୍ୱକପରେ ଖେଳିପାରିବେ ନାହିଁ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ ଆଶ୍ଚର୍ଯ୍ୟଜନକ କାରଣ

ନୂଆଦିଲ୍ଲୀ,୭।୨: ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୨୦୨୬ର ୧୯ ବର୍ଷରୁ କମ ବିଶ୍ୱକପରେ ଇତିହାସ ରଚିଥିଲେ। ଫାଇନାଲରେ ୮୦ ବଲ ରୁ ୧୭୫ ରନ କରି ଭାରତକୁ…

ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦି, କହିଲେ…

ନୂଆଦିଲ୍ଲୀ,୭।୨: ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଗୁରୁବାର କହିଛନ୍ତି ଯେ ଭାରତ ଏବଂ ଆମେରିକା ମାର୍ଚ୍ଚ ମାସରେ ଏକ ବହୁ ପ୍ରତୀକ୍ଷିତ ଦ୍ୱିପାକ୍ଷିକ ବାଣିଜ୍ୟ…

ଟାରିଫ୍‌ ହ୍ରାସ ଦ୍ୱାରା ଉଭୟ ଦେଶ କ’ଣ ଫାଇଦା ପାଇବେ? ବୁଝନ୍ତୁ ପୂରା ଗଣିତ…

ନୂଆଦିଲ୍ଲୀ,୭।୨: ଭାରତ ଏବଂ ଆମେରିକା ପାରସ୍ପରିକ ବାଣିଜ୍ୟକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଉଭୟ ଦେଶ ଏକ ଅନ୍ତରୀଣ ବାଣିଜ୍ୟ ଚୁକ୍ତିନାମା ପାଇଁ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ରୁଷିଆ ତେଲ କ୍ରୟ ଉପରେ ହଟିଲା ଟାରିଫ, ଭାରତ -ଆମେରିକା ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଜାରି

ନୂଆଦିଲ୍ଲୀ,୭।୨: ଆମେରିକା ଏବଂ ଭାରତ ଏକ ମଧ୍ୟବର୍ତ୍ତୀ ବାଣିଜ୍ୟ ଚୁକ୍ତିନାମା ପାଇଁ ଶୁକ୍ରବାର ଢାଞ୍ଚା ପ୍ରକାଶ କରିଛନ୍ତି। ଏହି ଚୁକ୍ତିନାମା ଦୁଇ ଦେଶ ମଧ୍ୟରେ ଏକ ବ୍ୟାପକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri