ହୀରା ପଥର କାରବାରକୁ ନେଇ ଗୁଳିମାଡ଼ ଘଟଣା: ୪ ଅଭିଯୁକ୍ତ ଜେଲ ଗଲେ

ଦିଗପହଣ୍ଡି/ଚିକିଟି, ୧୪ା୬ (ଡି.ଏନ.ଏ.)- ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ବୀରସିଂହ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ହୀରା ପଥର କାରବାରକୁ କେନ୍ଦ୍ରକରି ଗତ ୬ ତାରିଖ ଅପରାହ୍ନରେ ସୁବାସ ପଣ୍ଡାଙ୍କୁ ଗୁଳିମାଡ଼ ହୋଇଥିଲା। ଏହି ଘଟଣାରେ ଗୁରୁବାର ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଜରଡ଼ା ଥାନା ମର୍ଦ୍ଦରାଜପୁର ଗ୍ରାମର ମାଧବ ପାଣିଗ୍ରାହୀ, ପାତ୍ରପୁର ଗ୍ରାମର ଏ. ସନ୍ତୋଷ, ବ୍ରହ୍ମପୁର ହାଉସିଂ ବୋର୍ଡ କଲୋନୀର କେ. ପ୍ରଦୀପ ସୁବୁଦ୍ଧି ଓ ଗୋସାଇଁ ନୂଆଗାଁର ହିମାଂଶୁ ସାହୁ। ଅଭିଯୁକ୍ତଙ୍କ ନିକଟରୁ ଏକ କଳା ରଙ୍ଗର ବୁଲେଟ (ନଂ ଏପି୩୦ଏଲ୮୨୯୯) ଜବତ କରାଯାଇଛି। ଥାନା ମାମଲା ନଂ.୧୦୮/୧୯ରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୬ ଜଣ ଫେରାର ଅଛନ୍ତି। ତଦନ୍ତରେ ବ୍ୟାଘାତ ସୃଷ୍ଟି ହେବା ଆଶଙ୍କା ଥିବାରୁ ସେମାନଙ୍କ ନାଁ ଓ ଠିକଣା ଗୋପନ ରଖାଯାଇଛି। ଗୁରୁବାର କେ.ନୂଆଗାଁ ଥାନା ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ପୋଲିସ ଏହି ସୂଚନା ଦେଇଛି। ପୋଲିସ କହିଛିି ଯେ, ଘଟଣା ଦିନ ସୁବାସ ନିଜ ଘରେ ଖାଇ ବସିଥିଲେ। ତାଙ୍କ ପାଖରେ ଥିବା ୧୦ଟି ହୀରା ପଥର କିଣିବା ପାଇଁ ବ୍ୟବସାୟୀ ଆସିଛନ୍ତି ବୋଲି କହି ଅଭିଯୁକ୍ତ ସନ୍ତୋଷ ଏବଂ ତାଙ୍କ ସମ୍ପର୍କୀୟ ମାଧବ ଘରୁ ଡ଼ାକି ନେଇଥିଲେ। ଗାଁ ଶେଷ ମୁଣ୍ଡରେ ୨ ଜଣ ଅଣ ଓଡ଼ିଆ ହୀରା ବ୍ୟବସାୟୀ ଓ ଅନ୍ୟ ୮ ଜଣ ଅଜଣା ବ୍ୟକ୍ତି ଉପସ୍ଥିତ ଥିଲେ। ବ୍ୟବସାୟୀଦ୍ୱୟ ହୀରାପଥରଗୁଡ଼ିକୁ ପରୀକ୍ଷା ନିରୀକ୍ଷା କରଥବଲେ ମଧ୍ୟ ଦର ଛିଡ଼ି ପାରି ନ ଥିଲା। ତେଣୁ ସୁବାସ ହୀରା ପଥର ରଖିଥିବା ମୁଣି ଧରି ଘରକୁ ଫେରୁଥିଲେ। ଘର ଠାରୁ ପ୍ରାୟ ୫ ଶହ ମିଟର ଦୂର ଶିବ ମନ୍ଦିର ନିକଟରେ ବାଇକରେ ପିଛା କରି ଆସିଥିବା ଜଣେ ଅଜଣା ଦୁର୍ବୃତ୍ତ ସୁବାସଙ୍କୁ ଅଟକାଇଥିଲେ। ଅଭିଯୁକ୍ତମାନେ ସେଠାରେ ସୁବାସଙ୍କୁ ଘେରିଯିବା ସହ ସେ ଧରିଥିବା ମୁଣିକୁ ଜବରଦସ୍ତ ଛଡ଼େଇ ନେଇଥିଲେ। ଜଣେ ଦୁର୍ବୃତ୍ତ ସୁବାସଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳିମାଡ଼ କରିଥିଲେ। ରକ୍ତାକ୍ତ ଅବସ୍ଥାରେ ସୁବାସ ଘରକୁ ଦୌଡ଼ିଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ ଚିକିଟି ଓ ପରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ନେଇଥିଲେ। ସେଠାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନା ନିଆଯାଇଥିଲା। ଆଖି ପତ୍ତା ଉପର ଦେଇ ଗୁଳି ଯାଇଥିବାରୁ ଅସ୍ତ୍ରୋପଚାର କରାଯାଇଥିଲା। ତଥାପି ବାମ ଆଖିଟି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଏ ନେଇ ସୁବାସଙ୍କ ଝିଅ ପ୍ରିୟଙ୍କା ପଣ୍ଡାଙ୍କ ଏତଲାକୁ ଭିତ୍ତିକରି ଅଭିଯୁକ୍ତଙ୍କ ବିରୋଧରେ ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି। ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ଅତିରିକ୍ତ ଏସପି ମାୟାଧର ସେଠୀ, ଚିକିଟି ଏସଡିପିଓ ସୁରେନ୍ଦ୍ର ନାଥ ମୁର୍ମୁଙ୍କ ସମେତ କେ.ନୂଆଗାଁ ଥାନା ଆଇଆଇସି ମାଧବାନନ୍ଦ ନାୟକ ଉପସ୍ଥିତ ଥିଲେ। ହୀରା ପଥର ଅସଲି କି ନକଲି ପଚାରିବାରୁ ଫେରାର ଅଭିଯୁକ୍ତଙ୍କ ନିକଟରୁ ଉକ୍ତ ପଥର ଜବତ ହେବା ପରେ ପରୀକ୍ଷା କରାଯିବ ବୋଲି ତଦନ୍ତକାରୀ ପୋଲିସ ଏସଆଇ ଜ୍ଞାନ ସେଠୀ କହିଛନ୍ତି। ଅନ୍ୟପକ୍ଷରେ ସୁବାସ ରାୟଗଡ଼ା ନିକଟ ଏକ ନଦୀରେ ଗାଧୋଉଥିବା ବେଳେ ୧୦ଟି ହୀରା ପଥର ପାଇଥିଲେ ବୋଲି ସେ ବୟାନ ଦେଇଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

‘ଶିକ୍ଷା ସଚେତନତା ରଥ’ ଉଦ୍‌ଘାଟନ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୪ା୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଶନିବାର ଏକ ‘ଶିକ୍ଷା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri