Categories: ଜାତୀୟ

ହିନ୍ଦୀକୁ ଶାହଙ୍କ ଗୁରୁତ୍ୱ ପ୍ରସଙ୍ଗ: ୟେଦୁରାପ୍ପା, କମଲ ହାସନ୍‌ଙ୍କ ବିରୋଧ

ନୂଆଦିଲ୍ଲୀ, ୧୭ା୯ (ପି.ଟି.): ହିନ୍ଦୀକୁ ଗୁରୁତ୍ୱ ଦେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଗୋଟିଏ ରାଷ୍ଟ୍ର ଗୋଟିଏ ଭାଷା କଥା କହିଥିବାବେଳେ ଏହାକୁ ଆଞ୍ଚଳିକ ଦଳଗୁଡ଼ିକ ତୀବ୍ର ବିରୋଧ କରିଛନ୍ତି। କର୍ନାଟକ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବି.ଏସ୍‌. ୟେଦୁରାପ୍ପା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। କନ୍ନଡ ଭାଷା ସହ ସାଲିସ୍‌ କରାଯାଇ ପାରିବନାହିଁ ବୋଲି ସେ ମତ ଦେଇଛନ୍ତି। ଏମ୍‌ଏନ୍‌ଏମ୍‌ ନେତା କମଲ ହାସନ୍‌ ଲୋକଙ୍କ ଉପରେ ଜୋର୍‌ ଜବରଦସ୍ତ ହିନ୍ଦୀ ଲଦି ଦିଆଯିବା ଅନୁଚିତ ବୋଲି କହିଛନ୍ତି। ଆମେ ସବୁ ଭାଷାକୁ ସମ୍ମାନ ଦେଉଛୁ, ହେଲେ ମାତୃଭାଷାକୁ ଭୁଲିପାରିବୁ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଡିଏମ୍‌କେ ନେତା ଏମ୍‌.କେ. ଷ୍ଟାଲିନ୍‌ ପ୍ରମୁଖ ବିରୋଧ କରିଛନ୍ତି। ଆଗାମୀ ୨୦ରେ ଏନେଇ ଆନ୍ଦୋଳନ କରିବାକୁ ଡିଏମ୍‌କେ ଚେତାବନୀ ଦେଇଛି। ସିପିଆଇ ନେତା ବିନୟ ବିଶ୍ୱମ୍‌ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଶାହଙ୍କ କଥାର ଜବାବ୍‌ ମାଗିଛନ୍ତି।

Share