ହୋଟେଲକୁ ସିଲ୍‌ କରିଦେଲା ପ୍ରଶାସନ

ବରଗଡ଼ ଅଫିସ୍‌,୨୬।୪: ବରଗଡ଼ ଜିଲା ପ୍ରଶାସନ ପକ୍ଷରୁ ସହରର ଏକ ହୋଟେଲକୁ ସିଲ୍‌ କରି ଦିଆଯାଇଛି । ଲକ୍‌ ଡାଉନ୍‌ କଟକଣା କୋହଳ ହୋଇଥିଲେ ହେଁ ହୋଟେଲ ଖୋଲିବାକୁ ପ୍ରଶାସନ ପକ୍ଷରୁ ନିଷେଧାଦେଶ ଜାରି ହୋଇଛି । ଏହା ସତ୍ତ୍ବେ ସମ୍ପୃକ୍ତ ହୋଟେଲ କର୍ତ୍ତୃପକ୍ଷ ହୋଟେଲ ଖୋଲିଥିଲେ। ଏହି ସୂଚନା ପାଇବା ପରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ସମ୍ପୃକ୍ତ ହୋଟେଲରେ ପହଞ୍ଚି ସିଲ୍‌ କରି ଦେଇଛନ୍ତି।