ହୋଟେଲର ଓ୍ବେଟର ଭାବେ କାମ କରୁଥିଲେ ଏହି କଳାକାର

ମୁମ୍ବାଇ: ଫିଲ୍ମ ‘ମେଁ ହୁଁ ନା’, ‘ଲଗେ ରହୋ ମୁନ୍ନାଭାଇ’, ‘ବୀର ଜାରା’ ଓ ‘ଦୋସ୍ତାନା’ ସମେତ ବହୁ ହିଟ୍‌ ଫିଲ୍ମରେ ନିଜର ଦମ୍‌ଦାର ଅଭିନୟ ଯୋଗୁ ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି ଅଭିନେତା ବୋମନ ଇରାନି। ବର୍ତ୍ତମାନ ସମୟରେ ଘରେ ଘରେ ସେ ଡାକ୍ତର ଅସ୍ଥାନା ଓ ବୀରୁ ସହସ୍ତ୍ରବୁଦ୍ଧ ତଥା ଭାଇରସ୍‌ ନାଁରେ ବେଶ୍‌ ଲୋକପ୍ରିୟ ହୋଇପାରିଛନ୍ତି। ୧୯୫୯ ଡିସେମ୍ବର ୨ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ବୋମନ ସୋମବାର ୬୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ବଲିଉଡ୍‌ ସେଲିବ୍ରିଟି ଓ ପ୍ରଶଂସକଙ୍କ ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିଛି। ତେବେ ଫିଲ୍ମରେ ଆସିବା ପୂର୍ବରୁ ବୋମନ କ’ଣ କରୁଥିଲେ ଜାଣିଛନ୍ତି କି। ଜନ୍ମଦିନ ଅବସରରେ ତାଙ୍କ ବିଷୟରେ ଆସନ୍ତୁ ଜାଣିବା କିଛି ଜଣା ଅଜଣା କଥା।

ଛୋଟବେଳୁ ବୋମନ ଡିସ୍‌ଲେକ୍ସିଆ ନାମକ ଏକ ରୋଗରେ ଆକ୍ରାନ୍ତ ଥିଲେ। ଏହି ରୋଗ ଯୋଗୁ ତାଙ୍କୁ ଶବ୍ଦ ଚିହ୍ନିବାରେ କଷ୍ଟ ହେଉଥିଲା। ଆଉ ଏଥିପାଇଁ ସେ ଚିକିତ୍ସା ମଧ୍ୟ କରାଇଥିଲେ। କଲେଜ ସରିବା ପରେ ଏବଂ ଫିଲ୍ମରେ ଆସିବା ପୂର୍ବରୁ ସେ ଏକ ହୋଟେଲରେ ଓ୍ବେଟର ଭାବେ କାମ କରୁଥିଲେ। କାରଣ ସେତେବେଳେ ତାଙ୍କ ଘରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିଲା। ଏହାପରେ ବାପାଙ୍କ ଅନ୍ତେ ବୋମନ ତାଙ୍କ ବେକେରୀ ସପ୍‌କୁ ଚଳାଇଥିଲେ। ହେଲେ ଏଥିରେ ଘର ଚଳାଇବା କଷ୍ଟ ହୋଇଥିବାରୁ ପରେ ସେ ଫଟୋଗ୍ରାଫି କରିଥିଲେ। କିଛି ଦିନ ପରେ ସେ ଅଭିନୟ ପାଇଁ ଟ୍ରେନିଂ ନେବା ସହ ଥିଏଟରରେ କାମ କରିବା ଆରମ୍ଭ କରିଥିଲେ। ସେ ପ୍ରାୟ ୪୦ଟି ନାଟକରେ କାମ କରିସାରିଛନ୍ତି। ସେଥିମଧ୍ୟରୁ ‘ଆଇ ଆମ୍‌ ନଟ୍‌ ବାଜିରାଓ’ ନାମକ ଏକ ନାଟକ ତାଙ୍କର ବେଶ୍‌ ପପୁଲାର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

ବୀମାଭୁକ୍ତ ହେବେ ଧନୁଯାତ୍ରା ଦର୍ଶକ, ଦୁର୍ଘଟଣାରେ କଳାକାରଙ୍କ ମୃତ୍ୟୁ ହେଲେ ମିଳିବ…

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧର୍ମ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ। ୨୦୨୬ ଜାନୁୟାରୀ ୩ ଯାଏ ଏହି ମହୋତ୍ସବ...

ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନାକୁ ଅନୁମୋଦନ, କ୍ୟାବିନେଟ୍‌ରେ ୬ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରେଶମ ଶିଳ୍ପକୁ ଅଧିକ ସଶକ୍ତ ଏବଂ ସମ୍ପ୍ରସାରିତ କରିବା ଲାଗି ରାଜ୍ୟ ସରକାର ସ୍ଥିରକରି ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଆରମ୍ଭ କରିବାକୁ...

ନିଯୁକ୍ତ ହେବେ ଓଡ଼ିଆ ଶିକ୍ଷକ, ଗଣଶିକ୍ଷା ବିଭାଗର ବଡ଼ ସୂଚନା

ଭୁବନେଶ୍ୱର,୭ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ରେ ଓଡ଼ିଆ ଶିକ୍ଷକ ନିଯୁକ୍ତ ହେବେ। ସମସ୍ତ ଓଏଭିରେ ଜଣେ ଲେଖାଏ ଓଡ଼ିଆ ପ୍ରଶିକ୍ଷିତ ସ୍ନାତକ...

ଅଙ୍ଗନଓ୍ୱାଡି ପାଇଁ ବଡ଼ ଘୋଷଣା, ପ୍ରଭାତୀ କହିଲେ…

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ପ୍ରଥମେ ୫, ପରେ ୭ ଓ ୧୨ ଲକ୍ଷ ଟଙ୍କା ଅଙ୍ଗନଓ୍ୱାଡି କେନ୍ଦ୍ର ନିର୍ମାଣ ପ୍ରଥମେ ଦେଉଥିଲେ। ଏବେ ଅଙ୍ଗନଓ୍ୱାଡି...

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri