Categories: ଜାତୀୟ

ହୃଦୟ ବିଦାରକ ଦୃଶ୍ୟ: ମୃତ ମା’ଙ୍କ ଉପରେ ଘୋଡାଯାଇଥିବା ଚାଦର ସହ ଖେଳୁଥିବା ଶିଶୁର ଭିଡିଓ ଭାଇରାଲ୍‌

ପାଟନା,୨୭।୫:ବିହାରର ମୁଜାଫରପୁର ରେଳ ଷ୍ଟେଶନରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଷ୍ଟେଶନରେ ଶୋଇଥିବା ଜଣେ ମୃତ ମହିଳାଙ୍କ ନିଷ୍ପାପ ଶିଶୁଟି ମା’ଙ୍କ ଶରୀରରେ ପଡିଥିବା ଚାଦର ଉଠାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓଟି ଦେଖିଲେ ପ୍ରବାସୀ ଶ୍ରମିକଙ୍କ ଯନ୍ତ୍ରଣା ସହଜରେ ଅନୁମେୟ କରିହେବ। ଦେଶରେ ଲକଡାଉନ ଘୋଷଣା ପରଠୁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କ କାମ ହରାଇ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି। ଖାଇବାକୁ ମୁଠାଏ ନ ପାଇ ଜୀବନ ଚାଲିଯାଉଥିବା ମଧ୍ୟ ଦେଖାଯାଇଛି।

Share