Categories: ଜାତୀୟ

ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ସହିତ ସମ୍ପର୍କ: ପୂର୍ବତନ ବିଧାୟକଙ୍କୁ ଜେରା କରିବ ଏନ୍‌ଆଇଏ

ଶ୍ରୀନଗର,୩।୨: ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ସହିତ ସମ୍ପର୍କ ଅଭିଯୋଗରେ ଜମ୍ମୁ-କଶ୍ମୀରର ପୂର୍ବତନ ବିଧାୟକ ଶେଖ୍‌ ଅବଦୁଲ୍‌ ରଶିଦ୍‌ଙ୍କୁ ଏନ୍‌ଆଇଏ ଜେରା କରିବ। ହିଜ୍‌ବୁଲ୍‌ କମାଣ୍ଡର ସୟଦ୍‌ ନଓ୍ବିଦ୍‌ ମୁସ୍ତାକ୍‌ ଅହମ୍ମଦ୍‌ ଓରଫ୍‌ ବାବୁଙ୍କ ସହିତ ତାଙ୍କର ସମ୍ପର୍କ ଥିବା ଅଭିଯୋଗ ହୋଇଛି। ନଓ୍ବିଦ୍‌ଙ୍କୁ ଡିଏସ୍‌ପି ଦାବେନ୍ଦର ସିଂଙ୍କ ସହିତ ଗିରଫ କରାଯାଇଥିଲା। ରଶିଦ୍‌ ନଓ୍ବିଦ୍‌ଙ୍କ ସହିତ ଯୋଗାଯୋଗରେ ଥିଲେ। ପଚରାଉଚରା ସମୟରେ ନଓ୍ବିଦ୍‌ ଏହା ପୋଲିସଙ୍କୁ ସୂଚନା ଦେଇଛନ୍ତି।

Share