ହୃଦ୍‌ରୋଗୀ ଓ ଶୀତଦିନ

ଶୀତଦିନେ ପରିବେଶ ଥଣ୍ଡା ରହିଥାଏ। ବେଳେବେଳେ କେତେକ ସ୍ଥାନରେ ତାପମାତ୍ରା ଶୂନ ଡିଗ୍ରୀ ତଳକୁ ଖସିଯାଏ। ଏହି ଋତୁରେ ବିଶେଷଭାବରେ ହୃଦ୍‌ରୋଗୀ ଅଧିକ ସତର୍କ ରହିବା ଆବଶ୍ୟକ। କାରଣ ପ୍ରବଳ ଶୀତ ଯୋଗୁ ଶରୀରରେ ଥିବା ଶିରାପ୍ରସିରାଗୁଡ଼ିକ ସଙ୍କୁଚିତ ହୋଇଯାଏ। ଏହାଦ୍ୱାରା ରକ୍ତ ପ୍ରବାହ ବାଧାପ୍ରାପ୍ତ ହୋଇଥାଏ। ତେଣୁ ଶୀତଦିନେ ହୃଦ୍‌ରୋଗୀ ଏ ନେଇ ଧ୍ୟାନଦେବା ଜରୁରୀ। ଏହି ସମୟରେ ସେମାନେ ଏପରି ପୋଷାକ ପିନ୍ଧନ୍ତୁ ଯେମିତି ଶରୀର ଉଷ୍ମ ରହିବ। ବାହାରକୁ ଗଲେ ସ୍ବେଟର, ଜ୍ୟାକେଟ ପିନ୍ଧିବା ସହ ମୁଣ୍ଡରେ ଟୋପି ପିନ୍ଧନ୍ତୁ। ତା’ସହ ଏହି ଋତୁରେ ସେମାନେ ଖାଦ୍ୟପେୟ ପ୍ରତି ସତର୍କ ରୁହନ୍ତୁ। ଶୀତଋତୁରେ ଅଧିକ ଫ୍ୟାଟ୍‌ ଏବଂ ଲବଣଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ସବୁଠାରୁ ଖାସ୍‌ କଥା ହେଲା, ନିଶାଦ୍ରବ୍ୟ ସେବନଠାରୁ ଦୂରେଇରହନ୍ତୁ। ସକାଳୁ ହାଲ୍‌କା ସୂର୍ଯ୍ୟକିରଣରେ କିଛି ସମୟ ବସିଲେ ତାହା ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହାସହ ପ୍ରତିଦିନ ମର୍ନିଂଓ୍ବାକ୍‌ କରିବାକୁ ଭୁଲନ୍ତୁ ନାହିିଁ।

ଶୀତଦିନେ ମଧ୍ୟ ଆମ ଶରୀରରେ ଜଳୀୟ ଅଂଶ ସନ୍ତୁଳିତ ରହିବା ନିହାତି ଜରୁରୀ। ତେଣୁ ଏହି ଦିନରେ ପ୍ରଚୁର ପାଣି ପିିଇବା ସହ ତଟକା ଫଳ ଜୁସ୍‌ ପିଅନ୍ତୁ।
ଶୀତଦିନେ ବ୍ରେକ୍‌ଫାଷ୍ଟରେ କମଳା ଜୁସ୍‌ ସାମିଲ କରନ୍ତୁ
ଖାଦ୍ୟ ତାଲିକାରେ ଖଟାଜାତୀୟ ଖାଦ୍ୟ ରଖିପାରନ୍ତି। ଏପରି କି ମଧ୍ୟାହ୍ନ ଭୋଜନ ସମୟରେ ଖଟା ଜାତୀୟ ଖାଦ୍ୟ ଖାଇବା ସହ ଜୁସ୍‌ ପିଇପାରନ୍ତି।
ରସୁଣରେ ଥିବା ‘ଏଲିନ୍‌’ ନାମକ ଫ୍ଲେବରିଂ ତତ୍ତ୍ୱ ଶୀତଦିନେ ଆମ ଶରୀର ପାଇଁ ବେଶ୍‌ ଉପକାରୀ। ଏହା ଥଣ୍ଡାଜନିତ ସମସ୍ୟା ଦୂରକରିଥାଏ। ଏହାବ୍ୟତୀତ ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଶରୀର ପାଇଁ ବେଶ୍‌ ଲାଭପ୍ରଦ।
ଶୀତଦିନେ ଅଦାମିଶ୍ରିତ ଚା’ ପିଇଲେ ଥଣ୍ଡାରୁ ଆରାମ ଲାଗିଥାଏ। ଅଦାମିଶ୍ରିତ ପାଣି ମଧ୍ୟ ଶରୀର ପାଇଁ ବେଶ୍‌ ଉପକାରୀ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri