Posted inଜାତୀୟ

ହିଂସ୍ର ହେଉଛି ସିଏଏ ବିରୋଧୀ ଆନ୍ଦୋଳନ: ୟୁପିରେ ଗଲାଣି ୧୭ ଜୀବନ

ଲକ୍ଷ୍ନୌ,୨୨ା୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନ ହିଂସ୍ର ହେବାରେ ଲାଗିଛି। ଉତ୍ତରପ୍ରଦେଶରେ ବିକ୍ଷୋଭ ହିଂସାରେ ୩ ଦିନରେ ୧୭ ଜଣଙ୍କ ଜୀବନ ଗଲାଣି। ଶନିବାର ରାମପୁର ସହରରେ ବିକ୍ଷୋଭ ବେଳେ ୨ଜଣ ପ୍ରାଣ ହରାଇଛନ୍ତି। ସେଠାରେ ବିକ୍ଷୋଭକାରୀମାନେ ଗାଡ଼ିମୋଟର ପୋଡ଼ାଜଳା କରିବା ସହ ପୋଲିସ ଉପରକୁ ଟେକାମାଡ଼ କରିଥିଲେ। ଦୁଇଘଣ୍ଟା ଧରି ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଥିଲା। ଘଟଣାସ୍ଥଳକୁ ଅତିରିକ୍ତ ଅର୍ଦ୍ଧସାମରିକ ବାହିନୀ ପଠାଯାଇଛି। କାନପୁରରେ ମଧ୍ୟ ବିକ୍ଷୋଭବେଳେ ହିଂସାକାଣ୍ଡ ଘଟିଛି। ଶାନ୍ତି ରକ୍ଷା ପାଇଁ ୟୁପି ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି। ପ୍ରତି ନାଗରିକଙ୍କୁ ସରକାର ସୁରକ୍ଷା ଦେବେ। ଏଭଳି ବିକ୍ଷୋଭ ଯୋଗୁ ସର୍ବସାଧାରଣ ସମ୍ପତ୍ତି ନଷ୍ଟ ହେବା ସହ ଲୋକଙ୍କର କ୍ଷତି ଘଟୁଛି ବୋଲି ରାଜ୍ୟପାଳ କହିଛନ୍ତି।
ସକାଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟପାଳଙ୍କୁ ଭେଟି ରାଜ୍ୟର ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। ଶୁକ୍ରବାର ହିଂସାତ୍ମକ ବିକ୍ଷୋଭବେଳେ ମିରଟରେ ୫ ଜଣଙ୍କ ଜୀବନ ଯାଇଥିବାବେଳେ କାନପୁର, ବିଜ୍‌ନୋର ଏବଂ ଫିରୋଜାବାଦରେ ୨ ଜଣ ଲେଖାଏ, ମୁଜାଫରନଗର, ସମ୍ଭଲ ଏବଂ ବାରାଣସୀରେ ଜଣେ ଲେଖାଏ ପ୍ରାଣ ହରାଇଥିଲେ। ବାରାଣସୀରେ ପୋଲିସ ଲାଠିଚାଳନା ବେଳେ ଦଳାଚକଟାରେ ଜଣେ ୮ ବର୍ଷର ବାଳକ ପ୍ରାଣ ହରାଇଛନ୍ତି। ଗୁରୁବାର ଲକ୍ଷ୍ନୌରେ ପ୍ରତିବାଦ ହିଂସାରେ ଜଣେ ୨୮ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଥିଲା। ମିରଟରେ ପ୍ରାଣ ହରାଇଥିବା ୫ ଜଣଙ୍କ ଦେହରେ ଗୁଳି କ୍ଷତଚିହ୍ନ ରହିଥିବା ଡାକ୍ତର କହିଛନ୍ତି। ବିକ୍ଷୋଭ ବେଳେ ଆହତ ଅନେକଙ୍କୁ ଚିକିତ୍ସା ପରେ ଛାଡ଼ିଦିଆଯାଇଛି। ଆହତ ୩ ରାପିଡ ଆକ୍ସନ ଫୋର୍ସ ଯବାନ ଓ ଜଣେ ମହିଳା ପୋଲିସ ହସ୍ପିଟାଲରୁ ଚିକିତ୍ସିତ ହୋଇ ଫେରିଛନ୍ତି।
ବାରାଣସୀର ବଜରଡିହା ଅଞ୍ଚଳରେ ଶୁକ୍ରବାର ୮ ବର୍ଷର ମହମ୍ମଦ ସାଗିର ଖେଳୁଥିବାବେଳେ ପୋଲିସ ବିକ୍ଷୋଭକାରୀଙ୍କୁ ଘଉଡାଇବାକୁ ଯାଇ ଲାଠିଚାଳନା କରିଥିଲା। ଫଳରେ ଦଳାଚକଟାରେ ଗୁରୁତର ଆହତ ସାଗିରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଶନିବାର ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।
ଶୁକ୍ରବାର ନମାଜ ପାଠ ପରେ ବିଭିନ୍ନ ଜିଲାରେ ବିକ୍ଷୋଭ ହିଂସାର ରୂପ ନେଇଥିଲା। ଆନ୍ଦୋଳନକାରୀମାନେ ପୋଲିସ ଉପରକୁ ଟେକାମାଡ଼ କରିବା ସହ ଭଙ୍ଗାରୁଜା ଓ ଜଳାପୋଡ଼ା କରିଥିଲେ। ପୋଲିସ ଅସାମାଜିକଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ସହ ଲକ୍ଷ୍ନୌରେ ୧୫୦ ଜଣଙ୍କୁ ଗିରଫ କରିଛି। ଅନ୍ୟ ୩୬ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଶୁକ୍ରବାର ୧୪ଟି ଜିଲାରେ ଇଣ୍ଟରନେଟ ସେବା ବନ୍ଦ ଥିବାବେଳେ ଶନିବାର ଆଉ ୭ଟି ଜିଲାକୁ ଏଥିରେ ସାମିଲ କରାଯାଇଛି। ବିଭିନ୍ନ ଜିଲାରୁ ୭୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଗିରଫ କରାଯାଇଥିତ୍ବାବେଳେ ୧୫ ହଜାର ଲୋକଙ୍କ ନାଁରେ ଦଙ୍ଗା, ପୋଡ଼ାଜଳା ଆଦି ୧୦ଟି ମାମଲା ରୁଜୁ ହୋଇଛି।
ଶନିବାର ସକାଳେ ଦକ୍ଷିଣ ଦିଲ୍ଲୀର ଚାଣକ୍ୟପୁରୀରେ ଥିବା ଉତ୍ତରପ୍ରଦେଶ ଭବନ ଚାରିପଟେ ୧୪୪ ଧାରା ଜାରି ହୋଇଛି। ଜାମିଆ ମିଲିଆ ଇସ୍‌ଲାମିଆରେ କ୍ରମାଗତ ସପ୍ତମ ଦିନ ପାଇଁ ଆନ୍ଦୋଳନ ଜାରି ରହିଛି। ପୁରୁଣା ଦିଲ୍ଲୀରେ ବିକ୍ଷୋଭ ବେଳେ ପୋଲିସ ସହ ସଂଘର୍ଷ ଘଟି ୩୫ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି।
ଶୁକ୍ରବାର ସିଏଏ ବିରୋଧି ବିକ୍ଷୋଭ ହିଂସାରେ ସମ୍ପୃକ୍ତ ୩୫ ଜଣଙ୍କୁ ପୋଲିସ ଗିରଫ କରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀଙ୍କ ଢେଲାମାଡ଼ରେ ୨୦ ପୋଲିସ ଆହତ ହୋଇଥିଲେ। ସେମାନଙ୍କୁ ଘଉଡାଇବାକୁ ଯାଇ ପୋଲିସ ଲାଠିଚାଳନା କରିଥିଲା। ଜବଲପୁର ସହରର କେତେକ ଅଞ୍ଚଳରେ କର୍ଫ୍ୟୁ ଜାରି ହୋଇଥିବାବେଳେ ଭୋପାଳରେ ୬ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଥିଲା।

ୟୁପି ହିଂସା ସହ ବଙ୍ଗୀୟଙ୍କ ସମ୍ପୃକ୍ତି
ଉତ୍ତରପ୍ରଦେଶରେ ସିଏଏ ବିରୋଧୀ ଆନ୍ଦେଳନ ବେଳେ ବ୍ୟାପକ ହିଂସାକାଣ୍ଡ ଘଟି ୧୬ ଜଣଙ୍କ ମୃତ୍ୟୁ ହେଲାଣି। ଏହି ହିଂସା ସହ ବଙ୍ଗୀୟଙ୍କ ସମ୍ପୃକ୍ତି ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। କୋଲକାତାର ୬ ଜଣ ଗୁରୁବାର ଲକ୍ଷ୍ନୌ ହିଂସାରେ ପ୍ରତ୍ୟକ୍ଷ ଭାବେ ସାମିଲ ଥିଲେ। ସେମାନଙ୍କୁ ଲକ୍ଷ୍ନୌ ପୋଲିସ ଗିରଫ କରିଛି। ହଜରତ୍‌ଗଞ୍ଜ ହିଂସାକାଣ୍ଡ ସ୍ଥଳରୁ ପୋଲିସ ୧୧ଟି ମୋବାଇଲ ଫୋନ ଜବତ କରିଥିଲା। ସେଥିରେ ବଙ୍ଗଳା ଭାଷାର ବାର୍ତ୍ତା ଥିବା ପୋଲିସ ଯାଞ୍ଚରୁ ଜାଣିବାକୁ ପାଇଛି। ପଶ୍ଚିମବଙ୍ଗ ମାଲଦାର କେତେଜଣ ଯୁବକଙ୍କୁ ପୋଲିସ ପଚରାଉଚରା କରୁଛି। ଲକ୍ଷ୍ନୌ ହିଂସା ପଛରେ ବାହାର ରାଜ୍ୟର ଲୋକ ସମ୍ପୃକ୍ତ ଥିବା ପୋଲିସ ଡିଜି ଓ.ପି. ସିଂ କହିଛନ୍ତି। ଲକ୍ଷ୍ନୌ ସମେତ ଆଲିଗଡ଼, ମାଉ, ଆଜମଗଡ଼, କାନପୁର, ବରେଲି, ଶାହାଜାହାନପୁର, ଗାଜିଆବାଦ, ବୁଲନ୍ଦସହର, ସମ୍ଭାଲ, ଆହ୍ଲାବାଦରେ ହିଂସାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri