Posted inଜାତୀୟ

ହିଂସ୍ର ହେଉଛି ସିଏଏ ବିରୋଧୀ ଆନ୍ଦୋଳନ: ୟୁପିରେ ଗଲାଣି ୧୭ ଜୀବନ

ଲକ୍ଷ୍ନୌ,୨୨ା୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନ ହିଂସ୍ର ହେବାରେ ଲାଗିଛି। ଉତ୍ତରପ୍ରଦେଶରେ ବିକ୍ଷୋଭ ହିଂସାରେ ୩ ଦିନରେ ୧୭ ଜଣଙ୍କ ଜୀବନ ଗଲାଣି। ଶନିବାର ରାମପୁର ସହରରେ ବିକ୍ଷୋଭ ବେଳେ ୨ଜଣ ପ୍ରାଣ ହରାଇଛନ୍ତି। ସେଠାରେ ବିକ୍ଷୋଭକାରୀମାନେ ଗାଡ଼ିମୋଟର ପୋଡ଼ାଜଳା କରିବା ସହ ପୋଲିସ ଉପରକୁ ଟେକାମାଡ଼ କରିଥିଲେ। ଦୁଇଘଣ୍ଟା ଧରି ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଥିଲା। ଘଟଣାସ୍ଥଳକୁ ଅତିରିକ୍ତ ଅର୍ଦ୍ଧସାମରିକ ବାହିନୀ ପଠାଯାଇଛି। କାନପୁରରେ ମଧ୍ୟ ବିକ୍ଷୋଭବେଳେ ହିଂସାକାଣ୍ଡ ଘଟିଛି। ଶାନ୍ତି ରକ୍ଷା ପାଇଁ ୟୁପି ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି। ପ୍ରତି ନାଗରିକଙ୍କୁ ସରକାର ସୁରକ୍ଷା ଦେବେ। ଏଭଳି ବିକ୍ଷୋଭ ଯୋଗୁ ସର୍ବସାଧାରଣ ସମ୍ପତ୍ତି ନଷ୍ଟ ହେବା ସହ ଲୋକଙ୍କର କ୍ଷତି ଘଟୁଛି ବୋଲି ରାଜ୍ୟପାଳ କହିଛନ୍ତି।
ସକାଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟପାଳଙ୍କୁ ଭେଟି ରାଜ୍ୟର ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। ଶୁକ୍ରବାର ହିଂସାତ୍ମକ ବିକ୍ଷୋଭବେଳେ ମିରଟରେ ୫ ଜଣଙ୍କ ଜୀବନ ଯାଇଥିବାବେଳେ କାନପୁର, ବିଜ୍‌ନୋର ଏବଂ ଫିରୋଜାବାଦରେ ୨ ଜଣ ଲେଖାଏ, ମୁଜାଫରନଗର, ସମ୍ଭଲ ଏବଂ ବାରାଣସୀରେ ଜଣେ ଲେଖାଏ ପ୍ରାଣ ହରାଇଥିଲେ। ବାରାଣସୀରେ ପୋଲିସ ଲାଠିଚାଳନା ବେଳେ ଦଳାଚକଟାରେ ଜଣେ ୮ ବର୍ଷର ବାଳକ ପ୍ରାଣ ହରାଇଛନ୍ତି। ଗୁରୁବାର ଲକ୍ଷ୍ନୌରେ ପ୍ରତିବାଦ ହିଂସାରେ ଜଣେ ୨୮ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଥିଲା। ମିରଟରେ ପ୍ରାଣ ହରାଇଥିବା ୫ ଜଣଙ୍କ ଦେହରେ ଗୁଳି କ୍ଷତଚିହ୍ନ ରହିଥିବା ଡାକ୍ତର କହିଛନ୍ତି। ବିକ୍ଷୋଭ ବେଳେ ଆହତ ଅନେକଙ୍କୁ ଚିକିତ୍ସା ପରେ ଛାଡ଼ିଦିଆଯାଇଛି। ଆହତ ୩ ରାପିଡ ଆକ୍ସନ ଫୋର୍ସ ଯବାନ ଓ ଜଣେ ମହିଳା ପୋଲିସ ହସ୍ପିଟାଲରୁ ଚିକିତ୍ସିତ ହୋଇ ଫେରିଛନ୍ତି।
ବାରାଣସୀର ବଜରଡିହା ଅଞ୍ଚଳରେ ଶୁକ୍ରବାର ୮ ବର୍ଷର ମହମ୍ମଦ ସାଗିର ଖେଳୁଥିବାବେଳେ ପୋଲିସ ବିକ୍ଷୋଭକାରୀଙ୍କୁ ଘଉଡାଇବାକୁ ଯାଇ ଲାଠିଚାଳନା କରିଥିଲା। ଫଳରେ ଦଳାଚକଟାରେ ଗୁରୁତର ଆହତ ସାଗିରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଶନିବାର ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।
ଶୁକ୍ରବାର ନମାଜ ପାଠ ପରେ ବିଭିନ୍ନ ଜିଲାରେ ବିକ୍ଷୋଭ ହିଂସାର ରୂପ ନେଇଥିଲା। ଆନ୍ଦୋଳନକାରୀମାନେ ପୋଲିସ ଉପରକୁ ଟେକାମାଡ଼ କରିବା ସହ ଭଙ୍ଗାରୁଜା ଓ ଜଳାପୋଡ଼ା କରିଥିଲେ। ପୋଲିସ ଅସାମାଜିକଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ସହ ଲକ୍ଷ୍ନୌରେ ୧୫୦ ଜଣଙ୍କୁ ଗିରଫ କରିଛି। ଅନ୍ୟ ୩୬ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଶୁକ୍ରବାର ୧୪ଟି ଜିଲାରେ ଇଣ୍ଟରନେଟ ସେବା ବନ୍ଦ ଥିବାବେଳେ ଶନିବାର ଆଉ ୭ଟି ଜିଲାକୁ ଏଥିରେ ସାମିଲ କରାଯାଇଛି। ବିଭିନ୍ନ ଜିଲାରୁ ୭୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଗିରଫ କରାଯାଇଥିତ୍ବାବେଳେ ୧୫ ହଜାର ଲୋକଙ୍କ ନାଁରେ ଦଙ୍ଗା, ପୋଡ଼ାଜଳା ଆଦି ୧୦ଟି ମାମଲା ରୁଜୁ ହୋଇଛି।
ଶନିବାର ସକାଳେ ଦକ୍ଷିଣ ଦିଲ୍ଲୀର ଚାଣକ୍ୟପୁରୀରେ ଥିବା ଉତ୍ତରପ୍ରଦେଶ ଭବନ ଚାରିପଟେ ୧୪୪ ଧାରା ଜାରି ହୋଇଛି। ଜାମିଆ ମିଲିଆ ଇସ୍‌ଲାମିଆରେ କ୍ରମାଗତ ସପ୍ତମ ଦିନ ପାଇଁ ଆନ୍ଦୋଳନ ଜାରି ରହିଛି। ପୁରୁଣା ଦିଲ୍ଲୀରେ ବିକ୍ଷୋଭ ବେଳେ ପୋଲିସ ସହ ସଂଘର୍ଷ ଘଟି ୩୫ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି।
ଶୁକ୍ରବାର ସିଏଏ ବିରୋଧି ବିକ୍ଷୋଭ ହିଂସାରେ ସମ୍ପୃକ୍ତ ୩୫ ଜଣଙ୍କୁ ପୋଲିସ ଗିରଫ କରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀଙ୍କ ଢେଲାମାଡ଼ରେ ୨୦ ପୋଲିସ ଆହତ ହୋଇଥିଲେ। ସେମାନଙ୍କୁ ଘଉଡାଇବାକୁ ଯାଇ ପୋଲିସ ଲାଠିଚାଳନା କରିଥିଲା। ଜବଲପୁର ସହରର କେତେକ ଅଞ୍ଚଳରେ କର୍ଫ୍ୟୁ ଜାରି ହୋଇଥିବାବେଳେ ଭୋପାଳରେ ୬ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଥିଲା।

