Categories: ଜାତୀୟ

ହେଲ୍‌ମେଟ୍‌ ନ ପିନ୍ଧିଥିବା କନଷ୍ଟେବଳଙ୍କୁ ଧମକାଇଲେ ଯୁବକ

ପାଟନା,୮।୯: ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରେ ପ୍ରାୟ ସବୁରାଜ୍ୟରେ ସାଧାରଣ ଜନତା ମୋଟା ଅଙ୍କର ଜରିମାନ ଦେଉଛନ୍ତି। ଏହା ଫଳରେ ରାସ୍ତାଘାଟ ଜାମ୍‌ ମଧ୍ୟ ହେଉଛି। ପୋଲିସ ଜନତାଙ୍କୁ ସୁରକ୍ଷା ଦୃଷ୍ଟିରୁ ଏହି ନିୟମ ପାଳନ କରୁଥିବା ବେଳେ ନିଜେ କିନ୍ତୁ ଏହାର ଉଲ୍ଲଂଘନ କରୁଥିବା ଦେଖାଯାଇଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବିହାରର ବକ୍ସର ଜିଲାରେ। ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶିକ୍ଷକ କଲୋନିରେ ରହୁଥିବା କମଲ କୁମାର ନାମକ ଜଣେ ଯୁବକ ହେଲମେଟ୍‌ ନ ପିନ୍ଧିଥିବା ଜଣେ କନଷ୍ଟେବଳଙ୍କୁ ଧମକାଉଥିବା ଦେଖାଯାଇଛି। ଘଟଣା ହେଲା କିଛିଦିନ ପୂର୍ବେ ହେଲମେଟ୍‌ ନ ପିନ୍ଧିଥିବା ଅଭିଯୋଗରେ ପୋଲିସ କମଲଙ୍କଠାରୁ ଜରିମାନା ଆଦାୟ କରିଥିଲା। ଆଉ ପୋଲିସ ନିଜେ ହେଲମେଟ୍‌ ନ ପିନ୍ଧିଥିବା ଦେଖି କମଲ ତାଙ୍କୁ ହେଲମେଟ୍‌ ପିନ୍ଧିବାକୁ କହିବା ସହ ଯଦି ସେ ନିୟମ ଉଲ୍ଲଂଘନ କରନ୍ତି ତେବେ ତାଙ୍କୁ ମାରିଦେବେ ବୋଲି ଧମକ ଦେଇଥିଲେ।

Share