Categories: ଫୁରସତ

ହୀରା ଗିଟାର

ଗିଟାରର ଧୂନ୍‌ କାହାକୁ ବା ଭଲ ନ ଲାଗେ। ଅନେକଙ୍କର ଏହା ଏକ ପ୍ରିୟ ବାଦ୍ୟଯନ୍ତ୍ର। ତେବେ ଏମିତି ଏକ ଗିଟାର ଅଛି, ଯାହାକୁ ଦେଖୁ ଦେଖୁ ଯେ କେହି ବି ତା’ ପ୍ରେମରେ ପଡ଼ିଯିବେ। ଆଉ ତାକୁ ପାଇବାର ସ୍ବପ୍ନ ଦେଖିବେ। କିନ୍ତୁ ତାକୁ ପାଇବା ସାତସପନ। କାରଣ ତାହା ପୃଥିବୀର ସବୁଠାରୁ ଦାମୀ ଗିଟାରଭାବେ ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛି। ‘ଦି ଇଡେନ୍‌ ଅଫ୍‌ କରୋନେଟ୍‌’ ନାମରେ ପରିଚିତ ଉକ୍ତ ଗିଟାରର ମୂଲ୍ୟ ପ୍ରାୟ ୨ ମିଲିୟନ ଡଲାର। ପ୍ରସିଦ୍ଧ ଗିଟାର ନିର୍ମାତା ଗିବ୍‌ସନ, ଗହଣା ଡିଜାଇନର ଆରୋନ୍‌ ସୁମ୍‌ ଏବଂ ସଙ୍ଗୀତଜ୍ଞ ତଥା ଡିଜାଇନର ମାର୍କ ଲୁଇଙ୍କ ସହ ମିଶି ଉକ୍ତ ଗିଟାର ତିଆରି କରିଛନ୍ତି। ଏଥିରେ ୪୦୦ରୁ ଊର୍ଦ୍ଧ୍ୱ କ୍ୟାରଟ୍‌ର ହୀରା ଓ ୧.୬ କି.ଗ୍ରା.ର ୧୮ କ୍ୟାରଟ ସୁନା ବ୍ୟବହାର କରାଯାଇଛି। ୬୮ ଜଣ କାରିଗର ୭୦୦ ଦିନରେ ଏହାକୁ ତିଆରି କରିଛନ୍ତି। ଗିଟାରଟି ହୀରାରେ ଆଚ୍ଛାଦିତ ହୋଇ ରହିଥିଲେ ହେଁ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ।

Share