ୟୁପି ହିଂସା ସହ ବଙ୍ଗୀୟଙ୍କ ସମ୍ପୃକ୍ତି
ଉତ୍ତରପ୍ରଦେଶରେ ସିଏଏ ବିରୋଧୀ ଆନ୍ଦେଳନ ବେଳେ ବ୍ୟାପକ ହିଂସାକାଣ୍ଡ ଘଟି ୧୬ ଜଣଙ୍କ ମୃତ୍ୟୁ ହେଲାଣି। ଏହି ହିଂସା ସହ ବଙ୍ଗୀୟଙ୍କ ସମ୍ପୃକ୍ତି ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। କୋଲକାତାର ୬ ଜଣ ଗୁରୁବାର ଲକ୍ଷ୍ନୌ ହିଂସାରେ ପ୍ରତ୍ୟକ୍ଷ ଭାବେ ସାମିଲ ଥିଲେ। ସେମାନଙ୍କୁ ଲକ୍ଷ୍ନୌ ପୋଲିସ ଗିରଫ କରିଛି। ହଜରତ୍‌ଗଞ୍ଜ ହିଂସାକାଣ୍ଡ ସ୍ଥଳରୁ ପୋଲିସ ୧୧ଟି ମୋବାଇଲ ଫୋନ ଜବତ କରିଥିଲା। ସେଥିରେ ବଙ୍ଗଳା ଭାଷାର ବାର୍ତ୍ତା ଥିବା ପୋଲିସ ଯାଞ୍ଚରୁ ଜାଣିବାକୁ ପାଇଛି। ପଶ୍ଚିମବଙ୍ଗ ମାଲଦାର କେତେଜଣ ଯୁବକଙ୍କୁ ପୋଲିସ ପଚରାଉଚରା କରୁଛି। ଲକ୍ଷ୍ନୌ ହିଂସା ପଛରେ ବାହାର ରାଜ୍ୟର ଲୋକ ସମ୍ପୃକ୍ତ ଥିବା ପୋଲିସ ଡିଜି ଓ.ପି. ସିଂ କହିଛନ୍ତି। ଲକ୍ଷ୍ନୌ ସମେତ ଆଲିଗଡ଼, ମାଉ, ଆଜମଗଡ଼, କାନପୁର, ବରେଲି, ଶାହାଜାହାନପୁର, ଗାଜିଆବାଦ, ବୁଲନ୍ଦସହର, ସମ୍ଭାଲ, ଆହ୍ଲାବାଦରେ ହିଂସାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri