Categories: ବାଣିଜ୍ୟ

ହୋଣ୍ଡାର ‘ସେଫ୍‌ଟି କମ୍‌ସ ଫାଷ୍ଟ’ ପଦକ୍ଷେପ

ନୂଆଦିଲ୍ଲୀ,୧୧।୫: ହୋଣ୍ଡା ଟୁହ୍ବିଲର୍ସ ଇଣ୍ଡିଆ ପକ୍ଷରୁ ଏହାର ଡିଲର ପରିବାରଗୁଡିକ ଲାଗି ‘ସେଫ୍‌ଟି କମ୍‌ସ ଫାଷ୍ଟ’ ପଦକ୍ଷେପ ଗ୍ରହଣ କରାଯାଇଛି। ସରକାର ବର୍ତ୍ତମାନ କଟକଣା ଧୀରେ ଧୀରେ କୋହଳ କରୁଥିବା ବେଳେ ନୂଆ ଧାରାରେ ବାଣିଜ୍ୟ ଲାଗି ଶିଳ୍ପଗୁଡିକ ସଜବାଜ ହେଉଛନ୍ତି। ହୋଣ୍ଡା ପକ୍ଷରୁ ଏହାର ଅଂଶୀଦାରଙ୍କୁ ନଗଦ ସହାୟତା ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଉଛି। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ଆଗକୁ ବଢ଼ିବାକୁ ହେଲେ ନଗଦ ଆବଶ୍ୟକତା ରହିଥିବା ବେଳେ କମ୍ପାନୀ ଏଭଳି ପ୍ରସଙ୍ଗକୁ ନଜରରେ ରଖିଥିବା କହିଛି। କୋଭିଡ୍‌-୧୯ ପ୍ରଭାବକୁ କମ୍‌ କରିବା ଲାଗି ମିଳିତ ହୋଇ ଲଢିବାକୁ କମ୍ପାନୀ ଏହାର ଅଂଶୀଦାରଙ୍କୁ ଆହ୍ବାନ ଜଣାଇଛି। ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ର ସେଲ୍‌ସ ଆଣ୍ଡ ମାର୍କେଟିଂ ନିର୍ଦ୍ଦେଶକ ୟଦବିନ୍ଦର ସିଂ ଗୁଲେରିଆ କହିଛନ୍ତି ଯେ, ଏଭଳି ପଦକ୍ଷେପ ସହ ସାରା ଦେଶରେ ଥିବା ଆଉଟଲେଟଗୁଡିକରେ ନିରାପତ୍ତା ପଦକ୍ଷେପକୁ ଧ୍ୟାନରେ ରଖାଯାଇଛି।

Share